Burla VIMSAR Medical ପରିସରରେ ସୁରକ୍ଷାକର୍ମୀଙ୍କୁ ମୋବାଇଲ ମନା
Advertisement

Burla VIMSAR Medical ପରିସରରେ ସୁରକ୍ଷାକର୍ମୀଙ୍କୁ ମୋବାଇଲ ମନା

ମୋବାଇଲ ଫୋନ ବ୍ୟବହାର କରିବା କାରଣରୁ ସୁରକ୍ଷା କର୍ମୀ ସେମାନଙ୍କ କାର୍ଯ୍ୟ ଠିକ ଭାବେ କରି ପାରୁନଥିଲେ।

Burla VIMSAR Medical ପରିସରରେ ସୁରକ୍ଷାକର୍ମୀଙ୍କୁ ମୋବାଇଲ ମନା

ସମ୍ବଲପୁର: ଜିଲ୍ଲାର ବୁର୍ଲାସ୍ଥିତ ଭିମସାର ମେଡିକାଲରେ ମୋବାଇଲ ଫୋନ ମନା। ଏଠାରେ କାର୍ଯ୍ୟରତ ସମସ୍ତ ସୁରକ୍ଷାକର୍ମୀଙ୍କ ସହ ସୁପରଭାଇଜରଙ୍କୁ ସ୍ମାର୍ଟ ଫୋନ ବ୍ୟବହାର କରିବାକୁ ନେଇ କଟକଣା ଜାରି କରାଯାଇଛି। ଏନେଇ ସୁରକ୍ଷାକର୍ମୀ ଯୋଗାଇଥିବା ସଂସ୍ଥା ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରିହୋଇଛି। 

ପୂର୍ବରୁ ବୁର୍ଲା ଭିମସାର ମେଡିକାଲ (Burla VIMSAR Medical) ଠାରେ କାର୍ଯ୍ୟରତ ସୁରକ୍ଷାକର୍ମୀ (Security Guard) ଏବଂ ସୁପରଭାଇଜର (Supervisor) ସ୍ମାର୍ଟ ଫୋନ (Smart Phone) ବ୍ୟବହାର କରୁଥିଲେ। ଯାହାର ପ୍ରଭାବରେ ସୁରକ୍ଷା ବ୍ୟବସ୍ଥା ଢିଲା ହେଉଥିଲା। ମୋବାଇଲ ଫୋନ ବ୍ୟବହାର କରିବା କାରଣରୁ ସୁରକ୍ଷା କର୍ମୀ ସେମାନଙ୍କ କାର୍ଯ୍ୟ ଠିକ ଭାବେ କରି ପାରୁନଥିଲେ। ଯାହାକୁ ନେଇ ଅନେକ ସମୟରେ ବିଶୃଙ୍ଖଳା ସୃଷ୍ଟି ହେଉଥିଲା। 

Also Read: କୋରୋନା ଭୟରେ ମୃତଦେହ ଛୁଉଁନାହାଁନ୍ତି ଲୋକେ, ଅନ୍ତିମ ସତ୍କାର କରୁଛି ପୋଲିସ

ଶନିବାର ଠାରୁ ଯଦି କେହି ସୁରକ୍ଷାକର୍ମୀ କିମ୍ବା ସୁପରଭାଇଜର ସ୍ମାର୍ଟ ଫୋନ ବ୍ୟବହାର କରନ୍ତି ତାହେଲେ ତାଙ୍କୁ ମାସେ ପାଇଁ କାର୍ଯ୍ୟରୁ ବହିଷ୍କାର କରାଯିବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି। ସ୍ମାର୍ଟ ଫୋନ ବ୍ୟବହାରକୁ ବାରଣ କରିବା ଯୋଗୁଁ ବର୍ତ୍ତମାନ ସମସ୍ତେ ନିଜ ଦାୟିତ୍ୱ ସୁଚାରୁରୂପେ କରିପାରିବେ ବୋଲି କହିଛନ୍ତି ଭୀମସାର ସିଫ୍ଟ ଇନଚାର୍ଜ (VIMSAR Shift Incharge)।