ଇଂଲଣ୍ଡ ଦଳର ୩ ଖେଳାଳି ଓ ୪ ସପୋର୍ଟ ଷ୍ଟାଫ୍ କରୋନା ପଜିଟିଭ୍, ଷ୍ଟୋକ୍ସଙ୍କୁ ମିଳିଲା ନୂଆ ଦାୟିତ୍ୱ
Advertisement

ଇଂଲଣ୍ଡ ଦଳର ୩ ଖେଳାଳି ଓ ୪ ସପୋର୍ଟ ଷ୍ଟାଫ୍ କରୋନା ପଜିଟିଭ୍, ଷ୍ଟୋକ୍ସଙ୍କୁ ମିଳିଲା ନୂଆ ଦାୟିତ୍ୱ

England vs Pakistan Series: ଇଂଲଣ୍ଡ ଦଳ ଏକଦିବସୀୟ ସିରିଜ ପୂର୍ବରୁ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଦଳର ତିନି ଖେଳାଳି ଓ ଚାରିଜଣ ସପୋର୍ଟ ଷ୍ଟାଫ୍ କରୋନା ପଜିଟିଭ୍ ହୋଇଛନ୍ତି । ଏଭଳି ପରିସ୍ଥିତିରେ ସମସ୍ତ ଖେଳାଳିଙ୍କୁ କ୍ଵାରେଣ୍ଟିନ କରାଯାଇଛି ।

 

(ଫାଇଲ ଫଟୋ)

ଲଣ୍ଡନ: ଇଂଲଣ୍ଡ ଦଳ ଏକଦିବସୀୟ ସିରିଜ ପୂର୍ବରୁ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ପାକିସ୍ତାନ (England vs Pakistan) ବିପକ୍ଷ ଏକଦିବସୀୟ ସିରିଜର ଦୁଇ ଦିନ ପୂର୍ବରୁ ଦଳର ତିନିଜଣ ଖେଳାଳି ଓ ଚାରିଜଣ ସପୋର୍ଟ ଷ୍ଟାଫ୍ କରୋନା ପଜିଟିଭ୍ ଥିବା ଜଣାପଡିଛି । ଏଭଳି ପରିସ୍ଥିତିରେ ସମସ୍ତ ଖେଳାଳିଙ୍କୁ କ୍ଵାରେଣ୍ଟିନ (Quarantine) କରାଯାଇଛି । ଏହି ଏକ ଏକଦିବସୀୟ ସିରିଜ୍ ୮ ଜୁଲାଇରୁ ଆରମ୍ଭ ହେବ । ତେବେ କାର୍ଯ୍ୟସୂଚୀ ଅନୁଯାୟୀ ଏହି ସିରିଜ୍ ଅନୁଷ୍ଠିତ ହେବ ବୋଲି ଇଂଲଣ୍ଡ (England) ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ECB) କହିଛି । ବେନ୍ ଷ୍ଟୋକ୍ସ (Ben Stokes) ଦଳକୁ ଫେରିଛନ୍ତି । ତାଙ୍କୁ ଉଭୟ ODI ଓ T20 ସିରିଜ୍ ପାଇଁ ଅଧିନାୟକ ଦାୟିତ୍ୱ ଦିଆଯାଇଛି ।

ଇସିବି (ECB) ଏକ ବୟାନରେ କହିଛି ଯେ, "ଯେଉଁ ଖେଳାଳିମାନେ କୋରୋନା ଦ୍ୱାରା ପ୍ରଭାବିତ ହୋଇଛନ୍ତି ସେମାନେ ପ୍ରୋଟୋକଲ ଅନୁଯାୟୀ ୪ ଜୁଲାଇରୁ ସେଲ୍ଫ-ଆଇସୋଲେସନ ରହିଛନ୍ତି । ଦଳର ଯେଉଁ ଅନ୍ୟ ଖେଳାଳିମାନେ ମଧ୍ୟ ତାଙ୍କ ନିକଟତର ହୋଇଛନ୍ତି ସେମାନେ ମଧ୍ୟ ଆଇସୋଲେସନରେ ରହିବେ । ତଥାପି କାର୍ଯ୍ୟସୂଚୀରେ ପରିବର୍ତ୍ତନ ହେବ ନାହିଁ । ବେନ୍ ଷ୍ଟୋକ୍ସ ଦଳକୁ ଫେରୁଛନ୍ତି ଓ ତାଙ୍କୁ ଅଧିନାୟକ କରାଯାଉଛି ।" ଏହି ଗସ୍ତରେ ପାକିସ୍ତାନ ଦଳକୁ ତିନିଟି ଦିନିକିଆ ଓ ତିନୋଟି ଟି -୨୦ ମ୍ୟାଚ୍ ଖେଳିବାକୁ ପଡିବ ।

