Second Yogi Cabinet: କେଉଁ ବର୍ଗରୁ କେତେ ଜ'ଣ ହେଲେ ମନ୍ତ୍ରୀ? କ'ଣ ରହିଛି ଜାତିଗତ ସମୀକରଣ?
Advertisement

Second Yogi Cabinet: କେଉଁ ବର୍ଗରୁ କେତେ ଜ'ଣ ହେଲେ ମନ୍ତ୍ରୀ? କ'ଣ ରହିଛି ଜାତିଗତ ସମୀକରଣ?

ଦ୍ୱିତୀୟ ପାଳି ମନ୍ତ୍ରୀମଣ୍ଡଳ ଗଠନ ବେଳେ ରାଜ୍ୟର ଜାତିଗତ ଏବଂ କ୍ଷେତ୍ରଗତ ସମୀକରଣ ଏବଂ ୨୦୨୪ ଲୋକସଭା ନିର୍ବାଚନ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇଛି ବିଜେପି।

Second Yogi Cabinet: କେଉଁ ବର୍ଗରୁ କେତେ ଜ'ଣ ହେଲେ ମନ୍ତ୍ରୀ? କ'ଣ ରହିଛି ଜାତିଗତ ସମୀକରଣ?

ଲକ୍ଷ୍ନୌ: କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି  ଆରମ୍ଭ ହୋଇଯାଇଛି ଯୋଗୀ ଶାସନ। ମାର୍ଚ୍ଚ ୨୫ ତାରିଖ ଶୁକ୍ରବାର ଦ୍ୱିତୀୟ ଥର ଲାଗି  ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି ଯୋଗୀ ଆଦିତ୍ୟନାଥ। ରାଜ୍ୟ ରାଜନୀତିରେ ସେ ହେଉଛନ୍ତି ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଯିଏ ସମ୍ପୂର୍ଣ୍ଣ ରୂପେ ୫ ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି। ଗତ ୨୦୧୭ ମାର୍ଚ୍ଚ ୧୯ ତାରିଖରେ ପ୍ରଥମ ଥର ଲାଗି ମୁଖ୍ୟମନ୍ତ୍ରୀ ଶପଥ ନେଇଥିଲେ ସେ।   

ଏଥର କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବୃଜେଶ ପାଠକ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନେତୃତ୍ୱାଧିନ ଦ୍ୱିତୀୟ ପାଳି ସରକାରରେ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି ମୌର୍ଯ୍ୟ। ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଉପରେ ଜନସାଧାରଣ ପୁଣିଥରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। 

Also Read: ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଶପଥ ନେଲେ ଯୋଗୀ ଆଦିତ୍ୟନାଥ

ଦ୍ୱିତୀୟ ପାଳି ମନ୍ତ୍ରୀମଣ୍ଡଳ ଗଠନ ବେଳେ ରାଜ୍ୟର ଜାତିଗତ ଏବଂ କ୍ଷେତ୍ରଗତ ସମୀକରଣ ଏବଂ ୨୦୨୪ ଲୋକସଭା ନିର୍ବାଚନ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇଛି ବିଜେପି। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ଶେଷ ହେବା ପରେ ଏବେ ଆଗାମୀ ଲୋକସଭା ନିର୍ବାଚନ ଉପରେ ନଜର ରଖିଛି ଦଳ।  

ଯୋଗୀ କ୍ୟାବିନେଟ୍ ୨.୦ ରେ ଅନେକ ନୂତନ ଚେହେରାଙ୍କ ଅନ୍ତର୍ଭୁକ୍ତ କରାଯାଇଥିବା ଦଳ ଅନେକ ପୁରୁଣା ଚେହେରାଙ୍କ ଉପରେ ପୁନର୍ବାର ଭରସା କରିଛି। ଏଥର ମନ୍ତ୍ରୀମଣ୍ଡଳ ବିଜେପି ସାମ୍ନାରେ ଅନେକ ଚ୍ୟାଲେଞ୍ଜ୍ ରହିଥିଲା। ଏପରି ପରିସ୍ଥିତିରେ ଦଳ କ୍ଷେତ୍ରଗତ ସହ ଜାତିଗତ ସମୀକରଣ ଉପରେ ଧ୍ୟାନ ଦେଇଥିଲା। ଦ୍ୱିତୀୟ ପାଳି ବିଜେପି ସରକାରରେ ମନ୍ତ୍ରୀ ପଦ ପାଇଥିବା ୫୨ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୨୦ ଜଣ ପଛୁଆ ବର୍ଗ, ୮ ଜଣ ଅନୁସୂଚିତ ଜାତି, ୭ ବ୍ରାହ୍ମଣ, ୬ ଠାକୁର, ୪ ବଣିଆ, ୨ ଭୂମିହାର୍, ୧ କାୟସ୍ଥ, ୧ ଶିଖ୍, ୧ ମୁସଲମାନ, ୧ ଖତ୍ରୀ ପଞ୍ଜାବୀ, ୧ ଆଦିବାସୀ ଚେହେରା ଅନ୍ତର୍ଭୁକ୍ତ କରାଯାଇଛି। ପ୍ରଥମ ପାଳି ସରକାରରେ ଏକ ମାତ୍ର ମୁସଲିମ ମନ୍ତ୍ରୀ ଥିବା ମୋହସିନ ରଜାଙ୍କୁ ଏଥର ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଦାନିଶ ଆଜାଦକୁ ମୁସଲମାନ ଚେହେରା ଭାବେ ସ୍ଥାନ ଦିଆଯାଇଛି।

