Yogi Adityanath 2.0: ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବେ କେଉଁ ନେତା?
Advertisement

Yogi Adityanath 2.0: ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବେ କେଉଁ ନେତା?


ଦ୍ୱିତୀୟ ପାଳି ସରକାର ସହ ମନ୍ତ୍ରୀମଣ୍ଡଳ ଗଠନ କରିବା ପ୍ରସଙ୍ଗରେ ବିଜେପି ପକ୍ଷରୁ ଦିଲ୍ଲୀ ଠାରେ ଆୟୋଜିତ ହୋଇଯାଇଛି ଏକ ଉଚ୍ଚସ୍ତରୀୟ ବୈଠକ। 

Yogi Adityanath 2.0: ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବେ କେଉଁ ନେତା?

ଲକ୍ଷ୍ନୌ: ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜିମାତ କରିବା ସହ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ସରକାର ଗଠନ କରିବାକୁ ଯାଉଛି ବିଜେପି। ହେଲେ ମନ୍ତ୍ରୀମଣ୍ଡଳ ଗଠନ କରିବାକୁ ନେଇ ବର୍ତ୍ତମାନ ରାଜଧାନୀ ଲକ୍ଷ୍ନୌ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିଛି ମନ୍ଥନ। 
 
ଦ୍ୱିତୀୟ ପାଳି ସରକାର ସହ ମନ୍ତ୍ରୀମଣ୍ଡଳ ଗଠନ କରିବା ପ୍ରସଙ୍ଗରେ ବିଜେପି ପକ୍ଷରୁ ଦିଲ୍ଲୀ ଠାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି ଏକ ଉଚ୍ଚସ୍ତରୀୟ ବୈଠକ। ଯେଉଁଥିରେ ଯୋଗ ଦେଇଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟର ୨ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏହଂ ଦୀନେଶ ଶର୍ମା, ରାଜ୍ୟ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ, ସଙ୍ଗଠନ ମହାମନ୍ତ୍ରୀ ସୁନୀଲ ବଂଶଲ ଏବଂ ସହ ସଙ୍ଗଠନ ମହାମନ୍ତ୍ରୀ କର୍ମବୀର ସିଂହ।

ଦ୍ୱିତୀୟ ପାଳି ସରକାରରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନେତୃତ୍ୱାଧିନ ମନ୍ତ୍ରୀମଣ୍ଡଳର ରୂପରେଖ କିପରି ହେବ ତାହା ଏବେ ରାଜନୈତିକ ମହଲରେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ କୁହାଯାଉଛି କିଏ ମନ୍ତ୍ରୀ ହେବ ଏବଂ କାହାକୁ ବାହାର କରାଯିବ। ମୁଖ୍ୟମନ୍ତ୍ରୀ ଯୋଗୀ କେବେ ଦ୍ୱତୀୟ ଥର ଲାଗି ଶପଥ ନେବେ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି।

Also Read: UP Assembly Election 2022: କେଉଁ ଦିନ ସରକାର ଗଠନ କରିବ ବିଜେପି?

ଦ୍ୱିତୀୟ ପାଳି ଯୋଗୀ ସରକାରର ଶପଥ ଗ୍ରହଣ ଉତ୍ସବ ଲକ୍ଷ୍ନୌସ୍ଥିତ ଅଟଳ ବିହାରୀ ବାଜପେୟୀ ଇକାନା ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ। ହୋଲି ଛୁଟି ପରେ ୨୧ ମାର୍ଚ୍ଚରେ ଶପଥ ଗ୍ରହଣ ସମାରୋହ ଆୟୋଜନ ହେବ। ଯୋଗୀ କ୍ୟାବିନେଟ୍ ରେ କିଏ ପାଇବ ସ୍ଥାନ ସେ ନିଷ୍ପତ୍ତି ଦିଲ୍ଲୀ ଦରବାରରୁ ନିଆଯିବ। ନିଜେ ପ୍ରଧାନମନ୍ତ୍ରୀ ମୋଦି ଉତ୍ତର ପ୍ରଦେଶରେ ଗଠିତ ହେବାକୁ ଯାଉଥିବା ବିଜେପି ସରକାର ଗଠନ ଉପରେ ନଜର ରଖିଛନ୍ତି। ସୋମବାର ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଦିଲ୍ଲୀ ଠାରେ ଥିଲେ ପ୍ରାୟ ୧ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଯୋଗୀଙ୍କ ପାଖରେ ଏକ ସ୍ପଷ୍ଟ ବାର୍ତ୍ତା ଅଛି ଯେ ଏଥର ନିର୍ମଳ ଭାବମୂର୍ତ୍ତୀ ସମ୍ପନ୍ନ ଚେହେରାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିପାରେ।

