ଅଲୋଡା ଏଡସ ରୋଗୀଙ୍କ ମୃତଦେହ, ସତ୍କାର ପାଇଁ 'ସମ୍ବଳ' ସାହା
Advertisement

ଅଲୋଡା ଏଡସ ରୋଗୀଙ୍କ ମୃତଦେହ, ସତ୍କାର ପାଇଁ 'ସମ୍ବଳ' ସାହା

୩୩ ଘଣ୍ଟା ଧରି ପଡିରହିଥିବା ଜଣେ ଏଡସ ରୋଗୀଙ୍କ ମୃତଦେହକୁ ସତ୍କାର କରିବା ପାଇଁ ଆଗେଇ ଆସିଲା ସମ୍ବଲପୁରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମ୍ବଳ । ମେଡିକାଲ ପରିସରରୁ ଶବ ନେଇ ରାଜଘାଟରେ ସତ୍କାର କରାଯାଇଛି । ଅନୁଷ୍ଠାନର ଏପରି କାର୍ଯ୍ୟକୁ ସମସ୍ତେ ପ୍ରଂଶସା କରିଛନ୍ତି । 

ଫାଇଲ ଫଟୋ

ଜସ୍ମିନ ରେଖା ମହନ୍ତ, ଭୁବନେଶ୍ୱର: ୩୩ ଘଣ୍ଟା ଧରି ପଡିରହିଥିବା ଜଣେ ଏଡସ ରୋଗୀଙ୍କ ମୃତଦେହକୁ ସତ୍କାର କରିବା ପାଇଁ ଆଗେଇ ଆସିଲା ସମ୍ବଲପୁରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମ୍ବଳ । ମେଡିକାଲ ପରିସରରୁ ଶବ ନେଇ ରାଜଘାଟରେ ସତ୍କାର କରାଯାଇଛି । ଅନୁଷ୍ଠାନର ଏପରି କାର୍ଯ୍ୟକୁ ସମସ୍ତେ ପ୍ରଂଶସା କରିଛନ୍ତି । 

ଏଡସ ରୋଗକୁ ନେଇ ଏବେ ବି ଆମ ଭିତରେ ରହିଛି ଅନେକ ଭୟ ଏବଂ ଘୃଣା । ଯେଉଁଥିପାଇଁ ତ ଜଣେ ଏଡସ ରୋଗୀଙ୍କ ମୃତ୍ୟୁ ପରେ ମୃତଦେହ ଉଠାଇବା ପାଇଁ କେହି ଆସିନଥିଲେ । ୩୩ ଘଣ୍ଟା ଧରି ପଡି ରହିଥିଲା ମୃତଦେହ । 

ପୁରା ଘଟଣା ଥିଲା ଏପରି । ଗତ ୨୩ ତାରିଖରେ ଜଣେ ଏଡସ ରୋଗୀଙ୍କ ଆଖିରେ ଟିଉମର ଅପରେସନ କରିବା ପାଇଁ ବୁର୍ଲା ଭୀମସାରର ମେଡ଼ିସିନ ୱାର୍ଡ ୟୁନିଟ -୨ରେ ଭର୍ତ୍ତି କରାଯାଇଥିଲା । ଗତ ୩ ତାରିଖ ସକାଳ ୮ଟାରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । 
ଖୋଦ ମୃତକଙ୍କ ପରିବାର ବର୍ଗ ମଧ୍ୟ ମୃତଦେହ ଛାଡି ଚାଲିଯାଇଥିଲେ । ୩୩ ଘଣ୍ଟା ଧରି 
ବୁର୍ଲା ଭୀମସାରର ଶବଗୃହରେ ପଡିରହିଥିଲା ମୃତଦେହ । ପୋଲିସ ପରିବାର ଲୋକଙ୍କୁ ଖବର ଦେଇଥିଲା । ହେଲେ ମୃତଦେହ ନେବାକୁ କେହି ମଧ୍ୟ ଆସିନଥିଲେ । 

ଶେଷରେ ସହାୟତାର ହାତ ବଢାଇଲା ସମ୍ବଲପୁରର ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ସମ୍ବଳ' । ଅନୁଷ୍ଠାନର ସଦସ୍ୟମାନେ ମୃତଦେହକୁ ରାଜଘାଟ ନେଇ ସତ୍କାର କଲେ । ଏପର୍ଯ୍ୟନ୍ତ ୪ଶହରୁ ଅଧିକ ଶବ ସତ୍କାର କରିସାରିଛି ଏହି ଅନୁଷ୍ଠାନ । ଯେଉଁ ଲୋକର କେହି ନାହିଁ, ତାଙ୍କ ମୃତ୍ୟୁ ପରେ ଶବ ସତ୍କାର କରିଥାନ୍ତି ଅନୁଷ୍ଠାନର ସଦସ୍ୟ । ତେବେ ଜଣେ ଏଡସ ରୋଗୀଙ୍କ ମୃତ ଦେହ ସତ୍କାର ପରେ ବିଭିନ୍ନ ମହଲରେ ପ୍ରଂଶସା କରାଯାଇଛି ।