କାର ଆଗକୁ ଅଚାନକ ମାଡ଼ି ଆସିଲା ଷଣ୍ଢ; ଭିଡ଼ିଓ ସେୟାର କ'ଣ କହିଲେ ସମାଜବାଦୀ ପାର୍ଟି ସୁପ୍ରିମୋ
Advertisement

କାର ଆଗକୁ ଅଚାନକ ମାଡ଼ି ଆସିଲା ଷଣ୍ଢ; ଭିଡ଼ିଓ ସେୟାର କ'ଣ କହିଲେ ସମାଜବାଦୀ ପାର୍ଟି ସୁପ୍ରିମୋ

ଷଣ୍ଢ ଆଗରେ ଯିଏ ଚାଲିବାକୁ ସକ୍ଷମ ସେ କେବଳ ଚାଲିପାରିବ।

କାର ଆଗକୁ ଅଚାନକ ମାଡ଼ି ଆସିଲା ଷଣ୍ଢ; ଭିଡ଼ିଓ ସେୟାର କ'ଣ କହିଲେ ସମାଜବାଦୀ ପାର୍ଟି ସୁପ୍ରିମୋ

ଲକ୍ଷ୍ନୌ: ରାସ୍ତାରେ ଯିବା ବେଳେ ଅଚାନକ କାର ସାମ୍ନାକୁ ମାଡ଼ି ଆସିଲା ଷଣ୍ଢ। ଯାହା ଫଳରେ କିଛି ସମୟ ପାଇଁ ଅଟକି ଯାଇଥିଲା କାରକେଡ଼। ବୁଧବାର ରାଜ୍ୟର ସୀତାପୁର ଜିଲ୍ଲା ଗସ୍ତ କରିବା ଅବସରରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବଙ୍କ ସହ ଘଟିଯାଇଛି ଏଭଳି ଘଟଣା। ଏହାର ଭିଡି଼ଓ ସେୟାର କରି ସେ କହିଛନ୍ତି ଯାତ୍ରା ସମୟରେ ଆପଣଙ୍କୁ ଷଣ୍ଢ ଦେଖିବାକୁ ମିଳିବେ। ଷଣ୍ଢ ଆଗରେ ଯିଏ ଚାଲିବାକୁ ସକ୍ଷମ ସେ କେବଳ ଚାଲିପାରିବ। ଉତ୍ତର ପ୍ରଦେଶରେ ଯାତ୍ରା କରିବା ସବୁଠାରୁ କଠିନ।     

ମାର୍ଚ୍ଚ ୧୬ ତାରିଖ ବୁଧବାର ରାଜ୍ୟର ସୀତାପୁର ଜିଲ୍ଲା ଗସ୍ତ କରିଥିଲେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ (Former CM of UP) ତଥା ସମାଜବାଦୀ ପାର୍ଟି ସୁପ୍ରିମୋ (Samajwadi Party Supremo) ଅଖିଲେଶ ଯାଦବ (Akhilesh Yadav)। ଗସ୍ତ ଅବସରରେ ସେ ପୂର୍ବତନ ମନ୍ତ୍ରୀ ନରେନ୍ଦ୍ର ବର୍ମାଙ୍କ ଭାଇ ସ୍ୱର୍ଗତ ମହେନ୍ଦ୍ର ବର୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। 

ହେଲେ ମହମୁଦାବାଦ ନିକଟରେ ତାଙ୍କ ଗାଡି଼ ସାମ୍ନାକୁ ମାଡ଼ି ଆସିଥିଲା ଏକ ଷଣ୍ଢ। ଏହି ଘଟଣାର ଭିଡି଼ଓ ଟ୍ୱିଟ୍ କରି ସେୟାର କରିଛନ୍ତି ସେ। ଏନେଇ ସେ କହିଛନ୍ତି ଯାତ୍ରା ସମୟରେ ଆପଣଙ୍କୁ ଷଣ୍ଢ ଦେଖିବାକୁ ମିଳିବେ। ଷଣ୍ଢ ଆଗରେ ଯିଏ ଚାଲିବାକୁ ସକ୍ଷମ ସେ କେବଳ ଚାଲିପାରିବ। ଉତ୍ତର ପ୍ରଦେଶରେ ଯାତ୍ରା କରିବା ସବୁଠାରୁ କଠିନ।     