ଅଧିକ ପଢ଼ନ୍ତୁ: ମୋଦି ମନ୍ତ୍ରୀମଣ୍ଡଳରେ ଏହି ନେତାଙ୍କ ସ୍ଥାନ ପକ୍କା! ଜାଣନ୍ତୁ କେଉଁ ନେତାମାନଙ୍କୁ ଡକାଗଲା ଦିଲ୍ଲୀ

୧୪ ମାସ ଧରି ବାୟୋ ବବଲରେ ଖେଳାଳୀ
ECB ର ମୁଖ୍ୟ କାର୍ଯ୍ୟନିର୍ବାହୀ ଟମ୍ ହାରିସନ୍ କହିଛନ୍ତି, “ଆମକୁ ଧ୍ୟାନ ଦେବାକୁ ପଡିବ ଯେ ଡେଲ୍ଟା ଭାରିଆଣ୍ଟର ପ୍ରବର୍ତ୍ତନ ସହିତ ବାୟୋ ବବଲ୍ ଆରାମ ଦେବା ପରେ ବିପଦ ବଢ଼ିଛି । ଖେଳାଳି ଓ ସହାୟକ କର୍ମଚାରୀଙ୍କ ଉନ୍ନତି ପାଇଁ ଆମେ ପ୍ରୋଟୋକଲର ଏକ ନିୟମ ପ୍ରସ୍ତୁତ କରିଛୁ ।’ ସେ କହିଛନ୍ତି ଯେ ଗତ ୧୪ ମାସ ମଧ୍ୟରେ ସୀମିତ ପରିସ୍ଥିତିରେ ସମସ୍ତେ ସମର୍ଥନ କରିଛନ୍ତି । ଏହି ସିରିଜ୍ ପାଇଁ ଆମେ ଅନ୍ୟ ଏକ ଦଳ ଗଠନ କରିବାକୁ ପ୍ରସ୍ତୁତ ହେଉଛୁ ।'

ଅଧିକ ପଢ଼ନ୍ତୁ: କୋରୋନାରୁ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରକୁ ୫୦,୦୦୦ ଟଙ୍କା ଆର୍ଥକ ସହାୟତା ଦେବେ ସରକାର

ନୂତନ ଦଳ କରାଯିବ ଘୋଷଣା 
ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ ଏହି ସିରିଜ ପାଇଁ ନୂଆ ଦଳ ଘୋଷଣା କରିବ । ବେନ ଷ୍ଟୋକ୍ସ ଟି -୨୦ ଓ ODI ଦଳର ଅଧିନାୟକ ହୋଇସାରିଛନ୍ତି । ODI ମ୍ୟାଚ୍ ଜୁଲାଇ ୮, ୧୦ ଓ ୧୩ ତାରିଖରେ ଅନୁଷ୍ଠିତ ହେବ । ଏଥି ସହିତ ଜୁଲାଇ ୧୬, ୧୮ ଓ ୨୦ ରେ ଟି -୨୦ ମ୍ୟାଚ୍ ଖେଳାଯିବ । ନିକଟରେ ଶ୍ରୀଲଙ୍କାର ଟିମ୍ ଟି -୨୦ ଓ ODI ସିରିଜ୍ ଖେଳିବା ପରେ ନିଜ ଦେଶକୁ ଫେରିଛି । ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୪ ଅଗଷ୍ଟରୁ ଆରମ୍ଭ ହେବ ।