Rohit breaks Dhoni record: ରୋହିତ ଶର୍ମା ଭାଙ୍ଗିଲେ ଏମଏସ ଧୋନିଙ୍କ ଏହି ରେକର୍ଡ, କଲେ ଏହି ବଡ କାରନାମା
Advertisement

Rohit breaks Dhoni record: ରୋହିତ ଶର୍ମା ଭାଙ୍ଗିଲେ ଏମଏସ ଧୋନିଙ୍କ ଏହି ରେକର୍ଡ, କଲେ ଏହି ବଡ କାରନାମା

Rohit Sharma breaks MS Dhoni record: ରୋହିତ ଶର୍ମା ଜଣେ ଭାରତୀୟ ଅଧିନାୟକ ଭାବରେ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି । ସେ ଅଧିନାୟକ ରେକର୍ଡରେ ମହେନ୍ଦ୍ର ସିଂ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି ।

ସୌ: ସୋସିଆଲ ମିଡିଆ

Rohit Sharma breaks MS Dhoni record: ଟି-୨୦ ସିରିଜର (T20 series) ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଉପରେ ଭାରତ ରୋମାଞ୍ଚକର ବିଜୟ ପଞ୍ଜିକରଣ କରିଛି । ଏହି ମ୍ୟାଚରେ ବିଜୟ ସହ ଅଧିନାୟକ ରୋହିତ ଶର୍ମାଙ୍କ (Rohit Sharma) ନାମରେ ଏକ ସ୍ୱତନ୍ତ୍ର ରେକର୍ଡ ପଞ୍ଜିକୃତ ହୋଇଥିଲା । ରୋହିତ ଭାରତୀୟ ଅଧିନାୟକ ଭାବରେ ଗୋଟିଏ ବର୍ଷରେ ସର୍ବାଧିକ ଟି-୨୦ ମ୍ୟାଚ୍ ଜିତିବାର ରେକର୍ଡ କରିଛନ୍ତି । ସେ ଏହି ପ୍ରସଙ୍ଗରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ (MS Dhoni ) ପଛରେ ପକାଇଛନ୍ତି । ଧୋନି ନିଜ ନାମରେ ୨୦୧୬ ମସିହାରେ ଏହି ରେକର୍ଡ କରିଥିଲେ ଓ ରୋହିତଙ୍କ ପୂର୍ବରୁ ଏହି ରେକର୍ଡକୁ ଭାଙ୍ଗି ପାରି ନ ଥିଲେ ।

ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୬ ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଜିତିଛି । ଏହି ପ୍ରସଙ୍ଗରେ ଧୋନି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଧୋନିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ୨୦୧୬ ବର୍ଷରେ ଭାରତ ୧୫ ଟି ମ୍ୟାଚ୍ ଜିତିଥିଲା । କୌତୁହଳର ବିଷୟ ଯେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ଫର୍ମାଟରେ ଶତକ ହାସଲ କରିବାକୁ ରୋହିତ ମଧ୍ୟ ଏକମାତ୍ର ଭାରତୀୟ ଖେଳାଳି । ଭାରତର କେବଳ ଦୁଇଜଣ ଖେଳାଳି ଏହା କରିବାରେ ସକ୍ଷମ ହୋଇଛନ୍ତି । ରୋହିତଙ୍କ ସହ ରାଇନା ମଧ୍ୟ ଏହି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥିଲେ ।

ଉଲ୍ଲେଖନୀୟ କଥା ହେଉଛି ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ଏକ ରୋମାଞ୍ଚକର ବିଜୟ ହାସଲ କରିଛି । ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଅର୍ଶଦୀପ ସିଂ ୩ ୱିକେଟ୍ ନେଇ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଇନିଂସରେ ଅସୁବିଧାରେ ପକାଇଥିଲେ । ଏହା ପରେ ଆଫ୍ରିକୀୟ ଦଳ କେବଳ ୧୦୬ ରନ୍ ସ୍କୋର କରିପାରିବାରେ ସକ୍ଷମ ହୋଇଥିଲା । ଏହାର ଜବାବରେ ଭାରତ ୧୬.୪ ଓଭରରେ ଏହି ମ୍ୟାଚକୁ ଜିତି ନେଇଥିଲା । ତେବେ ରୋହିତ ଏହି ମ୍ୟାଚରେ କିଛି ବିଶେଷ କରିପାରିନଥିଲେ । ସେ ଖାତା ନ ଖୋଲି ଆଉଟ ହୋଇ ଯାଇଥିଲେ । କେଏଲ ରାହୁଲ ଓ ସୂର୍ଯ୍ୟକୁମାର ଯାଦବ ଭାରତ ପାଇଁ ଅପରାଜିତ ଅର୍ଦ୍ଧଶତକ ହାସଲ କରି ଦଳକୁ ଜିତାଇ ଥିଲେ ।

ଏହା ବି ପଢ଼ନ୍ତୁ: ସୂର୍ଯ୍ୟକୁମାର ଯାଦବ ଏହି ପାକିସ୍ତାନ ଖେଳାଳିଙ୍କୁ ପଛରେ ପକାଇ ରଚିଲେ ଇତିହାସ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜ ନାମରେ କଲେ ଡବଲ ରେକର୍ଡ