ବିଧାନସଭା ନିର୍ବାଚନ ଲାଗି ଦଳ ପକ୍ଷରୁ ଜାରି ହୋଇଥିବା ନିର୍ବାଚନ ଇସ୍ତାହାରରେ ବୁଲା ଗାଈଗୋରୁଙ୍କ କଥା ଉଲ୍ଲେଖ କରିଥିଲା ସମାଜବାଦୀ ପାର୍ଟି। ଏନେଇ ଦଳ ପକ୍ଷରୁ କୁହାଯାଇଥିଲା ଯଦି ରାଜ୍ୟରେ ସମାଜବାଦୀ ସରକାର ଗଠନ ହୁଏ ତାହେଲେ ବୁଲା ପଶୁଙ୍କ କାରଣରୁ ହେଉଥିବା ପ୍ରତ୍ୟେକ ଦୁର୍ଘଟଣା ଲାଗି କ୍ଷତିପୂରଣ ପ୍ରଦାନ କରାଯିବ। ନିଜେ ଦଳର ସୁପ୍ରିମୋ ଅଖିଲେଶ ଯାଦବ ଘୋଷଣା କରିଥିଲେ ଯେ ଷଣ୍ଢ ଆକ୍ରମଣ କାରଣରୁ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। 

ନିର୍ବାଚନ ଲାଗି ଦଳୀୟ ପ୍ରଚାର କରିବା ବେଳେ ଅଖିଲେଶ ଯାଦବ ବୁଲା ଗାଈଗୋରୁଙ୍କ ସମସ୍ୟା କଥା ଉଠାଇଥିଲେ। ଏ  ପ୍ରସଙ୍ଗର ସେ ବିଜେପିକୁ ଘେରିବା ସହ କହିଥିଲେ, "ଆମେ ଆମର ସାଇକେଲ ଚାଳକଙ୍କ ପାଇଁ ଅଲଗା ରାସ୍ତା ଦେଇଥିଲୁ ହେଲି ସେହି ରାସ୍ତା ମଧ୍ୟ ଶେଷ ହୋଇଯାଇଛି। ବହୁ ସଂଖ୍ୟକ ଶ୍ରମିକ ଏବଂ କୃଷକ ଭାଇ ସାଇକେଲ ଯୋଗେ ଯାତ୍ରା କରିଥାନ୍ତି। ହେଲେ ବିଭିନ୍ନ ସମୟରେ ଘଟୁଥିବା ଦୁର୍ଘଟଣା ହେତୁ ସେମାନେ ପ୍ରାଣ ହରାଇଥାନ୍ତି। ଯଦି ସାଇକେଲ ଦୁର୍ଘଟଣା କାରଣରୁ କାହାର ମୃତ୍ୟୁ ହୁଏ ତାହେଲେ ସମାଜବାଦୀ ସରକାର ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବ। କେବଳ ସାଇକେଲ ଦୁର୍ଘଟଣା ନୁହେଁ ଯଦି ଷଣ୍ଢ ଆକ୍ରମଣ କାରଣରୁ କାହାର ମୃତ୍ୟୁ ହୁଏ ତାହେଲେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ। 

Also Read: ନିର୍ବାଚନ ହାରିବା ପରେ ମେଣ୍ଟରେ ଫାଟ; ସମାଜବାଦୀ ପାର୍ଟି ଉପରେ ପ୍ରଶ୍ନ ଉଠାଇଲେ ସହଯୋଗୀ

Also Read: UP Election 2022: ସମାଜବାଦୀ ପାର୍ଟି ହାର ମାନିବାକୁ ପ୍ରସ୍ତୁତ ନୁହଁନ୍ତି ଅଖିଲେଶ ଯାଦବ

Also Read: UP ନିର୍ବାଚନରେ କାହିଁକି ହାରିଲା ଦଳ? କାରଣ କହିଲେ ଅଖିଲେଶ ଯାଦବ