କ୍ଷେତ୍ରଗତ ସମୀକରଣ ଆଧାରରେ ଏଥର ପଶ୍ଚିମ ଉତ୍ତର ପ୍ରଦେଶରୁ ୧୬, ରାଜ୍ୟର ପୂର୍ବାଞ୍ଚଳରୁ ୧୫, ଅୱଧ କ୍ଷେତ୍ରରୁ ୬, ରୁହେଲଖଣ୍ଡରୁ ୫,  ମଧ୍ୟ ଉତ୍ତର ପ୍ରଦେଶରୁ ୬, ବୁନ୍ଦେଲଖଣ୍ଡରୁ ୪ ଜଣ ନେତାଙ୍କୁ ମନ୍ତ୍ରୀ ପଦ ପ୍ରଦାନ କରିଛି ବିଜେପି।  

କ୍ୟାବିନେଟ ମନ୍ତ୍ରୀ 

 

  • ସୂର୍ଯ୍ୟ ପ୍ରତାପ ଶାହୀ
  • ସୁରେଶ ଖନ୍ନା
  • ସ୍ୱତନ୍ତ୍ର ଦେବ ସିଂହ
  • ବେବି ରାଣୀ ମୌର୍ଯ୍ୟ
  • ଲକ୍ଷ୍ମୀ ନାରାୟଣ ଚୌଧୁରୀ
  • ଜୟବୀର ସିଂହ
  • ଧର୍ମପାଲ ସିଂହ
  • ନନ୍ଦ ଗୋପାଳ ନନ୍ଦୀ
  • ଭୂପେନ୍ଦ୍ର ସିଂହ ଚୌଧରୀ 
  • ଅନିଲ ରାଜଭର
  • ଜିତିନ ପ୍ରସାଦ
  • ରାକେଶ ସଚନ
  • ଅରବିନ୍ଦ କୁମାର ଶର୍ମା
  • ଯୋଗେନ୍ଦ୍ର ଉପାଧ୍ୟାୟ
  • ଆଶୀଷ ପଟେଲ (ଅପନା ଦଳ ସୋନେଲାଲ)
  • ସଞ୍ଜୟ ନିଷାଦ (ନିଷାଦ ପାର୍ଟି)

ରାଷ୍ଟ୍ରମନ୍ତ୍ରୀ ସ୍ୱାଧିନ ଦାୟିତ୍ୱ

  • ନୀତିନ ଅଗ୍ରୱାଲ 
  • କପିଲ ଦେବ ଅଗ୍ରୱାଲ
  • ରବୀନ୍ଦ୍ର ଜାୟସୱାଲ   
  • ସନ୍ଦୀପ ସିଂହ   
  • ଗୁଲାବ ଦେବୀ
  • ଗିରୀଶ ଚନ୍ଦ୍ର ଯାଦବ
  • ଧର୍ମବୀର ପ୍ରଜାପତି
  • ଅସୀମ ଅରୁଣ 
  • ଜେପିଏସ ରାଠୌର
  • ଦୟା ଶଙ୍କର ସିଂହ 
  • ନରେନ୍ଦ୍ର କଶ୍ୟପ 
  • ଦୀନେଶ ପ୍ରତାପ ସିଂହ
  • ଅରୁଣ ସକ୍ସେନା 
  • ଦୟା ଶଙ୍କର ମିଶ୍ରା 

ରାଷ୍ଟ୍ରମନ୍ତ୍ରୀ

  • ମୟଙ୍କେଶ୍ୱର ସିଂହ
  • ଦୀନେଶ ଖଟିକ
  • ସଞ୍ଜୀବ ଗୌଡ
  • ବଲଦେବ ସିଂହ ଔଲାଖ
  • ଅଜୀତ ପାଲ
  • ଜସୱନ୍ତ ସୈନୀ
  • ରାମକେଶ ନିଷାଦ
  • ମନୋହର ଲାଲ ମନ୍ନୁ କୋରୀ
  • ସଞ୍ଜୟ ଗଙ୍ଗୱାର
  • ବୃଜେଶ ସିଂହ
  • କେ.ପି ମଲ୍ଲିକ
  • ସୁରେଶ ରାହୀ 
  • ସୋମେନ୍ଦ୍ର ତୋମାର
  • ଅନୁପ ପ୍ରଧାନ ବାଲ୍ମିକୀ
  • ପ୍ରତିଭା ଶୁକ୍ଳା
  • ରାକେଶ ରାଠୌର
  • ରଜନୀ ତିୱାରୀ
  • ସତୀଶ ଶର୍ମା
  • ଦାନିଶ ଆଜାଦ ଅନସାରୀ 
  • ବିଜୟ ଲକ୍ଷ୍ମୀ ଗୌତମ