UP: ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହେଲେ ଯୋଗୀ ଆଦିତ୍ୟନାଥ
Advertisement

UP: ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହେଲେ ଯୋଗୀ ଆଦିତ୍ୟନାଥ

ଉତ୍ତର ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି ଯୋଗୀ ଆଦିତ୍ୟନାଥ।

UP: ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହେଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଉତ୍ତର ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି ଦଳର ମନୋନୀତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଯୋଗୀ ଆଦିତ୍ୟନାଥ। ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ମାର୍ଚ୍ଚ ୨୫ ତାରିଖ ଶୁକ୍ରବାର ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ଯୋଗୀ। ଅନ୍ୟପଟେ ବିଜେପି ସରକାରରେ ଉପମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। କେଶବ ପ୍ରସାଦ ମୌର୍ଯ୍ୟ ଏବଂ ଦୀନେଶ ଶର୍ମାଙ୍କୁ ପୁନର୍ବାର ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରିଛି ଦଳ।    

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଏକ ବୃହତ ବିଜୟ ହାସଲ କରିବା ପରେ ବର୍ତ୍ତମାନ ପୁଣି ଥରେ ରାଜ୍ୟରେ ସରକାର ସରକାର ଗଠନ ପାଇଁ ପ୍ରସ୍ତୁତି ଜାରି ରଖିଛି ବିଜେପି। ଏହି କ୍ରମରେ ମାର୍ଚ୍ଚ ୨୪ ତାରିଖ ଗୁରୁବାର ରାଜଧାନୀ ଲକ୍ଷ୍ନୌ ଠାରେ ଅନୁଷ୍ଠିତ ହୋଇଥିବା ବିଧାୟକ ଦଳ ବୈଠକରେ ଯୋଗ ଦେଇଥିଲେ ଦଳୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହ। ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବନ୍ ପଟେଲଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବେ ଯୋଗୀ ଆଦିତ୍ୟନାଥ। 

ଲକ୍ଷ୍ନୌ ଗସ୍ତ କରିବା ପୂର୍ବରୁ ସଂସଦ ପରିସରରେ ଅବସ୍ଥିତ ନିଜ କାର୍ଯ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଜ୍ୟ ନିର୍ବାଚନ ପ୍ରଭାରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପି ଜାତୀୟ ସଙ୍ଗଠନ ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷଙ୍କ ସହ ଏକ ବୈଠକ କରି ଉତ୍ତର ପ୍ରଦେଶରେ ସରକାର ଗଠନ କରିବା ପ୍ରସଙ୍ଗରେ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ।

Also Read: Govt Formation in UP: ଗୁରୁବାର ଅନୁଷ୍ଠିତ ହେଉଛି ବିଜେପି ବିଧାୟକ ଦଳ ବୈଠକ

ଦ୍ୱିତୀୟ ପାଳି ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାର ଏବଂ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ସମାରୋହ ରାଜଧାନୀ ମାର୍ଚ୍ଚ ୨୫ ତାରିଖ ଶୁକ୍ରବାର ଲକ୍ଷ୍ନୌସ୍ଥିତ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ କେନ୍ଦ୍ର ମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମରେ ରହିଛି। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି  ଦେଶର ପ୍ରମୁଖ ବିରୋଧି ଦଳର ନେତାଙ୍କୁ ଆନନ୍ତ୍ରଣ କରାଯାଇଛି।  

ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଦ୍ୱିତୀୟ ପାଳି ବିଜେପି ସରକାରରେ କାହାକୁ ମନ୍ତ୍ରୀ ପଦ ମିଳିବ ତାହାକୁ ନେଇ ଦଳରେ ଜାରି ରହିଛି ବିଭିନ୍ନ ପ୍ରକାର ଆଲୋଚନା। ଏଥର ରାଜ୍ୟର ଜାତିଗତ ସମୀକରଣ ଏବଂ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦ୍ୱିତୀୟ ପାଳି ମନ୍ତ୍ରୀମଣ୍ଡଳ ଗଠନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି ବିଜେପି।   

ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଯୋଗୀ ଆଦିତ୍ୟନାଥ। ତାଙ୍କ ଉପରେ ପୁନର୍ବାର ଭରସା ରଖିଥିବାରୁ ଦଳୀୟ ନେତୃବୃନ୍ଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସେ। ଏନେଇ ସେ କହିଛନ୍ତି ସେବକ ହୋଇ ଲୋକଙ୍କ ଲାଗି କାମ କରିବି। ଦଳ ମୋତେ ୫ ବର୍ଷ ଲାଗି ସେବା କରିବାର ସୁଯୋଗ ଦେଇଛି। ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ନିର୍ବାଚିତ ସରକାରରେ ବିଧାୟକ ଦଳ ନେତା ନିର୍ବାଚିତ ହୋଇଛି। ସେ କହିଛନ୍ତି ଯେ ଏହି ପ୍ରସ୍ତାବ ପାଇଁ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। ଦଳର ସମସ୍ତ ବିଧାୟକଙ୍କ ସର୍ବସମ୍ମତି କ୍ରମେ ସୁରେଶ ଖାନ୍ନା ଆଣିଥିବା ସଂକଳ୍ପ ପାରିତ ହୋଇଛି।

Also Read: Assembly Election 2022 ଜିତିବା ପରେ ସରକାର ଗଠନ ଲାଗି କାହିଁକି ୧୧ ଦିନ ସମୟ ନେଲା ବିଜେପି?

ଉତ୍ତର ପ୍ରଦେଶ ରାଜନୀତିରେ ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ ଜଣେ ମୁଖ୍ୟମନ୍ତ୍ରୀ ତାଙ୍କର କାର୍ଯ୍ୟକାଳ ଶେଷ କରିବା ପରେ ତାଙ୍କ ଦଳ ପୁନର୍ବାର କ୍ଷମତାକୁ ଆସିଛି। କେନ୍ଦ୍ରରେ କ୍ଷମାତାସୀନ ବିଜେପି ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଜନ କଲ୍ୟାଣକାରୀ କାର୍ଯ୍ୟ ଲାଗି ଦଳ ଏହି ସଫଳତା ପାଇଛି। ସରକାର ଏବଂ ଦଳୀୟ ସଙ୍ଗଠନ ମଧ୍ୟରେ ସମନ୍ୱୟ, ନିରାପଦ ବାତାବରଣ, ଗରିବ କଲ୍ୟାଣମୂଳକ ଯୋଜନା ଯେପରି ଜନସାଧାରଣ ଲୋକଙ୍କ ପାଖରେ ପହଞ୍ଚା ଯାଇଥିଲା ତାହାର ଫଳ ସ୍ୱରୂପ ଲୋକ ବିରୋଧି ଦଳର ଦୁଷ୍ପ୍ରଚାର ସତ୍ତ୍ୱେ ଲୋକେ ପୁନର୍ବାର ବିଜେପି ଉପରେ ଭରସା କରିଛନ୍ତି। 

ଗତ ୨୦୧୭ ବିଧାନସଭା ନିର୍ବାଚନରେ ଯେତେବେଳେ ବାଜିମାତ କଲା ସେତେବେଳେ ମୁଁ ବିଧାୟକ ନୁହେଁ ଦଳୀୟ ସାଂସଦ ଥିଲି। ପ୍ରଧାନମନ୍ତ୍ରୀ ମୋଦି ଜଣେ ଅଭିଭାବକ ଭଳି ମୋତେ ରାସ୍ତା ଦେଖାଇଥିଲେ। ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ରାଜ୍ୟରେ ବିଜେପି ସରକାର ଅମଳରେ କାର୍ଯ୍ୟକାରୀ କରାଯାଇଥିବା ଯୋଜନାକୁ ପ୍ରତ୍ୟେକ ଘରେ ପହଞ୍ଚାଇବା ଏକ ବଡ ଦାୟିତ୍ୱ। ଗରିବଙ୍କ ଖାତା ଠାରୁ ଆରମ୍ଭ କରି ସରକାରୀ ନିଯୁକ୍ତି ପ୍ରକ୍ରିୟାରେ ପାରଦର୍ଶିତା ବଜାୟ ରଖିବା ହେଉଛି ଆମର ଲକ୍ଷ୍ୟ। ବର୍ତ୍ତମାନ ଆମକୁ ରାଜ୍ୟରେ ସୁଶାସନ ବ୍ୟବସ୍ଥାକୁ ଆହୁରି ଦୃଢ ଭାବେ ଆଗକୁ ନେବାକୁ ହେବ। ଯେହେତୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ନିଜର କାର୍ଯ୍ୟ ମାଧ୍ୟମରେ ବିଶ୍ୱ ଦରବାରରେ ଭାରତ ବର୍ଷର ଗୌରବ ବୃଦ୍ଧି କରିଛନ୍ତି ସେହିଭଳି ରାଜ୍ୟବାସୀଙ୍କ ଆଶା ପୂରଣ କରିବାକୁ କାର୍ଯ୍ୟ କରାଯିବ। 

Also Read: କାହିଁକି ବିଳମ୍ବିତ ହେଉଛି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ?

ଉତ୍ତର ପ୍ରଦେଶ ଲୋକେ ଏଥର ଜାତିବାଦ ଏବଂ ବଂଶବାଦ ରାଜନୀତିକୁ ପ୍ରତ୍ୟାଖ୍ୟାନ କରି ସୁଶାସନ ବ୍ୟବସ୍ଥା ଉପରେ ଭରସା କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ସୁରକ୍ଷା ବାତାବରଣ ରହିବା ସହ ଦଙ୍ଗା ମୁକ୍ତ ହୋଇଛି। ବର୍ତ୍ତମାନ ସମୟ ଆସିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂକଳ୍ପକୁ ଆଗେଇ ନେବା। ରାଜ୍ୟବାସୀ ନିର୍ବାଚନରେ ​​ବିକାଶ ଏବଂ ଜାତୀୟତାବାଦ ପ୍ରସଙ୍ଗକୁ ବାଛିଛନ୍ତି।  ଜଣେ ସେବକ ହୋଇ ଆମ ଜନସାଧାରଣଙ୍କ ଲାଗି କାର୍ଯ୍ୟ କରିବାକୁ ହେବ। ମାଲିକ ହେବାରେ ଭୁଲ କରନ୍ତୁ ନାହିଁ।