ଭୀଷଣ କାର ଦୁର୍ଘଟଣାରେ ଭାରତର ଏହି ଖେଳାଳିଙ୍କ ନିଧନ, କ୍ରୀଡ଼ା ଜଗତରେ ଶୋକର ଲହର
Advertisement

ଭୀଷଣ କାର ଦୁର୍ଘଟଣାରେ ଭାରତର ଏହି ଖେଳାଳିଙ୍କ ନିଧନ, କ୍ରୀଡ଼ା ଜଗତରେ ଶୋକର ଲହର

K E Kumar Death: ବିଗତ ଦିନରେ ଏକ କାର ଦୁର୍ଘଟଣାରେ ଋଷଭ ପନ୍ତ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଦେହରାଡୁନ୍‌ର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଓ ପରେ ତାଙ୍କୁ ମୁମ୍ବାଇକୁ ନିଆଯାଇଥିଲା । ବର୍ତ୍ତମାନ ସେ ମୁମ୍ବାଇର ଡାକ୍ତରଖାନା ଭର୍ତ୍ତି ଅଛନ୍ତି । ବର୍ତ୍ତମାନ ଅନ୍ୟ ଆଉ ଏକ ଖେଳାଳିଙ୍କ ସହ ଜଡିତ ବହୁତ ଖରାପ ଖବର ସାମ୍ନାକୁ ଆସିଛି । ଏକ କାର ଦୁର୍ଘଟଣାରେ ଜଣେ ଭାରତୀୟ ଖେଳାଳିଙ୍କର ନିଧନ ହୋଇଛି ।

ଭୀଷଣ କାର ଦୁର୍ଘଟଣାରେ ଭାରତର ଏହି ଖେଳାଳିଙ୍କ ନିଧନ, କ୍ରୀଡ଼ା ଜଗତରେ ଶୋକର ଲହର

K E Kumar Death:ଭାରତର ଷ୍ଟାର କ୍ରିକେଟର ଋଷଭ ପନ୍ତଙ୍କ କାର ଦୁର୍ଘଟଣା (Rishabh Pant Car Accident) ପରେ ସମସ୍ତେ ଚିନ୍ତାରେ ଥିଲେ । ଦିଲ୍ଲୀରୁ ଋଡ଼କୀ ସ୍ଥିତ ତାଙ୍କ ଘରକୁ ଯାଉଥିବାବେଳେ ଋଷଭ ପନ୍ତଙ୍କ କାର ସହିତ ଏକ ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଦୁର୍ଘଟଣାରେ ଋଷଭ ପନ୍ତ (Rishabh Pant) ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଦେହରାଡୁନ୍‌ର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଓ ପରେ ତାଙ୍କୁ ମୁମ୍ବାଇକୁ ନିଆଯାଇଥିଲା । ବର୍ତ୍ତମାନ ସେ ମୁମ୍ବାଇର ଡାକ୍ତରଖାନା ଭର୍ତ୍ତି ଅଛନ୍ତି । ବର୍ତ୍ତମାନ ଅନ୍ୟ ଆଉ ଏକ ଖେଳାଳିଙ୍କ ସହ ଜଡିତ ବହୁତ ଖରାପ ଖବର ସାମ୍ନାକୁ ଆସିଛି । ଏକ କାର ଦୁର୍ଘଟଣାରେ ଜଣେ ଭାରତୀୟ ଖେଳାଳିଙ୍କର ନିଧନ ହୋଇଛି ।

MRF MMSC FMSCI ଇଣ୍ଡିଆନ୍ ନ୍ୟାସନାଲ କାର୍ ରେସିଂ ଚାମ୍ପିୟନଶିପ୍‌ (MRF MMSC FMSCI Indian National Car Racing Championship) ର ଦ୍ୱିତୀୟ ରାଉଣ୍ଡରେ ମାଡ୍ରାସ ଇଣ୍ଟରନ୍ୟାସନାଲ ସର୍କିଟରେ ଦୁର୍ଘଟଣା ଯୋଗୁଁ ଭାରତର ପ୍ରସିଦ୍ଧ ରେସର କେ ଇ କୁମାରଙ୍କ ନିଧନ (K E Kumar Death) ହୋଇଯାଇଛି । ଏହି ଦୁର୍ଘଟଣା ସେହି ସମୟରେ ଘଟିଛି, ଯେତେବେଳେ କେଇ କୁମାରଙ୍କ କାର ସକାଳେ ସାଲୁନ୍ କାର୍ ରେସରେ ଅନ୍ୟ ପ୍ରତିଯୋଗୀଙ୍କ କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । କାରଟି ଟ୍ରାକରୁ ଖସିପଡି ବାରକୁ ଧକ୍କା ଦେଇ ଓଲଟି ପଡିଥିଲା ।

