Holi: ଚତୁର୍ଥ ଟେଷ୍ଟ ପୂର୍ବରୁ ବସ୍ ଭିତରେ ହୋଲି ପାଳିଲା ଭାରତୀୟ ଦଳ
Advertisement

Holi: ଚତୁର୍ଥ ଟେଷ୍ଟ ପୂର୍ବରୁ ବସ୍ ଭିତରେ ହୋଲି ପାଳିଲା ଭାରତୀୟ ଦଳ

Indian Cricket Team Holi Celebration: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚ ପୂର୍ବରୁ  ଟିମ୍ ବସ ଭିତରେ ରଙ୍ଗର ପର୍ବ ହୋଲି ପାଳନ କରିଛି ଭାରତୀୟ କ୍ରିକେଟ ଦଳ। 

Holi: ଚତୁର୍ଥ ଟେଷ୍ଟ ପୂର୍ବରୁ ବସ୍ ଭିତରେ ହୋଲି ପାଳିଲା ଭାରତୀୟ ଦଳ

Team India Holi Celebration: ହୋଲିର ରଙ୍ଗରେ ରଙ୍ଗାୟିତ ଭାରତୀୟ କ୍ରିକେଟ ଦଳ। ମଙ୍ଗଳବାର ଅଭ୍ୟାସ ସାରିବା ପରେ ନରେନ୍ଦ୍ର ମୋଦି ଷ୍ଟାଡିୟମ ଠାରୁ ହୋଟେଲ ଫେରୁଥିବା ବେଳେ ବସ ଭିତରେ ଜବରଦସ୍ତ ହୋଲି ପାଳନ କରିଛି ଭାରତୀୟ କ୍ରିକେଟ ଦଳ। ଓପନର୍ ଶୁଭମନ ଗିଲ ଏହାର ଭିଡିଓ ପୋଷ୍ଟ କରିଛନ୍ତି।

ଶୁଭମନ ଗିଲ (Shubman Gill) ଯେଉଁ ଭିଡ଼ିଓ ସେୟାର କରିଛନ୍ତି, ସେଥିରେ ଦେଖିବାକୁ ମିଳିଛି ପୂର୍ବତନ ଅଧିନାୟକ ବିରାଟ କୋହଲି (Virat Kohli) ତାଙ୍କ ପଛରେ ନାଚୁଛନ୍ତି। ତାଙ୍କ ପଛରେ ଅଧିନାୟକ ରୋହିତ ଶର୍ମା (Rohit Sharma) ମଧ୍ୟ ନଜର ଆସିଥିଲେ। ଯିଏ ଗିଲ ଭିଡିଓ ତିଆରି କରୁଥିବା ଦେଖି ଉଭୟଙ୍କୁ ଉତ୍ସାହିତ କରିଥିଲେ। ବାକି ଦଳର ଖେଳାଳି ମଧ୍ୟ ବସ୍‌ ଭିତରେ ପରସ୍ପର ଉପରେ ଅବିର ଫିଙ୍ଗିଥିବାର ନଜର ଆସିଥିଲେ।

ଟିମ୍ ବସ୍ ଭିତରେ ହୋଲି ଖେଳିବା ପରେ ଭାରତୀୟ କ୍ରିକେଟ ଦଳର ଖେଳାଳି, ହୋଟେଲ ଠାରେ ହୋଲି ମଧ୍ୟ ଖେଳିଥିଲେ। ସମସ୍ତେ ଶୁଖିଲା ରଙ୍ଗ ସହିତ ହୋଲି ଖେଳୁଥିବା ଦେଖିବାକୁ ମିଳିଥିଲା। ଡ୍ରେସିଂ ରୁମ ଠାରେ ହୋଲି ଖେଳିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ (Surya Kumar Yadav) ଏବଂ ଇଶାନ କିଶନଙ୍କ (Ishan Kishan) ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ମାର୍ଚ୍ଚ ୯ ତାରିଖ ଗୁରୁବାର ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଠାରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ଶୃଙ୍ଖଳାର ଚତୁର୍ଥ ମ୍ୟାଚ। ଉଭୟ ଦଳ ନରେନ୍ଦ୍ର ମୋଦି ଷ୍ଟାଡିୟମ ଠାରେ ଅଭ୍ୟାସ କରୁଛନ୍ତି। ଏହି ଟେଷ୍ଟ ଶୃଙ୍ଖଳାର ପ୍ରଥମ ଦୁଇଟି ମୁକାବିଲା ଜିତିବା ପରେ ଭାରତ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ୨-୧ ବ୍ୟବଧାନରେ ଆଗୁଆ ରହିଛି। ଇନ୍ଦୋର ଠାରେ ଶେଷ ଟେଷ୍ଟ ମ୍ୟାଚ ଜିତି ଅଷ୍ଟ୍ରେଲିଆ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ବର୍ଗରେ ପ୍ରବେଶ କରିସାରିଛି। 

ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମ (Ahmedabad Narendra Modi Stadium) ଠାରେ ଅନୁଷ୍ଠିତ ହେବାକୁ ଚତୁର୍ଥ ଟେଷ୍ଟ ମୁକାବିଲାରେ ସାମିଲ ହେବେ ଉଭୟ ଭାରତ-ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ (India Australlia Prime Minister)। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି (Australian PM Anthony Albanese) ଖୁବ ଶୀଘ୍ର ଭାରତ ଗସ୍ତରେ ଆସି ପହଞ୍ଚିବେ। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଅହମ୍ମଦାବାଦ ଗସ୍ତରେ ଯିବେ। ଅହମ୍ମଦାବାଦ କ୍ରିକେଟ୍ ଷ୍ଟାଡିୟମ୍ (Ahmedabad Cricket Stadium) ହେଉଛି ବିଶ୍ୱର ସର୍ବାଧିକ ଦର୍ଶକ କ୍ଷମତା ବିଶିଷ୍ଟ ଷ୍ଟାଡିୟମ୍। ଏଠାରେ ୧ ଲକ୍ଷ ୩୨ ହଜାର ଦର୍ଶକ ଏକାଠି ବସି କ୍ରିକେଟ ମ୍ୟାଚ୍ ଦେଖିପାରିବେ।