ଦଳୀୟ ପରାଜୟ ପରେ କାହିଁକି ଚର୍ଚ୍ଚାର ପରିସରକୁ ଆସିଲା G23 ଗୋଷ୍ଠୀ?
Advertisement

ଦଳୀୟ ପରାଜୟ ପରେ କାହିଁକି ଚର୍ଚ୍ଚାର ପରିସରକୁ ଆସିଲା G23 ଗୋଷ୍ଠୀ?

ବିଭିନ୍ନ ସମୟରେ ଗାନ୍ଧୀ ପରିବାରର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିବା ବିଦ୍ରୋହୀ G23 ଗୋଷ୍ଠୀ ପୁଣି ଥରେ ୨୦୨୨ ବିଧାନସଭା ନିର୍ବାଚନ ସରିବା ପରେ ଚର୍ଚ୍ଚାର ପରିସରକୁ ଆସିଛି।

 ଦଳୀୟ ପରାଜୟ ପରେ କାହିଁକି ଚର୍ଚ୍ଚାର ପରିସରକୁ ଆସିଲା G23 ଗୋଷ୍ଠୀ?

ନୂଆଦିଲ୍ଲୀ: ନେତୃତ୍ୱ ସଂକଟ ମଧ୍ୟରେ ରାଜନୈତିକ ଅସ୍ଥିତ୍ୱ ପାଇଁ ସଂଘର୍ଷ କରୁଥିବା କଂଗ୍ରେସ ଲାଗି ଚିନ୍ତା ବଢାଇବାରେ ଲାଗିଛି ଦଳର ବିଦ୍ରୋହୀ ଗୋଷ୍ଠୀ G23। ଚଳିତ ବର୍ଷ ଦେଶର ୫ ରାଜ୍ୟରେ ଅନୁଷ୍ଠିତ ହୋଇଥିବ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳର ଶୋଚନୀୟ ପରାଜୟ ପରେ ଗାନ୍ଧୀ ପରିବାରର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛି ବିଦ୍ରୋହୀ G23 ଗୋଷ୍ଠୀ। 

ବିଭିନ୍ନ ସମୟରେ ଗାନ୍ଧୀ ପରିବାରର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିବା ବିଦ୍ରୋହୀ G23 ଗୋଷ୍ଠୀ ପୁଣି ଥରେ ୨୦୨୨ ବିଧାନସଭା ନିର୍ବାଚନ ସରିବା ପରେ ଚର୍ଚ୍ଚାର ପରିସରକୁ ଆସିଛି। ସେମାନେ ଦଳୀୟ ଅସନ୍ତୁଷ୍ଟ ହୋଇ ପୁଣି ଥରେ ସ୍ୱର ଉତ୍ତୋଳନ କରିଛନ୍ତି।    

ଚଳିତ ୨୦୨୨ ବିଧାନସଭା ନିର୍ବାଚନରେ ଦଳୀୟ ପରାଜୟ ପରେ ମାର୍ଚ୍ଚ ୧୩ ତାରିଖ ରବିବାର ଅନୁଷ୍ଠିତ ହୋଇଥିଲା କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ। ଏହି ବୈଠକରେ ଦଳର ଭବିଷ୍ୟତ ଏବଂ ନେତୃତ୍ୱ ଉପରେ ଚର୍ଚ୍ଚା ହୋଇଥିଲା। ହେଲେ ଦଳୀୟ ବୈଠକ ଆୟୋଜିତ ହେବାର ଦିନକ ପୂର୍ବରୁ ଅର୍ଥାତ ଗତ ଶନିବାର ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଇସ୍ତଫା ଦେଉଥିବା ନେଇ ଆସିଥିଲା। ମାତ୍ର ପରେ ଏହାକୁ କଂଗ୍ରେସ ପକ୍ଷରୁ ଖାରଜ କରାଯାଇଥିଲା।  

Also Read: କଂଗ୍ରେସ ଲାଗି ଚିନ୍ତା ବଢାଇଲେ G23 ଗୋଷ୍ଠୀର ନେତା; ବୈଠକ କରି ରଖିଲେ ଏହି ବୟାନ

କିପରି କଂଗ୍ରେସ ଦଳରେ ମୁଣ୍ଡ ଟେକିଲା G23 ଗୋଷ୍ଠୀ? 

