ପ୍ରଚଣ୍ଡ ବହୁମତ ପରେ ଲୋକଙ୍କୁ Return Gift ଦେବେ ଯୋଗୀ ସରକାର
Advertisement

ପ୍ରଚଣ୍ଡ ବହୁମତ ପରେ ଲୋକଙ୍କୁ Return Gift ଦେବେ ଯୋଗୀ ସରକାର

ସରକାରଙ୍କ ଏହି ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ ଏକ କୋଟି ହିତାଧିକାରୀ ଉପକୃତ ହେବେ। 

ପ୍ରଚଣ୍ଡ ବହୁମତ ପରେ ଲୋକଙ୍କୁ Return Gift ଦେବେ ଯୋଗୀ ସରକାର

ଲକ୍ଷ୍ନୌ: ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ଉଦ୍ଦେଶ୍ୟରେ ପ୍ରଚଣ୍ଡ ବହୁମତ ଦେବା ପରେ ରାଜ୍ୟବାସୀଙ୍କୁ Return Gift ଦେବାକୁ ଯାଉଛନ୍ତି ଯୋଗୀ ସରକାର। ରାଜ୍ୟରେ ବିଜେପି ସରକାର ଗଠନ ହେବା ମାତ୍ରେ 
ଗରିବଙ୍କ ପେନ୍‌ସନ୍‌ ବୃଦ୍ଧି କରାଯିବ। ଏଥିରେ ବୃଦ୍ଧାବସ୍ଥାର ପ୍ରାୟ ଏକ କୋଟି ହିତାଧିକାରୀ, ଦରିଦ୍ର ମହିଳା ଏବଂ ଦିବ୍ୟାଙ୍ଗ ଜନ ପେନସନ୍ ଅନ୍ତର୍ଭୂକ୍ତ ରହିଛି। ସରକାର ସେମାନଙ୍କୁ ୧୦୦୦ ଟଙ୍କା ବଦଳରେ ମାସକୁ ୧୫୦୦ ଟଙ୍କା ପେନ୍‌ସନ୍‌ ଦେବେ। ଏଥିପାଇଁ ସରକାର ପ୍ରତିବର୍ଷ ପ୍ରାୟ ୧୮ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। 

ଗରିବ କନ୍ୟାଙ୍କ ସାମୂହିକ ବିବାହରେ ଖର୍ଚ୍ଚ ହେଉଥିବା ରାଶିକୁ ବଢାଇବେ ଯୋଗୀ ସରକାର। ବର୍ତ୍ତମାନ ଏହାର ପରିମାଣ ୫୧ ହଜାର ଟଙ୍କା ବଦଳରେ ୧ ଲକ୍ଷ ଟଙ୍କା ହେବ। ଉତ୍ତର ପ୍ରଦେଶରେ ସରକାର ଗଠନ ହେଲେ ବୃଦ୍ଧାବସ୍ଥା, ଦିବ୍ୟାଙ୍ଗ ଏବଂ ଗରିବ ମହିଳାଙ୍କ ପେନ୍‌ସନ୍‌ ରାଶିକୁ ୧୫୦୦ ଟଙ୍କାକୁ ବୃଦ୍ଧି କରିବାକୁ ଦଳୀୟ ନିର୍ବାଚନ ଇସ୍ତାହରରେ ଘୋଷଣା କରିଥିଲା ବିଜେପି। ବିଧାନସଭା ନିର୍ବାଚନ ହେବାର କିଛି ମାସ ପୂର୍ବରୁ ଯୋଗୀ ସରକାର ସେମାନଙ୍କ ପେନ୍‌ସନ୍‌ ରାଶିକୁ ମାସକୁ ୫ ଶହରୁ ୧ ହଜାର ଟଙ୍କାକୁ ବୃଦ୍ଧି କରିଥିଲେ। ବର୍ତ୍ତମାନ ଦଳ କ୍ରମାଗତ ଭାବେ ଥର ଲାଗି ସରକାର ଗଠନ କରିବାକୁ ଯାଉଥିବା ବେଳେ ପେନ୍‌ସନ୍‌ ପରିମାଣ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ସରକାରଙ୍କ ଏହି ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ ଏକ କୋଟି ହିତାଧିକାରୀ ଉପକୃତ ହେବେ। ସେମାନଙ୍କ ମଧ୍ୟରେ ୫୬ ହଜାର ବୃଦ୍ଧାବସ୍ଥା, ୧୧ ଲକ୍ଷ ଦିବ୍ୟାଙ୍ଗ ଏବଂ ୩୧ ଲକ୍ଷରୁ ଅଧିକ ଗରିବ ମହିଳା ପେନସନ ଯୋଜନାର ହିତାଧିକାରୀ ଅଛନ୍ତି। ବିଜେପି ଏହାର ନିର୍ବାଚନ ଇସ୍ତହାରକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି। ପେନ୍‌ସନ୍‌ ପରିମାଣ ବୃଦ୍ଧି ପାଇଁ କେତେ ଅଧିକ ଅର୍ଥ ଆବଶ୍ୟକ ହେବ ସେନେଇ ସରକାରୀ ବିଭାଗ ଆକଳନ କରିବା ଆରମ୍ଭ କରିଛି।

Also Read: ଏହି ଦିନ ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ

ହୋଲି ପରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ କରିବାକୁ ଅ ପ୍ରସ୍ତୁତି ଶେଷ ହୋଇଛି। ରାଜଧାନୀ ଲକ୍ଷ୍ନୌସ୍ଥିତ ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ୍ ଷ୍ଟାଡିୟମ ଠାରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୫ ହଜାର ଲୋକ ଅଂଶଗ୍ରହଣ କରିବେ। ଏହା କୁହାଯାଉଛି ଯେ ପ୍ରାୟ ୨ ଶହରୁ ଅଧିକ VVIP ଅତିଥିଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଶପଥ ଗ୍ରହଣ ସମାରୋହରେ ବିରୋଧି ଦଳର ନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ। ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ, ମୁଲାୟମ ସିଂ ଯାଦବ, ଅଖିଳେଶ ଯାଦବ, ମାୟାବତୀଙ୍କ ସମେତ ବହୁ ବିରୋଧି ଦଳର ନେତା ଶପଥ ଗ୍ରହଣ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।