ଏଥର ମନ୍ତ୍ରୀମଣ୍ଡଳରେ ସର୍ବସମାଜ ପ୍ରତିନିଧିତ୍ୱ ଦେଖିବାକୁ ମିଳିବ। ଯେଉଁଥିରେ ଉଚ୍ଚଜାତି, ପଛୁଆ ବର୍ଗ, ଅନୁସୂଚିତ ଜାତି, ଆଦିବାସୀ, ମୁସଲିମ, ଶିଖ୍ ବର୍ଗକୁ ସ୍ଥାନ ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ ସହ ୫୫-୫୯ ଜଣ ମନ୍ ଏକା ଥରକେ ଶପଥ ନେଇପାରନ୍ତି।

ଏଥର ଉଭୟ ପଶ୍ଚିମ-ପୂର୍ବ ଉତ୍ତର ପ୍ରଦେଶ ପ୍ରତିନିଧିତ୍ୱ ଦେଖିବାକୁ ମିଳିବ। ରାଜ୍ୟର ପଶ୍ଚିମାଞ୍ଚଳରୁ ଜାଟ, ଗୁର୍ଜର, ଠାକୁର, ଖଟୀକ ଏବଂ ପୂର୍ବାଞ୍ଚଳରୁ ରାଜଭାର, କୁର୍ମୀ, ନିଷାଦ, ବ୍ରାହ୍ମଣ ସମାଜର ନେତାଙ୍କୁ କ୍ୟାବିନେଟରେ ସ୍ଥାନ ଦିଆଯିବ। ଏପରିକି ୧-୨ ଜଣ ଯାଦବ ସମ୍ପ୍ରଦାୟର ନେତା ମନ୍ତ୍ରୀ ହୋଇପାରନ୍ତି। ଦଳୀୟ ସଙ୍ଗଠନ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ମଧ୍ୟ ସରକାରରେ ଯୋଗ ଦେଇପାରନ୍ତି। 

Also Read: ଏହି ଦିନ ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ

ମହିଳା ମତଦାତାଙ୍କ ଦୃଢ ସମର୍ଥନ ମିଳିଥିବାରୁ ଯୋଗୀ କ୍ୟାବିନେଟରେ ମହିଳାଙ୍କ ସହ ଯୁବ ବର୍ଗକୁ ପ୍ରାଧାନ୍ୟ ଦିଆଯିବ। ନିର୍ବାଚନ ପୂର୍ବରୁ ବିଜେପି ହାତ ଧରିଥିବା ରାଏବରେଲି ବିଧାୟକ ଅଦିତି ସିଂହ ଏବଂ ମୁଲାୟମ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ ଏବଂ ଅନୁସୂଚିତ ଜାତିରୁ ବେବି ରାଣୀ ମୌର୍ଯ୍ୟଙ୍କୁ କ୍ୟାବିନେଟରେ ସ୍ଥାନ ମିଳିପାରେ। 

କେତେକ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ସ୍ଥାନ ମିଳିପାରେ। ନୂତନ ଯୋଗୀ ସରକାରରେ ୩-୪ ଜଣ ଉପମୁଖ୍ୟମନ୍ତ୍ରୀ ରହିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସିରାଥୁ ଆସନରୁ ନିର୍ବାଚନରେ ​​ହାରିଥିବା କେଶବ ପ୍ରସାଦ ମୌର୍ଯ୍ୟ ପୁନର୍ବାର କ୍ୟାବିନେଟକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ହେଲେ ତାଙ୍କ ଭବିଷ୍ୟତ ଦିଲ୍ଲୀ ଦରବାରରୁ ସ୍ଥିର କରାଯିବ। ସେ ହେଉଛନ୍ତି ବିଜେପିର ବଡ ପଛୁଆ ବର୍ଗ ଚେହେରା। ବିଜେପି କୋର କମିଟି ବୈଠକରେ ତାଙ୍କ ଭାଗ୍ୟ ସ୍ଥିର ହେବ।

Also Read: UP Election 2022: BJP ବିଜୟ ପରେ ପଦରୁ ଇସ୍ତଫା ଦେଲେ CM Yogi Adityanath

ଏବେ ପ୍ରଶ୍ନ ଉଠୁଛି ନିର୍ବାଚନ ହାରିଥିବା ମନ୍ତ୍ରୀଙ୍କ ସହିତ କ'ଣ ହେବ? ଏନେଇ ମିଳିଥିବା ଖବର ଅନୁସାରେ ୨-୩ ମନ୍ତ୍ରୀଙ୍କ ବ୍ୟତୀତ ହାରିଥିବା ମନ୍ତ୍ରୀଙ୍କୁ କ୍ୟାବିନେଟରେ ସାମିଲ କରାଯିବ ନାହିଁ। ମୋଟାମୋଟି ଭାବେ ଦ୍ୱତୀୟ ପାଳି ଯୋଗୀ ମନ୍ତ୍ରୀମଣ୍ଡଳରେ ସମାଜର ପ୍ରତ୍ୟେକ ଶ୍ରେଣୀ ଏବଂ ଜାତିର ନେତାଙ୍କୁ ଅନ୍ତର୍ଭୂକ୍ତ କରିବାକୁ ଉଦ୍ୟମ କରାଯାଉଛି।