ସୋସିଆଲ ମିଡିଆରେ କାର ରେସ ସମୟର ଏକ ଭିଡିଓ ଭାଇରାଲ ହେଉଛି । ଏହା କେଇ କୁମାର (K E Kumar) ଙ୍କ ସହ ଜଡିତ ବୋଲି କୁହାଯାଉଛି । ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ କେଇ କୁମାରଙ୍କ ଧଳା କାର ହଠାତ୍ ଟ୍ରାକରୁ ହଟି ଯାଇଥିଲା । ତା’ପରେ ଅନ୍ୟ ପ୍ରତିଯୋଗୀଙ୍କ କାର ସହ ଟକ୍କର ଲାଗି ଓଲଟି ଯାଇଛି । କିଛି ମିନିଟ୍ ମଧ୍ୟରେ ରେସକୁ ବନ୍ଦ କରି ଦିଆଯାଇଥିଲା ଓ କେଇ କୁମାରଙ୍କୁ ଧ୍ୱଂସାବଶେଷରୁ ବାହାର କରାଯାଇଥିଲା ।

ଅଧିକ ପଢ଼ନ୍ତୁ:-ମ୍ୟାଚ୍ ମଝିରେ ଅଧିନାୟକ ନିଜ ଖେଳାଳିଙ୍କୁ ହିଁ ଦେଲେ ଧୋକା! ସଚିନ ବି ହୋଇଥିଲେ ଏଭଳି ଘଟଣାର ଶିକାର

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆକୁ ମିଳିଯାଇଛି ଟି-20 ପାଇଁ ନୂଆ କୋଚ୍! ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କଥାରୁ ହେଲା ଖୁଲାସା

ଅଧିକ ପଢ଼ନ୍ତୁ:-ଏସିଆ କପ୍ ପୂର୍ବରୁ ଭାରତ-ପାକିସ୍ତାନ କ୍ରିକେଟରଙ୍କ ମଧ୍ୟରେ ଦେଖିବାକୁ ମିଳିବ ମୁକାବିଲା, ଜାଣନ୍ତୁ କେବେ ଓ କେଉଁଠାରେ ହେବ ମ୍ୟାଚ୍

କେଇ କୁମାର (K E Kumar) ଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତରଙ୍କ ଚେଷ୍ଟା ସତ୍ତ୍ୱେ ତାଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା । ଟୁର୍ଣ୍ଣାମେଣ୍ଟର ଚେୟାରମ୍ୟାନ୍ ବିକି ଚାନ୍ଦୋକ ଏଥିପାଇଁ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, "ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କୁମାର ଜଣେ ଅଭିଜ୍ଞ ରେସର ଥିଲେ । ମୁଁ ତାଙ୍କୁ ଅନେକ ବର୍ଷ ଧରି ଜାଣିଥିଲି । ତାଙ୍କ ଦେହାନ୍ତରେ MMSC ଓ ସମଗ୍ର ରେସିଂ ଦୁନିଆ ଶୋକ ବ୍ୟକ୍ତ କରୁଛି । ତାଙ୍କ ପରିବାର ପ୍ରତି ସମବେଦନା । ଏହି ଘଟଣାରେ ତଦନ୍ତ ଆରମ୍ଭ ହୋଇଛି । କୁମାରଙ୍କୁ ସମ୍ମାନ ଦେଇ ଅବଶିଷ୍ଟ ଦିନର ରେସକୁ ବାତିଲ କରିଦିଆଯାଇଛି ।"