UP ନିର୍ବାଚନରେ କାହିଁକି ହାରିଲା ଦଳ? କାରଣ କହିଲେ ଅଖିଲେଶ ଯାଦବ
Advertisement

UP ନିର୍ବାଚନରେ କାହିଁକି ହାରିଲା ଦଳ? କାରଣ କହିଲେ ଅଖିଲେଶ ଯାଦବ

ରାଷ୍ଟ୍ର ସହ ରାଜ୍ୟକୁ ମାର୍ଗଦର୍ଶନ କରୁଥିବା ସମ୍ବିଧାନର ସୁରକ୍ଷା ପାଇଁ ନିର୍ବାଚନ ଆୟୋଗର ନିରପେକ୍ଷ ଭୂମିକା ରହିବା ଆବଶ୍ୟକ।

UP ନିର୍ବାଚନରେ କାହିଁକି ହାରିଲା ଦଳ? କାରଣ କହିଲେ ଅଖିଲେଶ ଯାଦବ

ଲକ୍ଷ୍ନୌ: ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ହୋଇଥିବା ଦଳୀୟ ପରାଜୟ ପଛରେ କେଉଁ କାରଣ ରହିଛି ତାହାର କହିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ। ଏହାର ଜବାବ ରଖି ସେ ସୋମବାର ବିଜେପି ବିରୋଧରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏନେଇ ସେ କହିଛନ୍ତି ଯେ ବିଜେପି ଭଳି ଦଳର ପ୍ରତାରଣା କାରଣରୁ ରାଜନୀତିର ପବିତ୍ରତା ବିପଦରେ ରହିଛି।

ବିଜେପି ଭଳି ଦଳର ପ୍ରତାରଣା କାରଣରୁ ରାଜନୀତିର ଶୁଦ୍ଧତା ବିପଦରେ ପଡିଛି। ସ୍ୱାଧିନତାକୁ ୭୫ ବର୍ଷ ପୂରଣ ହେବାପରେ ଦେଶ ଅମୃତ ମହୋତ୍ସବ ପାଳନ କରିବାକୁ ଯାଉଛି ହେଲେ ସ୍ୱାଧୀନତା ସଂଗ୍ରାମର ମୂଲ୍ୟବୋଧ ଚାଲିଯାଇଛି। ଗଣତନ୍ତ୍ରର ମୂଳଦୁଆ ବିପଦରେ ରହିଛି। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ରାଜ୍ୟବାସୀ ଦ୍ୱନ୍ଦ୍ୱରେ ରାଜନୀତିର ଶିକାର ହୋଇଛନ୍ତି। ସମାଜବାଦୀ ପାର୍ଟି ଏବଂ ଏହାର ସମସ୍ତ ମେଣ୍ଟ ସହଯୋଗୀଙ୍କ ନୂତନ ଶକ୍ତି ଏବଂ ପ୍ରଗତିଶୀଳ ଚିନ୍ତାଧାରା ସହିତ ଭବିଷ୍ୟତର ରଣନୀତି ପ୍ରସ୍ତୁତ କରି ସଂଗ୍ରାମ ଜାରି ରଖିବ।

Also Read: ନିର୍ବାଚନ ହାରିବା ପରେ ବିଧାୟକ ହୋଇପାରନ୍ତି ସ୍ୱାମୀ ପ୍ରସାଦ ମୌର୍ଯ୍ୟ

ରାଷ୍ଟ୍ର ସହ ରାଜ୍ୟକୁ ମାର୍ଗଦର୍ଶନ କରୁଥିବା ସମ୍ବିଧାନର ସୁରକ୍ଷା ପାଇଁ ନିର୍ବାଚନ ଆୟୋଗର ନିରପେକ୍ଷ ଭୂମିକା ରହିବା ଆବଶ୍ୟକ। ନିର୍ବାଚନରେ ​​ଗଣତନ୍ତ୍ର ଏବଂ ସମ୍ବିଧାନ ପରୀକ୍ଷା କରାଯାଏ। ସଂସଦୀୟ ଗଣତନ୍ତ୍ରର ଅର୍ଥପୂର୍ଣ୍ଣ ଭୂମିକା ବଜାୟ ରଖିବା ପାଇଁ ସମାଜବାଦୀ ପାର୍ଟି ପୂର୍ଣ୍ଣ ବଳ ସହିତ ଲୋକଙ୍କ ଲାଗି ସ୍ୱର ଉତ୍ତୋଳନ କରିବ।

Also Read: ବିଧାନସଭା ପରେ ବିଧାନ ପରିଷଦ ନିର୍ବାଚନରେ ମୁହାଁମୁହିଁ ହେବେ BJP-Samajwadi Party

ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ଥିବା ସମୟରେ କୌଣସି ଜନକଲ୍ୟାଣକାରୀ କାର୍ଯ୍ୟ କରିନାହିଁ। ଏବେ ପୁଣି ଥରେ ଶାସନ କରିବାକୁ ଯାଉଛି ବିଜେପି। ହେଲେ ବିଜେପି ଯେଉଁ ସମସ୍ୟା ସୃଷ୍ଟି କରିଛି ତାହା କୌଣସି ସମାଧାନ ହେବା ଭଳି ଦୃଶ୍ୟମାନ ହେଉନାହିଁ।