ଆହତ ସମସ୍ୟାରେ ଯୁଝି ହେଉଛି ଅଷ୍ଟ୍ରେଲିଆ, ସ୍ୱଦେଶ ଫେରିଲେଣି ଅଧା ଖେଳାଳି
Advertisement

ଆହତ ସମସ୍ୟାରେ ଯୁଝି ହେଉଛି ଅଷ୍ଟ୍ରେଲିଆ, ସ୍ୱଦେଶ ଫେରିଲେଣି ଅଧା ଖେଳାଳି

Injury Problem: ଦଳର ଅଧା ସଦସ୍ୟ ଏବେ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ଭ୍ରମଣକାରୀ ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସ ମଧ୍ୟ ଅଷ୍ଟ୍ରେଲିଆ ଫେରିଯାଇଛନ୍ତି। ଆହତ ସମସ୍ୟା ପାଇଁ ସେ ନିଜ ଦେଶକୁ ଫେରିଛନ୍ତି। କିନ୍ତୁ ଆଶା କରାଯାଉଛି କି ସେ ଇନ୍ଦୋର ଟେଷ୍ଟ ପୂର୍ବରୁ ଦଳରେ ଯୋଗ ଦେଇ ପାରନ୍ତି। ସେହିପରି ଜୋଶ ହେଜଲଉଡ଼, ମ୍ୟାଟ ରେନସ ଓ ଏଷ୍ଟନ ଏଗର ମଧ୍ୟ ଆହତ ସମସ୍ୟା ଦେଇ ଗତି କରୁଛି। ଓ୍ୱାର୍ଣ୍ଣରଙ୍କୁ ଦିଲ୍ଲୀ ଟେଷ୍ଟରେ ଆଘାତ ଲାଗିଥିଲା। 

ଆହତ ସମସ୍ୟାରେ ଯୁଝି ହେଉଛି ଅଷ୍ଟ୍ରେଲିଆ, ସ୍ୱଦେଶ ଫେରିଲେଣି ଅଧା ଖେଳାଳି

Injury Problem ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ସିରିଜ୍ (Border Gavaskar Trophy) ମଧ୍ୟରେ ଅଷ୍ଟ୍ରେଲିଆକୁ (Australia) ଆଉ ଏକ ଶକ୍ତ ଝଟକା ଲାଗିଛି। ପରବର୍ତ୍ତୀ ଦୁଇଟି ମ୍ୟାଚ୍ ପାଇଁ କଙ୍ଗାରୁ (Australia) ଦଳର ଡ୍ୟାସିଂ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାର୍ନର (David Warner) ଦଳରୁ ବାଦ ପଡ଼ିଛନ୍ତି । କୁହାଯାଉଛି ଯେ ଆହତ କାରଣରୁ ୱାର୍ଣ୍ଣର ଦଳ ବାହାରେ ଅଛନ୍ତି। ଦିଲ୍ଲୀ ଟେଷ୍ଟ ସମୟରେ ସେ ଆହତ ହୋଇଥିଲେ, ଏହା ପରେ ସେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ମଧ୍ୟ ବାହାରି ନଥିଲେ। କୁହାଯାଉଛି କି ଆହତ ସମସ୍ୟା କାରଣରୁ ସେ ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ କରିବେ। ଆହତ କାରଣରୁ ଡେଭିଡ ୱାର୍ନର ଅଷ୍ଟ୍ରେଲିଆ ଫେରିବେ। ସେ ବର୍ତ୍ତମାନ ତାଙ୍କ ପରିବାର ସହିତ ଭାରତରେ ବୁଲୁଥିଲେ, ଯାହାର ଚିତ୍ର ଗତକାଲି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କିନ୍ତୁ ଆଘାତ ହେତୁ ୱାର୍ଣ୍ଣର ପରବର୍ତ୍ତୀ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଅଷ୍ଟ୍ରେଲିଆ ଦଳର ଅଂଶ ହେବେ ନାହିଁ। ତେବେ ୱାର୍ଣ୍ଣରଙ୍କ ସ୍ଥାନ ସମ୍ପର୍କରେ କ୍ରିକେଟ୍ ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ।

ଏଠାରେ କହି ରଖୁ କି ଦିଲ୍ଲୀ ଟେଷ୍ଟର ପ୍ରଥମ ଇନିଂସରେ ବ୍ୟାଟିଂ କରୁଥିବାବେଳେ ଡେଭିଡ ୱାର୍ଣ୍ଣର ମହମ୍ମଦ ସିରାଜଙ୍କ ବାଉନ୍ସର ବଲରେ କାନ୍ଧରେ ଆଘାତ ପାଇଥିବା ବେଳେ ଆଉ ଏକ ବାଉନ୍ସର୍ ୱାର୍ଣ୍ଣରଙ୍କ ହେଲମେଟରେ ମଧ୍ୟ ମାଡ଼ ଦେଇଥିଲା। ଯେଉଁଥିପାଇଁ ତାଙ୍କୁ ପଡ଼ିଆରେ ଫିଜିଓ ଡାକିବାକୁ ପଡିଲା। ଆଘାତ ପରେ ୱାର୍ଣ୍ଣର ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ମଧ୍ୟ ଆସିନଥିଲେ, ଏଭଳି ପରିସ୍ଥିତିରେ ବର୍ତ୍ତମାନ କ୍ରିକେଟ୍ ଅଷ୍ଟ୍ରେଲିଆ ଏକ ବିବୃତ୍ତି ଜାରି କରି କହିଛି ଯେ ଦିଲ୍ଲୀ ଟେଷ୍ଟ ସମୟରେ ୱାର୍ଣ୍ଣରଙ୍କ କାନ୍ଧରେ ଆଘାତ ଲାଗିଛି, ତେଣୁ ୱାର୍ଣ୍ଣର ଅବଶିଷ୍ଟ ଦୁଇଟି ମ୍ୟାଚରେ ମଧ୍ୟ ଖେଳିବେ ନାହିଁ। 

ସେପଟେ କେବଳ ଓ୍ୱାର୍ଣ୍ଣର ନୁହଁନ୍ତି, ଦଳର ଅଧା ସଦସ୍ୟ ଏବେ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ଭ୍ରମଣକାରୀ ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସ ମଧ୍ୟ ଅଷ୍ଟ୍ରେଲିଆ ଫେରିଯାଇଛନ୍ତି। ଆହତ ସମସ୍ୟା ପାଇଁ ସେ ନିଜ ଦେଶକୁ ଫେରିଛନ୍ତି। କିନ୍ତୁ ଆଶା କରାଯାଉଛି କି ସେ ଇନ୍ଦୋର ଟେଷ୍ଟ ପୂର୍ବରୁ ଦଳରେ ଯୋଗ ଦେଇ ପାରନ୍ତି। ସେହିପରି ଜୋଶ ହେଜଲଉଡ଼, ମ୍ୟାଟ ରେନସ ଓ ଏଷ୍ଟନ ଏଗର ମଧ୍ୟ ଆହତ ସମସ୍ୟା ଦେଇ ଗତି କରୁଛି। ଓ୍ୱାର୍ଣ୍ଣରଙ୍କୁ ଦିଲ୍ଲୀ ଟେଷ୍ଟରେ ଆଘାତ ଲାଗିଥିଲା। 

ମୋଟାମୋଟି କହିବାକୁ ଗଲେ କଙ୍ଗାରୁ ଦଳର ପାଖାପାଖି ୫ ଜଣ ଦମଦାର ଖେଳାଳି ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ସ୍ୱଦେଶ ଫେରିବା ଲକ୍ଷ୍ୟରେ ରହିଛନ୍ତି। ଅଷ୍ଟ୍ରେଲୀୟ ଦଳର ପ୍ରଶିକ୍ଷକ ଆଣ୍ଡ୍ରିୟୁ ମ୍ୟାକଡୋନାଲ୍ଡ ଏହା ମଧ୍ୟ କହିଛନ୍ତି ଯେ ଆମେ ଭାରତ ପଢିବାରେ ଭୁଲ୍ କରିଛୁ ଏବଂ ଆମର ଦଳ ସମ୍ପୂର୍ଣ୍ଣ ଫ୍ଲପ୍ ହୋଇଛି। ଇନ୍ଦୋର ଟେଷ୍ଟ ବିଷୟରେ କଙ୍ଗାରୁ ଦଳର କୋଚ୍ କହିଥିଲେ ଯେ ଆମକୁ ଆଗାମୀ ରଣନୀତି ସଫା କରିବାକୁ ହେବ ଏବଂ ସେହି ଅନୁଯାୟୀ ଏହାକୁ ଅନୁସରଣ କରିବାକୁ ହେବ, ଯାହା ଦ୍ୱାରା ଆମେ ଆମର ଯୋଜନାରେ କାର୍ଯ୍ୟ କରିପାରିବା।