Punjab Election 2022: ଯଦି Congress ବଦଳରେ AAP ବାଜିମାତ କରେ ତାହେଲେ କ'ଣ ହେବ?
Advertisement

Punjab Election 2022: ଯଦି Congress ବଦଳରେ AAP ବାଜିମାତ କରେ ତାହେଲେ କ'ଣ ହେବ?

ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ରାଜ୍ୟର ସମସ୍ତ ୧୪୭ ଆସନ ଲାଗି ଫେବୃଆରୀ ୨୦ ତାରିଖ ରବିବାର ଗୋଟିଏ ପର୍ଯ୍ୟାୟରେ ଶେଷ ହୋଇଯାଇଛି ଭୋଟ ଗ୍ରହଣ।

Punjab Election 2022: ଯଦି Congress ବଦଳରେ AAP ବାଜିମାତ କରେ ତାହେଲେ କ'ଣ ହେବ?

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଫେବୃଆରୀ ୨୦ ତାରିଖ ରବିବାର ହୋଇଯାଇଛି ଭୋଟ ଗ୍ରହଣ। ଏଥର ପ୍ରାୟ ୬୫.୫୦% ମତଦାନ ହୋଇଥିବା ନିର୍ବାଚନ ଆୟୋଗ ତଥ୍ୟରୁ ଜଣାପଡିଛି। ଗତ ୨୦୧୭ ବିଧାନସଭା ନିର୍ବାଚନ ତୁଳନାରେ ଏଥର ପ୍ରାୟ ସାଢେ ୧୨% ପ୍ରତିଶତ କମ୍ ମତଦାନ ହୋଇଥିବା ଜଣାପଡି଼ଛି। 

ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି (Punjab Assembly Election 2022) ରାଜ୍ୟର ସମସ୍ତ ୧୪୭ ଆସନ ଲାଗି ଫେବୃଆରୀ ୨୦ ତାରିଖ ରବିବାର ଗୋଟିଏ ପର୍ଯ୍ୟାୟରେ ଶେଷ ହୋଇଯାଇଛି ଭୋଟ ଗ୍ରହଣ। ମାର୍ଚ୍ଚ ୧୦ ତାରିଖରେ ପ୍ରକାଶ ପାଇବ ଏହି ନିର୍ବାଚନର ଫଳାଫଳ। ହେଲେ ଏଥର କୌଣସି ଦଳକୁ ପୂର୍ଣ୍ଣ ବହୁମତ ମିଳିବା ପରିବର୍ତ୍ତେ ରାଜ୍ୟର ଝୁଲା ବିଧାନସଭା (Hung Assembly in Punjab) ହୋଇପାରେ ବୋଲି ଚର୍ଚ୍ଚା ହେଉଛି।  

କାରଣ ଏଥର କଂଗ୍ରେସ (Congress), ଆମ ଆଦମୀ ପାର୍ଟି (Aam Adami Party) ଆପ୍ (AAP), ଶିରୋମଣି ଅକାଳୀ ଦଳ (Shiromani Akali Dal) ଏସଏଡି (SAD) ଏବଂ ବହୁଜନ ସମାଜ ପାର୍ଟି (Bahujan Samaj Party) ବିଏସପି (BSP) ମଧ୍ୟରେ ହୋଇଥିବା ମେଣ୍ଟ (SAD-BSP Alliance), ବିଜେପି (BJP) ପଞ୍ଜାବ ଲୋକ କଂଗ୍ରେସ (Punjab Lok Congress) ପିଏଲସି (PLC) ଶିରୋମଣି ଅକାଳୀ ଦଳ (Shiromani Akali Dal) ସଂଯୁକ୍ତ (SAD Sanyukt) ମଧ୍ୟରେ ହୋଇଥିବା ଗଠବନ୍ଧନ (BJP-PLC-SAD Sanyukt Alliance) ଏବଂ ସଂଯୁକ୍ତ ସମାଜ ମୋର୍ଚ୍ଚା (Sanyukt Samaj Morcha) ମଧ୍ୟରେ ବହୁକୋଣୀୟ ମୁକବିଲା ହୋଇଛି।

Also Read: Punjab Election 2022: କିଏ ଗଢିବ ସରକାର? ରବିବାର ହେବ ସ୍ଥିର

ଯଦି ୨୦୨୨ ବିଧାନସଭା ନିର୍ବାଚନରେ କଂଗ୍ରେସ ବଦଳରେ ଆପ୍ ବାଜିମାତ କରି ତାହେଲେ କ'ଣ ହେବ ବୋଲି ପଚରା ଯାଇଥିବା ପ୍ରଶ୍ନର ଜବାବ ରଖିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ (Punjab Chief Minister) ଚରଣଜିତ ସିଂହ ଚନ୍ନୀ (Charanjit Singh Channi)। 

ଏନେଇ ସେ କହିଛନ୍ତି ଯଦି କଂଗ୍ରେସ ବଦଳରେ ଆପ୍ କ୍ଷମତାକୁ ଆସେ ତାହାଲେ କୌଣସି ପରିବର୍ତ୍ତନ ହେବ ନାହିଁ। କାରଣ ଆପ୍ ନେତାଙ୍କୁ ସବୁ ଦିଗରୁ ପ୍ରତ୍ୟାଖ୍ୟାନ କରାଯାଇଛି। ସେମାନେ ବିପ୍ଳବୀ ନୁହଁନ୍ତି କିମ୍ବା ଭଗତ ସିଂହଙ୍କ ଶିଷ୍ୟ ନୁହଁନ୍ତି। ଏଭଳି ବିବୃତ୍ତି ଦେଇ ମୁଖ୍ୟମନ୍ତ୍ରୀ ଚନ୍ନୀ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି। ଅରବିନ୍ଦ କେଜ୍ରିୱାଲ ଜଣେ ମିଥ୍ୟାବାଦୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ନୀ।