Assembly Election 2022: ପରାଜୟ ପରେ କେଉଁଠି ଛିଡ଼ା ହୋଇଛି କଂଗ୍ରେସ?
Advertisement

Assembly Election 2022: ପରାଜୟ ପରେ କେଉଁଠି ଛିଡ଼ା ହୋଇଛି କଂଗ୍ରେସ?

ରାଜ୍ୟସ୍ତରୀୟ ନେତା ଏବଂ ବିଧାୟକ ପ୍ରାର୍ଥୀଙ୍କ ସହ ଆଲୋଚନା କରି ଦଳୀୟ ସଙ୍ଗଠନରେ ହେବାକୁ ଥିବା ପରିବର୍ତ୍ତନ ବାବଦରେ ଆବଶ୍ୟକୀୟ ପରାମର୍ଶ ଦେବେ କଂଗ୍ରେସ ପର୍ଯ୍ୟବେକ୍ଷକ। 

Assembly Election 2022: ପରାଜୟ ପରେ କେଉଁଠି ଛିଡ଼ା ହୋଇଛି କଂଗ୍ରେସ?

ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ହୋଇଥିବା ଦଳୀୟ ପରାଜୟର ସମୀକ୍ଷା କରିବାକୁ ପ୍ରୟାସ ଆରମ୍ଭ କରିଛି କଂଗ୍ରେସ। ଏହିକ୍ରମରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବା ରାଜ୍ୟର ସ୍ଥିତି ବାବଦରେ ଆକଳନ କରିବାକୁ ଦଳର ୫ ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି।  

ଏହି ନେତା ନିର୍ବାଚନ ଅନୁଷ୍ଠିତ ହୋଇଥିବା ରାଜ୍ୟର ରାଜ୍ୟସ୍ତରୀୟ ନେତା ଏବଂ ବିଧାୟକ ପ୍ରାର୍ଥୀଙ୍କ ସହ ଆଲୋଚନା କରି ଦଳୀୟ ସଙ୍ଗଠନରେ ହେବାକୁ ଥିବା ପରିବର୍ତ୍ତନ ବାବଦରେ ଆବଶ୍ୟକୀୟ ପରାମର୍ଶ ଦେବେ। ରାଜ୍ୟସଭା ସାଂସଦ ରଜନୀ ପାଟିଲ ଗୋଆ, ଜୟରାମ ରମେଶ ମଣିପୁର, ଅଜୟ ମାକେନ ପଞ୍ଜାବ, ଜିତେନ୍ଦ୍ର ସିଂହ ଉତ୍ତରପ୍ରଦେଶ ଏବଂ ଅବିନାଶ ପାଣ୍ଡେ ଉତ୍ତରାଖଣ୍ଡ ପରିସ୍ଥିତି ବାବଦରେ ଆକଳନ କରିବେ।

Also Read: ଆକ୍ସନ ମୁଡରେ ସୋନିଆ: ୫ ରାଜ୍ୟର କଂଗ୍ରେସ ଅଧ୍ୟକ୍ଷଙ୍କୁ ମାଗିଲେ ଇସ୍ତଫା

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ହୋଇଥିବା ଦଳୀୟ ପରାଜୟ ପରେ ଉପରୋକ୍ତ ୫ ରାଜ୍ୟର କଂଗ୍ରେସ ସଭାପତିଙ୍କୁ ପଦ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଦଳ ପକ୍ଷରୁ ଏପରି ନିଆଯିବା ପଛରେ ଏକ କାରଣ ରହିଛି। ତାହା ହେଉଛି ୨୦୨୨ ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ବିଦ୍ରୋହୀ ଗୋଷ୍ଠୀ G23 ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦଳର ଆଗାମୀ ରଣନୀତି ବାବଦରେ ଆଲୋଚନା କରାଯାଇଥିଲା। 

ଗତ ମାର୍ଚ୍ଚ ୧୩ ତାରିଖ ରବିବାର ଅନୁଷ୍ଠିତ ହୋଇଥିବା କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଯୋଗଦେବା ଅବସରରେ ଇସ୍ତଫା ପ୍ରସ୍ତାବ ଦେଇଥିଲେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ। ମାତ୍ର ସେମାନଙ୍କର ଏହି  ପ୍ରସ୍ତାବକୁ ବୈଠକରେ ଯୋଗ ଦେଇଥିବା କଂଗ୍ରେସ ନେତା ପ୍ରତ୍ୟାଖ୍ୟାନ କରିଥିଲେ।

Also Read: 'ଗାନ୍ଧୀ ପରିବାର ହାତରେ ନେତୃତ୍ୱ ରହିଲେ ବର୍ବାଦ ହୋଇଯିବ କଂଗ୍ରେସ'

ଦଳର କାର୍ଯ୍ୟକାରୀ କମିଟି ବୈକରେ ଯୋଗ ଦେବା ଅବସରରେ ସୋନିଆ ଗାନ୍ଧୀ କହିଥିଲେ ଦଳୀୟ ସ୍ୱାର୍ଥ ପାଇଁ ଆମେ କୌଣସି ପ୍ରକାର ବଳିଦାନ ପାଇଁ ପ୍ରସ୍ତୁତ ଅଛୁ। ଦଳର ଏହି ଅବସ୍ଥା ପାଇଁ ଗାନ୍ଧୀ ପରିବାରକୁ ଅନେକାଂଶରେ ଦାୟୀ କରାଯାଉଛି। ଯଦି ଏପରି ହୋଇଥାଏ ତାହେଲେ ମୁଁ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଦଳର କୌଣସି ପଦବୀରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛୁ। ମାତ୍ର ବୈଠକରେ ଯୋଗ ଦେଇଥିବା କଂଗ୍ରେସ ନେତା ପୁଣି ଥରେ ଗାନ୍ଧୀ ପରିବାରର ନେତୃତ୍ୱ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ଦଳୀୟ ସାଙ୍ଗଠନିକ ନିର୍ବାଚନ ଶେଷ ନହେବା ପର୍ଯ୍ୟନ୍ତ ଦଳର ଅଧ୍ୟକ୍ଷ ପଦ ବଜାୟ ରଖିବାକୁ ପୁନର୍ବାର ସୋନିଆ ଗାନ୍ଧୀଙ୍କୁ ଅନୁରୋଧ କରିଛନ୍ତି।  

Also Read: 'ଦଳୀୟ ସ୍ୱାର୍ଥ ପାଇଁ ମୁଁ, ରାହୁଲ, ପ୍ରିୟଙ୍କା ପଦ ଛାଡିବାକୁ ପ୍ରସ୍ତୁତ'

କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ପରେ ଦଳ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଦଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଦଳ ବିଶ୍ୱାସ କରେ ଯେ ଏହାର ରଣନୀତିରେ ତ୍ରୁଟି ଥିବାରୁ ଆମେ ୪ ରାଜ୍ୟରେ କ୍ଷମତାସୀନ ବିଜେପି ସରକାରଙ୍କ କୁଶାସନକୁ ଲୋକଙ୍କ ସାମ୍ନାକୁ ଆଣିପାରିଲୁ ନାହିଁ। ପଞ୍ଜାବରେ ନେତୃତ୍ୱ ପରିବର୍ତ୍ତନ ପରେ ମିଳିଥିବା ସୀମିତ ସମୟ ମଧ୍ୟରେ ଦଳୀୟ ସରକାର ବିକୋଧରେ ରହିଥିବା ଲହରକୁ ଦଳ ମୁକାବିଲା କରିବାରେ ସକ୍ଷମ ହୋଇନାହିଁ।