IND vs PAK: ଟିମ୍ ଇଣ୍ଡିଆକୁ ନେଇ ସୁରେଶ ରୈନାଙ୍କ ବଡ଼ ଭବିଷ୍ୟବାଣୀ, କହିଲେ-ଏହି ଦଳକୁ ପରାସ୍ତ କଲେ ହିଁ ଆମେ ଟି-20 ବିଶ୍ୱକପ ଜିତି ପାରିବା
Advertisement

IND vs PAK: ଟିମ୍ ଇଣ୍ଡିଆକୁ ନେଇ ସୁରେଶ ରୈନାଙ୍କ ବଡ଼ ଭବିଷ୍ୟବାଣୀ, କହିଲେ-ଏହି ଦଳକୁ ପରାସ୍ତ କଲେ ହିଁ ଆମେ ଟି-20 ବିଶ୍ୱକପ ଜିତି ପାରିବା

IND vs PAK: ଗତ ସପ୍ତାହରେ ଜସପ୍ରୀତ ବୁମ୍ରାଙ୍କ ସ୍ଥାନରେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଟି-20 ବିଶ୍ୱକପ ଦଳରେ ସାମିଲ କରାଯାଇଛି । ସୋମବାର ଏକ ୱାର୍ମ ଅପ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଓଭରରେ ଶାମି ୩ଟି ୱିକେଟ୍ ନେଇଥିଲେ । ଶେଷ ଓଭରରେ ୧୦ ରନକୁ ଡିଫେଣ୍ଡ କରି ସେ ମାତ୍ର ୪ ରନ୍ ଦେଇଥିଲେ । ଫଳରେ ଭାରତ ୬ ରନରେ ମ୍ୟାଚ୍ ଜିତିଥିଲା ।

IND vs PAK: ଟିମ୍ ଇଣ୍ଡିଆକୁ ନେଇ ସୁରେଶ ରୈନାଙ୍କ ବଡ଼ ଭବିଷ୍ୟବାଣୀ, କହିଲେ-ଏହି ଦଳକୁ ପରାସ୍ତ କଲେ ହିଁ ଆମେ ଟି-20 ବିଶ୍ୱକପ ଜିତି ପାରିବା

ନୂଆଦିଲ୍ଲୀ: T20 World Cup 2022, IND vs PAK: ଚଳିତ ଥର ଅଷ୍ଟ୍ରେଲିଆ (Australia) ରେ ଟି-20 ବିଶ୍ୱକପ ୨୦୨୨ ଖେଳା ଯାଉଛି । ବର୍ତ୍ତମାନ ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ର ପ୍ରାରମ୍ଭିକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଚାଲିଛି । ସେଥିମଧ୍ୟରୁ ୪ଟି ଦଳ ସୁପର ୧୨ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିବେ । ସେପଟେ ଅକ୍ଟୋବର ୨୩ରେ ସମସ୍ତଙ୍କ ନଜର ଭାରତ ଓ ପାକିସ୍ତାନ ମ୍ୟାଚ (India vs Pakistan Match) ଉପରେ ରହିବ, ଯେତେବେଳେ ଭାରତୀୟ କ୍ରିକେଟ୍ ଦଳ (Indian Cricket Team) ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ପ୍ରାୟ ଏକ ଲକ୍ଷ ଦର୍ଶକଙ୍କ ମଝିରେ ପାକିସ୍ତାନ ଦଳ (Pakistan Cricket Team) ସହ ମୁକାବିଲା କରିବାକୁ ମୈଦାନକୁ ଓହ୍ଲାଇବ । ଏହି ସମୟରେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁରେଶ ରୈନା (Suresh Raina) ଟି-20 ବିଶ୍ୱକପରେ ଭାରତର ସମ୍ଭାବନା ବିଷୟରେ ଆଲୋଚନା କରିଛନ୍ତି । ସେ ଅନୁଭବ କରୁଛନ୍ତି ଯେ, ଯଦି ଭାରତ ପାକିସ୍ତାନକୁ ଭଲ ଭାବରେ ପରାସ୍ତ କରେ, ତେବେ ଆମେ ବିଶ୍ୱକପ ଜିତି ପାରିବୁ ।

ସୁରେଶ ରୈନା ଏକ ଜାତୀୟ ଟିଭି ଚ୍ୟାନେଲରେ ସାକ୍ଷାତକାର ଦେଇ କହିଛନ୍ତି ଯେ,  "ନିଶ୍ଚିତ ଭାବେ ଯଦି ଆମେ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍ ଜିତିବା ତେବେ ଆମେ ବିଶ୍ୱକପ୍ ଜିତିବୁ ।" ଟୁର୍ଣ୍ଣାମେଣ୍ଟ ଜିତିବାର ଭାରତର ସମ୍ଭାବନା ବିଷୟରେ ରୈନା କହିଛନ୍ତି ଯେ, "ଦଳ ବର୍ତ୍ତମାନ ଭଲ ପ୍ରଦର୍ଶନ କରୁଛି । ଶାମି ବୁମ୍ରାଙ୍କ ସ୍ଥାନ ନେଇ ଦଳକୁ ଟିକେ ଏକ୍ସ-ଫ୍ୟାକ୍ଟର ଦେବେ । ଆମ ପାଖରେ ଅର୍ଶଦୀପ ସିଂ, ସୂର୍ଯ୍ୟକୁମାର ଯାଦବ ଅଛନ୍ତି । ସମସ୍ତେ ଭଲ ଫର୍ମରେ ଅଛନ୍ତି, ବିରାଟ କୋହଲି ପ୍ରକୃତରେ ଭଲ ଫର୍ମରେ ଦେଖାଯାଉଛନ୍ତି । ରୋହିତ ଶର୍ମା ଜଣେ ବହୁତ ଭଲ ଲିଡର । ଯଦି ଆମେ ପ୍ରଥମ ମ୍ୟାଚ୍ ଜିତିବା ତେବେ ଏହା ଆମ ପାଇଁ ଏକ ଭଲ ଟୋନ୍ ସେଟ୍ କରିବ । ଦେଶର ସମସ୍ତେ ଏଥିପାଇଁ ପ୍ରାର୍ଥନା କରୁଛନ୍ତି । ମୁଁ ପ୍ରକୃତରେ ଚାହୁଁଛି ଯେ ବିଶ୍ୱ ଜିତୁ ।"

