କାହିଁକି ବିଳମ୍ବିତ ହେଉଛି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ?
Advertisement

କାହିଁକି ବିଳମ୍ବିତ ହେଉଛି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ?

ଗୋଆ, ମଣିପୁର, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ ଆଦି ରାଜ୍ୟରେ ସରକାର ଗଠନ କରିବାକୁ ନେଇ ବିଚାର ବିମର୍ଶ ଜାରି ରହିଛି।

କାହିଁକି ବିଳମ୍ବିତ ହେଉଛି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ?

ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଗୋଆ, ମଣିପୁର, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ ପ୍ରଭୃତି ୪ ରାଜ୍ୟରେ ବାଜିମାତ କରିବା ସହ କ୍ରମାଗତ ଭାବେ ଦ୍ୱିତୀୟ ଥର ଲଗି ସରକାର ଗଠନ କରିବାକୁ ଯାଉଛି ବିଜେପି। ହେଲେ ୨୦୨୨ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବାକୁ ପ୍ରାୟ ସପ୍ତାହେ ପୂରଣ ହୋଇଯାଇଥିଲେ ମଧ୍ୟ କୌଣସି ଉପରୋକ୍ତ ୪ ରାଜ୍ୟ ମଧ୍ୟରୁ କୌଣସି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଏ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇନାହିଁ। 

ଗୋଆ, ମଣିପୁର, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ ଆଦି ରାଜ୍ୟରେ ସରକାର ଗଠନ କରିବାକୁ ନେଇ ବିଚାର ବିମର୍ଶ ଜାରି ରହିଛି। ଜ୍ୟୋତିଷ ଶାସ୍ତ୍ର ଉପରେ ଭରସା ରଖିଥିବା ବିଜେପି ମାର୍ଚ୍ଚ ୧୭ ତାରିଖରେ ପଡିଥିବା ହୋଲାଷ୍ଟକ କାରଣରୁ ଶପଥ ଗ୍ରହଣ ଉତ୍ସବକୁ ଘୁଞ୍ଚାଇ ଦେଇଛି। ଭାରତୀୟ ରୀତିନୀତି ଏବଂ ଧାର୍ମିକ ପରମ୍ପରା ଅନୁସାରେ ହୋଲାଷ୍ଟକ ତିଥିକୁ ଅଶୁଭ ବୋଲି ବିବେଚନା କରାଯାଏ।

Also Read: CM ଯୋଗୀଙ୍କ ଜବରଦସ୍ତ ପ୍ରଂଶସକ; ଭେଟିବା ପାଇଁ କଲେ ଏପରି କାମ

ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶ, ଏନ.ବିରେନ ସିଂହ, ମଣିପୁର ଏବଂ ପ୍ରମୋଦ ସାୱନ୍ତ ଗୋଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବା ଥୟ। ହୋଲାଷ୍ଟକ ସରିଯିବା ପରେ ଏହି ୪ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ  ଅନୁଷ୍ଠିତ ହେବ।  

ଭାରତୀୟ ପରମ୍ପରାରେ କୌଣସି କାର୍ଯ୍ୟ ଆରମ୍ଭ କରିବା ପାଇଁ ଏକ ଭଲ କାର୍ଯ୍ୟକାଳ ଶୁଭ ମୁହୂର୍ତ୍ତ ଆବଶ୍ୟକ। ଅଧିକାଂଶ ଲୋକ ଏହା ଉପରେ ବିଶ୍ୱାସ କରିଥାନ୍ତି। ଏନେଇ ସମୟ ଗଣନା ମଧ୍ୟ କରାଯାଇଥାଏ। ବିଭିନ୍ନ ଦିନରେ ସମୟରେ ଶୁଭ ମୁହୂର୍ତ୍ତ ଭିନ୍ନ ଭିନ୍ନ ହୋଇଥାଏ। ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଭିନ୍ନ ଭିନ୍ନ ତାରିଖ ହେବାର ସମ୍ଭାବନା ରହିଛି ବୋଲି ବିଶ୍ୱାସ କରାଯାଏ।

Also Read: ନିର୍ବାଚନ ସରିବା ପରେ ପୁଣି ଚର୍ଚ୍ଚାକୁ ଆସିଲେ PM ମୋଦି ଏବଂ CM ଯୋଗୀ

ରଙ୍ଗର ପର୍ବ ହୋଲିକୁ ଦେଶର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଉପାୟରେ ପାଳନ କରାଯାଏ। ମାର୍ଚ୍ଚ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ବାଚନ ମଣ୍ଡଳୀ ଗୋରଖପୁରରେ ହୋଲି ପାଳିତ ହେବ। ଅନ୍ୟପଟେ ଗୋଆରେ କିଛି ଦିନ ଧରି ହୋଲି ପାଳିତ ହେବ। ହୋଲି ସରିବା ଶପଥ ଗ୍ରହଣ କରିବାର ତାରିଖ ସ୍ଥିର ହେବ। ମଣିପୁରରେ ହୋଲି ୟୋସଙ୍ଗ ପର୍ବ ନାମରେ ୫ ଦିନ ପର୍ଯ୍ୟନ୍ତ ପାଳନ କରାଯାଏ। ଏହା ସାଧୁ ଚୈତନ୍ୟ ମହାପ୍ରଭୂଙ୍କ ଜନ୍ମ ବାର୍ଷିକୀରେ ଶେଷ ହୁଏ। ଯଦିଓ ମଣିପୁର  ବିଧାନସଭା ନିର୍ବାଚିତ ହୋଇଥିବା ନବାଗତ ବିଧାୟକ ଶପଥ ନେଇଛନ୍ତି ହେଲେ ହୋଲି ପରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି। ଏସବୁ ମଧ୍ୟରେ ଉତ୍ତରାଖଣ୍ଡରେ ସରକାର ଗଠନ କରିବାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି।