ଏସଓପି ଆଧାରରେ ଜଗା ଦର୍ଶନ; କୋରୋନା ସଂକ୍ରମଣକୁ ନେଇ ସତର୍କ ପ୍ରଶାସନ
Advertisement

ଏସଓପି ଆଧାରରେ ଜଗା ଦର୍ଶନ; କୋରୋନା ସଂକ୍ରମଣକୁ ନେଇ ସତର୍କ ପ୍ରଶାସନ

ଆରଟିପିସିଆର ଟେଷ୍ଟ ସହିତ ଟିକାକରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ନୀଳାଞ୍ଚଳ ଭକ୍ତ ନିବାସରେ ଖୋଲିଛି ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ୟୁନିଟ୍।

ଏସଓପି ଆଧାରରେ ଜଗା ଦର୍ଶନ; କୋରୋନା ସଂକ୍ରମଣକୁ ନେଇ ସତର୍କ ପ୍ରଶାସନ

ପୁରୀ: ଏପ୍ରିଲ ୧୯ ତାରିଖ ସୋମବାର ଠାରୁ ଆରମ୍ଭ ହୋଇଛି ନୂତନ ଏସଓପି ଆଧାରରେ ଜଗା ଦର୍ଶନ। ରାଜ୍ୟ ତଥା ରାଜ୍ୟ ବାହାର ଭକ୍ତଙ୍କ ଉଦ୍ଦେଶ୍ୟରେ ଜାରି ହୋଇଛି କୋଭିଡ୍ କଟକଣା। ସମସ୍ତଙ୍କ ପାଇଁ ଫଟୋ ପରିଚୟ ପତ୍ର ବାଧ୍ଯତାମୂଳକ କରାଯାଇଥିବା ବେଳେ କେବଳ ବାହାର ରାଜ୍ୟର ପର୍ଯ୍ୟଟକଙ୍କ ପାଇଁ କୋଭିଡ୍ ନେଗେଟିଭ ପ୍ରମାଣପତ୍ର କିମ୍ବା ଦୁଇଟି ଡୋଜ ଟିକା ନେଇଥିବାର ପ୍ରମାଣପତ୍ରକୁ ବାଧ୍ଯତାମୂଳକ କରାଯାଇଛି। 

ଚାରୋଟି କିଓସ୍କ କାଉଣ୍ଟର (Kiosk Counter) ମାଧ୍ୟମରେ ଭକ୍ତଙ୍କ ଡକ୍ଯୁମେଣ୍ଟର କରାଯାଉଛି ଫଟୋଗ୍ରାଫି (Document Photography) ସହିତ କଡା ଯାଞ୍ଚ। ସେପଟେ କୁମ୍ଭମେଳାକୁ (Kumbh Mela) ଯାଇଥିବା ସେବାୟତ ପରିବାରକୁ ଚିହ୍ନଟ କରିବା ସହ ସେମାନଙ୍କୁ ସଙ୍ଗରୋଧରେ (Isolation) ରହିବାକୁ ଦିଆଯାଉଛି ପରାମର୍ଶ। ସେପଟେ ଶ୍ରୀମନ୍ଦିର ସେବାୟତଙ୍କ ସହ ତାଙ୍କ ପରିବାର ଏବଂ  କର୍ମଚାରୀଙ୍କୁ ମିଶାଇ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି।

Also Read: କାଳିଆ ଦର୍ଶନକୁ ନେଇ ଉତ୍ସାହିତ ଭକ୍ତ, SOP ଉପରେ ରହିଛି ନଜର

ନୂତନ ମାର୍ଗଦର୍ଶିକା ଆଧାରରେ ସୋମବାର ଠାରୁ ଆରମ୍ଭ ହୋଇଛି ଜଗାଦର୍ଶନ। ସକାଳ ଦ୍ୱାରଫିଟା ନୀତି ପରେ ବ୍ଯାରିକେଡ୍ ସମ୍ମୁଖରେ ଭିଡ ଜମାଇଥିଲେ ଭକ୍ତଙ୍କ ଦର୍ଶନାର୍ଥୀ। ଫଟୋ ପରିଚୟପତ୍ର ଦେଖାଇ ରାଜ୍ଯବାସୀ ବ୍ୟାରିକେଡ (Barricade) ମଧ୍ୟକୁ ପ୍ରବେଶ କରୁଥିବା ବେଳେ ବାହାର ରାଜ୍ଯର ଦର୍ଶନାର୍ଥୀଙ୍କ ଯାଞ୍ଚ ହେଉଥିଲା କୋଭିଡ୍ ଟେଷ୍ଟ ରିପୋର୍ଟ। ହେଲେ ମନ୍ଦିର ପ୍ରବେଶ ପୂର୍ବରୁ କିଓସ୍କ କାଉଣ୍ଟରରେ ଯାଞ୍ଚ ବ୍ଯବସ୍ଥାକୁ ବାଧ୍ଯତାମୂଳକ କରାଯାଇଛି।

