ଥାଳ ଉଠା ପର୍ବ ସମ୍ପନ୍ନ; ଶୀତଳ ଷଷ୍ଠୀ ପାଇଁ ଆରମ୍ଭ ହୋଇଗଲା ପ୍ରସ୍ତୁତି
Advertisement

ଥାଳ ଉଠା ପର୍ବ ସମ୍ପନ୍ନ; ଶୀତଳ ଷଷ୍ଠୀ ପାଇଁ ଆରମ୍ଭ ହୋଇଗଲା ପ୍ରସ୍ତୁତି

ଶୀତଳ ଷଷ୍ଠୀ ପାଇଁ ଏଥର ବିନା ଭକ୍ତରେ ଅନୁଷ୍ଠିତ ହୋଇଯାଇଛି ଥାଳ ଉଠା କାର୍ଯ୍ୟକ୍ରମ । 

ଥାଳ ଉଠା ପର୍ବ ସମ୍ପନ୍ନ; ଶୀତଳ ଷଷ୍ଠୀ ପାଇଁ ଆରମ୍ଭ ହୋଇଗଲା ପ୍ରସ୍ତୁତି

ସମ୍ବଲପୁର: ସମ୍ପର୍ଣ୍ଣ ହୋଇଛି ମହା ଶୀତଳଷଷ୍ଠୀର ଆଦ୍ୟ ପର୍ବ ଥାଳ ଉଠା। କୋରୋନା ଗାଇଡ଼ଲାଇନ୍ସ ପାଳନ କରି ଏଥର କରାଯାଇଛି ଏଥରର ଥାଳ ଉଠା ପର୍ବ। ଶନିବାର ସଧ୍ୟାରେ ରୀତି ନୀତି ପାଳନ ପୂର୍ବକ କନ୍ୟା ମାତାପିତା ଚୟନ କରାଯାଇଛି। ମେ ୧୫ ତାରିଖ ଶନିବାର ପାଳିତ ହୋଇଥିଲା ଅକ୍ଷୟ ତୃତୀୟା। ସମ୍ବଲପୁରର (Sambalpur) ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର (Sitalsasthi Yatra) ଆରମ୍ଭ। ଆଜିର ଦିନରେ ଏହି ଯାତ୍ରା ପାଇଁ ସମ୍ବଲପୁର ସହରର ସମସ୍ତ ଶିବାଳୟ ମନ୍ଦିରରୁ (Shiva Temple) ଥାଳ ଉଠା କାର୍ଯ୍ୟକ୍ରମ ହୋଇଥାଏ। 

କୋରୋନା ମହାମାରୀ ପ୍ରକୋପକୁ ନଜରରେ ରଖି ବିଧି ରକ୍ଷା ସ୍ୱରୂପ ଥାଳ ଉଠା (Thala Utha) କାର୍ଯ୍ୟକ୍ରମ ହେବ ବୋଲି ଯାତ୍ରା କମିଟି ପକ୍ଷରୁ ଘୋଷଣା କରାଯାଇଛି। ଏଥର ବିନା ଭକ୍ତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶନିବାର ଶୀତଳଷଷ୍ଠୀ ଯାତ୍ରା ପାଇଁ କନ୍ୟା ପିତା ମାତା ଚୟନ ହେବା ସହ ପାଣ୍ଠି ସଂଗ୍ରହ ଆରମ୍ଭ ହୋଇଛି। ପଶ୍ଚିମ ଓଡିଶାର ପ୍ରାଣ କେନ୍ଦ୍ର ସମ୍ବଲପୁର ସହରରେ ପାଳିତ ହୋଇ ଆସୁଥିବା ଶିବପାର୍ବତୀ ବିବାହ ଅର୍ଥାତ ଶୀତଳ ଷଷ୍ଠୀ ଯାତ୍ରାର ଆଦ୍ୟପର୍ବ ହେଉଛି ଥାଳଉଠା ପରମ୍ପରା। 