ଗତ ୨୦୧୪ ଲୋକସଭା ନିର୍ବାଚନ ପରେ, କିଛି ରାଜ୍ୟକୁ ଛାଡି କଂଗ୍ରେସ ଏହାର ସମର୍ଥନ ଆଧାର ହରାଇଲା। ଯେଉଁଥିପାଇଁ ଦଳ ମଧ୍ୟରେ ନେତୃତ୍ୱ ପରିବର୍ତ୍ତନ କରିବାକୁ ଦାବି ଉଠିଥିଲା। ଏହା ପରେ ରାହୁଲ ଗାନ୍ଧୀ ଦଳର ଦାୟିତ୍ୱ ଗ୍ରହଣ କରିଥିଲେ। ହେଲେ ୨୦୧୯ ଲୋକସଭା ନିର୍ବାଚନରେ ପୁନର୍ବାର ଦଳୀୟ ​​ପରାଜୟ ପରେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦ ଛାଡି ଦେଇଥିଲେ। ତାଙ୍କ ପରେ ସୋନିଆ ଗାନ୍ଧୀ କଂଗ୍ରେସ ନେତୃତ୍ୱ ନେଇଥିଲେ। ଗାନ୍ଧୀ ପରିବାର ହାତରେ ନେତୃତ୍ୱ ରହିବା ସତ୍ତ୍ୱେ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ପରାଜୟ ବରଣ କରିଥିଲା।

ଗତ ବର୍ଷ ଅଗଷ୍ଟରେ ୨୩ ଜଣ ଅସନ୍ତୁଷ୍ଟ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସକ୍ରିୟ ନେତୃତ୍ୱ ଏବଂ ବ୍ୟାପକ ସାଙ୍ଗଠନିକ ପରିବର୍ତ୍ତନ କରିବାକୁ ଦାବି କରିଥିଲେ। ସୋନିଆ ଗାନ୍ଧୀଙ୍କୁ ଯେଉଁ ୨୩ ଜଣ ଅସନ୍ତୁଷ୍ଟ କଂଗ୍ରେସ ନେତା ଚିଠି ଲେଖିଥିଲେ ସେମାନେ G23 ଗୋଷ୍ଠୀ ନାମରେ ପରିଚିତ ହୋଇଥିଲେ। ଏହି ଗୋଷ୍ଠୀରେ ସାମିଲ ଥିବା ଗୁଲାମ ନବୀ ଆଜାଦ ଏବଂ କପିଲ ଶିବଲଙ୍କ ଭଳି ବରିଷ୍ଠ କଂଗ୍ରେସ ନେତା ଦଳୀୟ ନେତୃତ୍ୱ ଉପରେ ବାରମ୍ବାର ପ୍ରଶ୍ନ ଉଠାଇଥିଲେ। କେବଳ ସେମାନେ ନୁହଁନ୍ତି ଆହୁରି ଅନେକ କଂଗ୍ରେସ ନେତା ଦଳୀୟ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ଜବାବ ମାଗିବା ବନ୍ଦ କରିନଥିଲେ। 

ଦଳୀୟ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ଚର୍ଚ୍ଚାର ପରିସରକୁ ଆସିଥିଲା G23 ଗୋଷ୍ଠୀ। ଏହି ଗୋଷ୍ଠୀରେ ସାମିଲ ରହିଥିବା ନେତା ହେଉଛନ୍ତି 

  • ଗୁଲାମ ନବୀ ଆଜାଦ
  • କପିଲ ଶିବଲ
  • ଶଶୀ ଥରୁର
  • ମନୀଷ ତିୱାରୀ 
  • ଆନନ୍ଦ ଶର୍ମା
  • ପିଜେ କୁରିଏନ୍
  • ରେଣୁକା ଚୌଧୁରୀ
  • ମିଲିନ୍ଦ ଦେୱରା
  • ମୁକୁଲ ୱାସନିକ
  • ଜିତିନ ପ୍ରସାଦ
  • ଭୂପିନ୍ଦର ସିଂହ ହୁଦା
  • ରାଜିନ୍ଦର କୌର ଭଟ୍ଟଲ
  • ଏମ.ବୀରପ୍ପା ମୋଇଲି
  • ପୃଥିରାଜ ଚୌହାଣ
  • ଅଜୟ ସିଂହ
  • ରାଜ ବବ୍ବର
  • ଅରବିନ୍ଦ ସିଂହ ଲଭଲୀ
  • କୌଲ ସିଂହ ଠାକୁର
  • ଅଖିଲେଶ ପ୍ରସାଦ ସିଂହ
  • କୁଲଦୀପ ଶର୍ମା
  • ଯୋଗାନନ୍ଦ ଶାସ୍ତ୍ରୀ
  • ସନ୍ଦୀପ ଦୀକ୍ଷିତ
  • ବିବେକ ତନଖା

G23 ଗୋଷ୍ଠୀ ସହ ଜଡ଼ିତ ରହିଥିବା ଯୋଗାନନ୍ଦ ଶାସ୍ତ୍ରୀ ଏବଂ ଜିତିନ ପ୍ରସାଦ କଂଗ୍ରେସ ଛାଡି ଅନ୍ୟ ଦଳରେ ସାମିଲ ହୋଇସାରିଛନ୍ତି।