India vs Pakistan: ଟିମ୍ ଇଣ୍ଡିଆ ପାକିସ୍ତାନ ଯିବ ନା ନାହିଁ? କ୍ରୀଡ଼ା ମନ୍ତ୍ରୀ ଦେଲେ ଏହି ଜବାବ
Advertisement

India vs Pakistan: ଟିମ୍ ଇଣ୍ଡିଆ ପାକିସ୍ତାନ ଯିବ ନା ନାହିଁ? କ୍ରୀଡ଼ା ମନ୍ତ୍ରୀ ଦେଲେ ଏହି ଜବାବ

Anurag Thakur On Asia cup 2023: ଭାରତୀୟ କ୍ରିକେଟ୍ ଦଳ ଏସିଆ କପ୍ ୨୦୨୩ ପାଇଁ ପାକିସ୍ତାନ ଯିବ ନା' ନାହିଁ ସେ ସମ୍ପର୍କରେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏକ ବୟାନ ଦେଇ କହିଛନ୍ତି ଯେ ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେବ ।

ସୌ: ସୋସିଆଲ ମିଡିଆ

Anurag Thakur On Asia cup 2023: କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର (Anurag Thakur) ଗୁରୁବାର ଦିନ କହିଛନ୍ତି ଯେ ଆସନ୍ତା ବର୍ଷ ଏସିଆ କପ୍ (Asia cup) ପାଇଁ ଭାରତୀୟ କ୍ରିକେଟ୍ ଦଳର (Indian cricket team) ପାକିସ୍ତାନ (Pakistan) ଗସ୍ତ କରିବକି ନାହିଁ, ତାହା ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେବ, କିନ୍ତୁ ଖେଳାଳିଙ୍କ ସୀମା ପାର ହେବାର ସମ୍ଭାବନା କମ୍ ବୋଲି ସେ କହିଛନ୍ତି । ତେବେ ଆସନ୍ତା ବର୍ଷ ୫୦ ଓଭର ବିଶ୍ୱକପ୍‌ରେ (World cup 2023) ଭାଗ ନେବାକୁ ପାକିସ୍ତାନ ଦଳ (Pakistan Team) ଭାରତ ଆସିବ ବୋଲି ଅନୁରାଗ ଠାକୁର ଆଶା ପ୍ରକଟ କରୁଛନ୍ତି । ସେ କହିଛନ୍ତି ଆମେ ସମସ୍ତଙ୍କୁ ସ୍ୱାଗତ କରୁଛୁ ।

ବାସ୍ତବରେ, ଏହି ବିବାଦ ସେତବେଳେ ଉପୁଜିଥିଲା, ​​ଯେତେବେଳେ ବିସିସିଆଇ ସର୍କୁଲାରରେ ଉଲ୍ଲେଖ କରାଯାଇଥିଲା ଯେ ଭାରତୀୟ ଦଳ ଏସିଆ କପ୍ ୨୦୨୩ ପାଇଁ ପାକିସ୍ତାନ ଗସ୍ତରେ ଯାଇପାରେ, କିନ୍ତୁ ଦଳକୁ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିବ । ତେବେ ଏସୀୟ କ୍ରିକେଟ୍ ପରିଷଦ (ACC) ର ମୁଖ୍ୟ ଥିବା ବିସିସିଆଇ ସଚିବ ଜୟ ଶାହା (Jay Shah) ମଙ୍ଗଳବାର ଦିନ କହିଥିଲେ ଯେ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ ନାହିଁ । ଏକ ନିରପେକ୍ଷ ସ୍ଥାନରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ।

ଏହାକୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ର ଏକ ଚିଠି ମାଧ୍ୟମରେ ନିଜର କ୍ଷୋଭ ପ୍ରକାଶ କରିଛି, ଯେଉଁଥିରେ କୁହାଯାଇଛି ଯେ ଏସିସିକୁ ଖୁବ ଶୀଘ୍ର ଏକ ବୈଠକ କରିବାକୁ ପଡ଼ିବ । ଏହା ବ୍ୟତୀତ ଭାରତର ଏହି ନିଷ୍ପତ୍ତି ଆସନ୍ତା ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ODI ବିଶ୍ୱକପରେ ପାକିସ୍ତାନ ଦଳର ଅଂଶଗ୍ରହଣକୁ ପ୍ରଭାବିତ କରିପାରେ ।

ଜୟ ଶାହାଙ୍କ ବୟନ ପରେ ହୋଇଥିବା ବିବାଦ ଉପରେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ (ବିଶ୍ୱକପ ୨୦୨୩) ପାଇଁ ଯୋଗ୍ୟତା ଅର୍ଜନ କରିଥିବା ସମସ୍ତ ଦଳ (ଭାରତୀୟ ମାଟିରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ) ଆମନ୍ତ୍ରିତ ହୋଇଛନ୍ତି । ଅନେକ ଥର ପାକିସ୍ତାନ ଦଳ ଭାରତରେ ଆସି ଖେଳିଛି । ମୁଁ ଭାବୁଛି ଭାରତ କାହା ଦ୍ୱାରା କାହାକୁ ନିର୍ଦ୍ଦେଶ ଦେବା ସ୍ଥିତିରେ ନାହିଁ ଓ କାହାପାଖରେ ଏହା କରିବାର କାରଣ ନାହିଁ । ମୁଁ ଆଶା କରୁଛି ଯେ ସମସ୍ତ ଦେଶ ଆସିବେ, ଓ ପ୍ରତିଯୋଗିତା କରିବେ ।"

ସେ ଆହୁରି ମଧ୍ୟ ପାକିସ୍ତାନ ଗସ୍ତ ବିଷୟରେ କହିଛନ୍ତି, "ସମ୍ଭାବନା ସବୁବେଳେ ଥାଏ । କିଏ ଭାବିଥିଲେ ଯେ COVID-19 ହେବ । କିଛି ହୋଇପାରେ, କିନ୍ତୁ ସମ୍ଭାବନା (ପାକିସ୍ତାନ ଯାଉଥିବା ଭାରତୀୟ ଦଳର) ସମ୍ଭାବନା ଅଧିକ ନୁହେଁ । ଏହା ଏକ ନିଷ୍ପତ୍ତି । ଯାହା ଗୃହ ମନ୍ତ୍ରଣାଳୟ ଦ୍ୱାରା ନିଆଯିବ । ମୋଟାମୋଟି ଭାବେ ଖେଳାଳିଙ୍କ ସେଫ୍ଟି ଓ ସିକ୍ୟୁରିଟି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଏହା ଏକ ସୁରକ୍ଷା ଚିନ୍ତା । ସରକାର ଏହା ଉପରେ ନିଷ୍ପତ୍ତି ନେବେ । ସମୟ ଆସିବାକୁ ଦିଅନ୍ତୁ, ସେହି ସମୟରେ ପରିସ୍ଥିତି ଦେଖିବା ।"

ଏହା ବି ପଢ଼ନ୍ତୁ: T20 WC 2022: ଭାରତ-ପାକିସ୍ତାନ ମ୍ୟାଚ୍ ବାତିଲ ହେଲେ କାହାକୁ ମିଳିବ ଅଧିକ ଲାଭ, ଜାଣନ୍ତୁ ସବୁକିଛି