ରୈନା ଆଗକୁ କହିଛନ୍ତି ଯେ, "ମୁଁ ତାଙ୍କୁ ଏକ ପରଫେକ୍ଟ ରିପ୍ଲେସମେଣ୍ଟ ବୋଲି କହିବି ନାହିଁ, କାରଣ ଆପଣ ଜସପ୍ରୀତ ବୁମ୍ରା କିମ୍ବା ରବିନ୍ଦ୍ର ଜାଡେଜାଙ୍କ ସ୍ଥାନ ନେଇପାରିବେ ନାହିଁ । ସେ ଭାରତ ପାଇଁ କ୍ରମାଗତ ଭାବେ ଖେଳିଛନ୍ତି ଓ ସେମାନେ ଭଲ ପ୍ରଦର୍ଶନ କରିଛନ୍ତି । କିନ୍ତୁ ଆପଣଙ୍କ ପାଖର ସର୍ବୋତ୍ତମ ବିକଳ୍ପ ଥିଲା, ଯାହାକୁ ଆପଣ ବାଛିଛନ୍ତି । ଶାମି ଭଲ ପ୍ରଦର୍ଶନ କରିଛନ୍ତି, ସେ ଭଲ ଫର୍ମରେ ଅଛନ୍ତି । ଟୁର୍ଣ୍ଣାମେଣ୍ଟର ୧୫ ଦିନ ପୂର୍ବରୁ ଅଷ୍ଟ୍ରେଲିଆକୁ ଦଳ ପଠାଇ ବିସିସିଆଇ ପ୍ରକୃତରେ ଭଲ ପଦକ୍ଷେପ ଗ୍ରହଣ କରିଛି । ମୈଦାନ ବଡ଼, ସାମଗ୍ରିକ ଭାବେ ମୁଁ ଭାବୁଛି ପ୍ରସ୍ତୁତି ଭଲ ହୋଇଛି । ଆମକୁ ନିର୍ଭୟରେ କ୍ରିକେଟ୍ ଖେଳିବାକୁ ପଡିବ ଓ ଉତ୍ତମ ଇଚ୍ଛା ଶକ୍ତି ଦେଖାଇବାକୁ ପଡ଼ିବ ।"

ଅଧିକ ପଢ଼ନ୍ତୁ:-ଦୀପାବଳୀ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଡବଲ୍ ଉପହାର! ମହଙ୍ଗା ଭତ୍ତା ପରେ ଏବେ ଟ୍ରାଭେଲ ଭତ୍ତାରେ ବି ବୃଦ୍ଧି, ଖାତାକୁ ଆସିବ ଏତେ ଟଙ୍କା

ଅଧିକ ପଢ଼ନ୍ତୁ:-ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ବର୍ଷିଲେ ଭଗତ ସିଂଙ୍କ ସମ୍ପର୍କୀୟ, କହିଲେ-ଦୁର୍ନୀତିରେ ଧରାପଡିଥିବା ନେତାମାନଙ୍କୁ କାହିଁକି ସହିଦଙ୍କ ସହ ହେଉଛି ତୁଳନା?

ଅଧିକ ପଢ଼ନ୍ତୁ:-ନିଜ ଖାଦ୍ୟରେ ସାମିଲ କରନ୍ତୁ ଏହି ୫ଟି ମସଲା, ଶରୀରର ମଜଭୁତ ହେବା ସହ ବଢ଼ିବ 'ଷ୍ଟାମିନା'

ଏଠାରେ କହି ରଖୁଛୁ ଯେ, ଗତ ସପ୍ତାହରେ ଜସପ୍ରୀତ ବୁମ୍ରାଙ୍କ ସ୍ଥାନରେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଟି-20 ବିଶ୍ୱକପ ଦଳରେ ସାମିଲ କରାଯାଇଛି । ସୋମବାର ଏକ ୱାର୍ମ ଅପ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଓଭରରେ ଶାମି ୩ଟି ୱିକେଟ୍ ନେଇଥିଲେ । ଶେଷ ଓଭରରେ ୧୦ ରନକୁ ଡିଫେଣ୍ଡ କରି ସେ ମାତ୍ର ୪ ରନ୍ ଦେଇଥିଲେ । ଫଳରେ ଭାରତ ୬ ରନରେ ମ୍ୟାଚ୍ ଜିତିଥିଲା । ଶେଷ ୪ଟି ବଲରେ ୪ଟି  ୱିକେଟ୍ ପଡ଼ିଥିଲା, ଯେଉଁଥିରେ ଗୋଟିଏ କ୍ୟାଚ୍, ଗୋଟିଏ ରନ୍ ଆଉଟ୍ ଏବଂ ଦୁଇଟି କ୍ଲିନ୍ ବୋଲ୍ଡ ସାମିଲ ଥିଲା ।