୪ଟି କିଓସ୍କ କାଉଣ୍ଟର ମଧ୍ୟରୁ ୩ଟି ରାଜ୍ଯବାସୀ କେବଳ ପରିଚୟ ପତ୍ର ଦେଖାଇ ମନ୍ଦିରକୁ ଯାଉଥିବା ବେଳେ ଅନ୍ଯଟିରେ ସ୍ୱତନ୍ତ୍ର ଭାବେ ଦର୍ଶନାର୍ଥୀଙ୍କ ୯୬ଘଣ୍ଟା ଅର୍ଥାତ ୪ଦିନର ଆରଟିପିସିଆର ନେଗେଟିଭ ରିପୋର୍ଟ (RTPCR Negetive Report) ଯାଞ୍ଚ କରି ଛଡାଯାଉଥିଲା। ସେଠାରେ ବିଶୋଧନ (Sanitizing) ବ୍ଯବସ୍ଥା ରହିଥିବା ବେଳେ ମାସ୍କ (Mask) ପରିଧାନ ସହ ସାମାଜିକ ଦୂରତା ରକ୍ଷା (Social Distance) ଉପରେ କଡାକଡି କରାଯାଇଛି। ଏହାକୁ ସ୍ୱାଗତ କରିଛନ୍ତି ଭକ୍ତ। ସେପଟେ ଏସଓପି-ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୋର-ଏସଓପି (Standard Operating Procedure-SOP) କିଭଳି କଡାକଡି ଅନୁପାଳନ କରାଯିବ ସେନେଇ ପୁଲିସ ବ୍ଯବସ୍ଥାକୁ ଅଧିକ କଡାକଡି କରାଯାଇଛି ବୋଲି କହିଛନ୍ତି ପୁରୀ ଏସପି।   

Also Read: ସ୍ୱଚ୍ଛତା ବଜାୟ ରଖିଲେ ମିଳିବ ପୁରସ୍କାର, ଆବର୍ଜନା ଦେଖାଗଲେ କଟିବ ଦରମା

ପୁରୀରେ ୨୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କୋରୋନା ଆକ୍ରାନ୍ତ ସେବାୟତ ଏବଂ ଶ୍ରୀମନ୍ଦିର କର୍ମଚାରୀଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରେ ସେବାୟତ ୧୫ ଏବଂ ତାଙ୍କ ପରିବାରର ୭ ଜଣ  ସେହିଭଳି ନିଶୁଳ୍କ ଜୋତାଷ୍ଟାଣ୍ଡ କର୍ମଚାରୀ ୧୯ ଜଣ ଥିବାବେଳେ ଶ୍ରୀମନ୍ଦିର କର୍ମଚାରୀଙ୍କ ସଂଖ୍ୟା ରହିଛି ୯ ଜଣ ରହିଛି। ସେପଟେ କୁମ୍ଭମେଳା ଫେରନ୍ତା ମଧ୍ୟ ଏବେ ଚିନ୍ତା ବଢାଇଛି। 

Also Read: କୋହଳ ହେଲା ନିୟମ: ଆଜି ଗୋଟିଏ ଦିନରେ ୪୦ ହଜାର ଭକ୍ତ କଲେ ଜଗାକୁ ଦର୍ଶନ

ପୁରୀ ଜିଲ୍ଲାରେ ମୋଟ ୧୭ ପରିବାର ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୨ ଜଣ ସେବାୟତ ରହିଛନ୍ତି। କୁମ୍ଭମେଳାକୁ ଯାଇଥିବା ସେବାୟତଙ୍କ ମଧ୍ୟରୁ ମୋଟ ୧୫ ଜଣଙ୍କ ଆରଟିପିସିଆର ଟେଷ୍ଟ କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ନେଗେଟିଭ ଥିବା ବେଳେ ବାକି ୧୩ ଜଣଙ୍କ ରିପୋର୍ଟ ହସ୍ତଗତ ହୋଇନାହିଁ। ଅବଶିଷ୍ଟ ୭ ଜଣ ସେବାୟତଙ୍କ ସୋମବାର ଟେଷ୍ଟ କରାଯାଇଛି। ସମସ୍ତେ ଘରେ ଏବଂ ହୋଟେଲରେ ଏକାନ୍ତବାସରେ ରହିଛନ୍ତି। ସେବାୟତଙ୍କ ସ୍ୱାସ୍ଥ୍ୟକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ଉନ୍ନୟନ ପ୍ରଶାସକ। 

Also Read: କୋହଳ ହେଲା ଏସଓପି, ଏଣିକି ସବୁଦିନ ଜଗା ଦର୍ଶନ

ସେବାୟତଙ୍କ ମଧ୍ୟରେ କୋରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଉଛି ବ୍ଯାପକ ପ୍ରସ୍ତୁତି। ଆରଟିପିସିଆର ଟେଷ୍ଟ ସହିତ ଟିକାକରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ନୀଳାଞ୍ଚଳ ଭକ୍ତ ନିବାସରେ ଖୋଲିଛି ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ୟୁନିଟ୍ (Covid Care Unit)।