Also Read: କଟକଣାରେ ପାଳିତ ହେବ ଶୀତଳ ଷଷ୍ଠୀ; ଶନିବାର ହେବ ଥାଳ ଉଠା ପର୍ବ

ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟା ତିଥିରୁ ଏହି ପରମ୍ପରା ସମ୍ପନ୍ନ ହୋଇଥାଏ। ଶନିବାର ଅପରାହ୍ନରେ କେବଳ ବିଧି ରକ୍ଷା ପାଇଁ ସମ୍ବଲପୁର ସହରରେ ଅବସ୍ଥିତ ପ୍ରମୁଖ ଶୈବାଳୟ ଯଥା ନନ୍ଦପଡ଼ାର ବମ୍‌ବରାଡ଼ ବାଲୁଙ୍କେଶ୍ୱର, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୋଦିପଡ଼ାର ଜାଗେଶ୍ୱର ବାବାଙ୍କ ସମେତ ସମସ୍ତ ଯାତ୍ରା କମିଟି ପକ୍ଷରୁ ଅକ୍ଷୟ ତୃତୀୟା ତିଥିରେ ଥାଳ ଉଠା ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଦିନ ପାରମ୍ପାରିକ ପୁଜାର୍ଚ୍ଚନା ପରେ ଯାତ୍ରା କମିଟିର ମାତା ପାର୍ବତୀଙ୍କ ପିତା ମାତା ଚୟନ କରିଥାନ୍ତି। 

ଏହା ପରେ ଦେବ ବିବାହ ପାଇଁ ଦକ୍ଷିଣା ଅର୍ଥାତ ଏହି ବିଶ୍ୱ ପ୍ରସିଦ୍ଧ ଯାତ୍ରା ପାଇଁ ପାଣ୍ଠି ସଂଗ୍ରହ କାର୍ଯ୍ୟ ପଡ଼ା ପଡ଼ା ତଥା ଘର ଘର ବୁଲି କରାଯାଇଥାଏ। ଏଥର ରୀତିନୀତି ସହ କୋଭିଡ କଟକଣାକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ପୂଜା କମିଟି। ଏହା ସହିତ ମା ପାର୍ବତୀ ଏବଂ ମହାଦେବଙ୍କ ବିବାହ ଉତ୍ସବରେ ରୀତିନୀତିକୁ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି ପଣ୍ଡିତ।

Also Read: କୋରୋନା ମହାମାରୀ କବଳରୁ ରକ୍ଷା ପାଇବାକୁ ମା’ସମଲେଶ୍ବରୀଙ୍କ ଠାରେ ପୂଜାର୍ଚ୍ଚନା

ଏତେ ବର୍ଷ ର ଅଭିଳାଷ ପୁରଣ ହୋଇଛି ବୋଲି କହିଛନ୍ତି ବିଭିନ୍ନ କମିଟି ଦ୍ୱାରା ଚୟନ ହୋଇଥିବା କନ୍ୟା ମାତା ପିତା। ମା ପାର୍ବତୀଙ୍କୁ ଝିଅ ରୂପରେ ପାଇବା ସୌଭାଗ୍ୟ ଏବଂ ବାବା ଭୋଲେନାଥଙ୍କୁ ଜ୍ୱାଇଁ ଭାବେ ପାଇବା ଭାଗ୍ୟ ବୋଲି କହିଛନ୍ତି କନ୍ୟା ମାତାପିତା। କୋରୋନା ନିୟମ ପାଳନ ପୂର୍ବକ ସମସ୍ତ ରୀତିନୀତିରେ ମାଆ ପାର୍ବତୀଙ୍କ ବିବାହ ସମ୍ପନ୍ନ ହେବ। ନିରାଡ଼ମ୍ବର ଭାବରେ ସମସ୍ତ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ କରାଯିବ ବୋଲି କୁହାଯାଇଛି।

ସରକାରଙ୍କ କୋଭିଡ ଗାଇଡ ଲାଇନ ଅନୁକରଣ କରି ନିରାଡ଼ମ୍ବର ଭାବରେ ସମ୍ପର୍ଣ୍ଣ ହୋଇଛି ଶୀତଲ ଷଷ୍ଠୀର ଆଦ୍ୟ ପର୍ବ ଥାଳ ଉଠା। ମେ ୧୫ ତାରିଖ ଶନିବାର ଠାରୁ ମାସେ ପରେ ଅନୁଷ୍ଠିତ ହେବ ଶିବ ପାର୍ବତୀଙ୍କ ବିବାହ ପର୍ବ ଶୀତଳ ଷଷ୍ଠୀ।