West Bengal: ଦୁର୍ଗାପୂଜା ବେଳେ ଗାନ୍ଧୀଙ୍କୁ ନେଇ ତେଜିଲା ବିବାଦ, ଜାଣନ୍ତୁ କାରଣ
Advertisement

West Bengal: ଦୁର୍ଗାପୂଜା ବେଳେ ଗାନ୍ଧୀଙ୍କୁ ନେଇ ତେଜିଲା ବିବାଦ, ଜାଣନ୍ତୁ କାରଣ

Controversy over Mahatma Gandhi: ଦୁର୍ଗା ପୂଜା ସମୟରେ ମହାତ୍ମା ଗାନ୍ଧୀଙ୍କୁ ନେଇ ସୃଷ୍ଟି ହୋଇଛି ବିବାଦ। 

West Bengal: ଦୁର୍ଗାପୂଜା ବେଳେ ଗାନ୍ଧୀଙ୍କୁ ନେଇ ତେଜିଲା ବିବାଦ, ଜାଣନ୍ତୁ କାରଣ

Gandhi in Durga Puja: ଆନନ୍ଦ ଉଲ୍ଲାସର ସହ ସମଗ୍ର ଦେଶରେ ଜାରି ରହିଛି ଦୁର୍ଗା ପୂଜା। ମାଆଙ୍କ ପୂଜାର୍ଚ୍ଚନ କରିବାକୁ ଆସିଥିବା ଲୋକଙ୍କ ଉପସ୍ଥିତିରେ ଚଳଚଞ୍ଚଳ ହୋଇଉଠିଛି ପୂଜା ମଣ୍ଡପ। ମାତ୍ର ପୂଜା ସମୟରେ ଗୋଟିଏ କାରଣକୁ ନେଇ ଦେଖାଦେଇଛି ବିବାଦ। ପଶ୍ଚିମବଙ୍ଗ ରାଜଧାନୀ କୋଲକାତାସ୍ଥିତ ଏକ ପୂଜା ମଣ୍ଡପରେ ଦେଖିବାକୁ ମିଳିଛି ଏଭଳି ଘଟଣା।  ଯାହାକୁ ନେଇ ସରଗରମ ହୋଇଉଠିଛି ରାଜନୀତି। 

ରାଜ୍ୟର ଗଣପର୍ବ କୁହାଯାଉଥିବା ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ପଶ୍ଚିମବଙ୍ଗ। ମାତ୍ର ରାଜଧାନୀ କୋଲକାତାସ୍ଥିତ ଏକ ପୂଜା ମଣ୍ଡପରେ ଏକ ମୂର୍ତ୍ତିକୁ ନେଇ ସୃଷ୍ଟି ହୋଇଛି ବିବାଦ। ଏଠାରେ ଏକ ପୂଜା ମଣ୍ଡପରେ ମହିଷାସୁର ସ୍ଥାନରେ ମହାତ୍ମା ଗାନ୍ଧୀଙ୍କ ଭଳି ଦେଖାଯାଉଥିବା ଏକ ମୂର୍ତ୍ତି ପ୍ରତିଷ୍ଠା କରିବାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଅକ୍ଟୋବର ୨ ତାରିଖ ରବିବାର ଏହି ଘଟଣା ସାମ୍ନାକୁ ଆସିବା ପରେ ଗାନ୍ଧୀ ଜୟନ୍ତୀ ଅବସରରେ ସୃଷ୍ଟି ହୋଇଛି ବିବାଦ। ଏନେଇ ଅଭିଯୋଗ ହେବା ପରେ ପୋଲିସ ନିର୍ଦ୍ଦେଶ ଅନୁଯାୟୀ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ବଦଳା ଦେଇଛନ୍ତି ପୂଜା ଆୟୋଜକ। ଦକ୍ଷିଣ ପଶ୍ଚିମ କୋଲକାତାସ୍ଥିତ ରୁବି କ୍ରସିଂ ନିକଟରେ ଆୟୋଜିତ ହୋଇଥିବା ଦୁର୍ଗାପୂଜା ଅଖିଳ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ଆୟୋଜନ କରାଯାଇଛି।

ଏନେଇ ଦୁର୍ଗା ପୂଜା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ଯେ, ମୂର୍ତ୍ତିରେ ସମାନତା ଆସିବା କେବଳ ଏକ ସଂଯୋଗ ମାତ୍ର। ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ଭୂମିକାକୁ ସମାଲୋଚନା କରାଯିବା ଆବଶ୍ୟକ ବୋଲି କହିଛନ୍ତି ସେମାନେ। ପୁରାଣ ଅନୁଯାୟୀ ଦେବୀ ଦୁର୍ଗା ମହିଷାସୁରକୁ ବଦ୍ଧ କରିଥିଲେ। ଏହାପୂର୍ବରୁ ଜଣେ ସାମ୍ବାଦିକ କୋଲକାତା ପୋଲିସ ଉଦେଶ୍ୟରେ ଏକ ଦୁର୍ଗା ମୂର୍ତ୍ତିର ଫଟୋ ଟ୍ୟାଗ କରିଥିଲେ।  ହେଲେ ଦୁର୍ଗା ପୂଜା ଅବସରରେ ଏପରି କରିବା ଦ୍ୱାରା ଉତ୍ତେଜନା ସୃଷ୍ଟି ହେବାର ଆଶଙ୍କା କରି ସୋସିଆଲ ମିଡିଆ ରୁ ଏହି ପୋଷ୍ଟ ହଟାଇ ଦେଇଛି ପୋଲିସ। ଆମେ କାହାର ଭାବନାକୁ ଆଘାତ କରିବାକୁ ଚାହୁଁନାହାଁନ୍ତି। ପୋଲିସ ଆମକୁ ଏହି ମୂର୍ତ୍ତି ବଦଳାଇକୁ କହିଲା ଏବଂ ଆମେ ଏହାକୁ ଗ୍ରହଣ କଲୁ। ଆମେ ମହିଷାସୁର ମୂର୍ତ୍ତି ଉପରେ ନିଶ ଚୁଟି ଲଗାଇ ଦେଇଥିଲୁ ବୋଲି କହିଛନ୍ତି ପୂଜା ଆୟୋଜକ। 

Also Read: Durga Puja Celebration: ଦୁର୍ଗା ପୂଜା ବାବଦରେ ବଡ଼ ନିଷ୍ପତ୍ତି ନେଲେ ପଶ୍ଚିମବଙ୍ଗ ସରକାର

ଦୁର୍ଗାପୂଜା ମଣ୍ଡପରେ ମହାତ୍ମା ଗାନ୍ଧୀଙ୍କ ଭଳି ମହିଷାସୁର ମୂର୍ତ୍ତି ସ୍ଥାପନ କରିବାକୁ ନେଇ ସରଗରମ ହୋଇଉଠିଛି ପଶ୍ଚିମବଙ୍ଗ ରାଜନୀତି। ରାଜ୍ୟରେ କ୍ଷମତାସୀନ ଟିଏମସି ଏବଂ ବିରୋଧି ବିଜେପି ଏହାକୁ ସମାଲୋଚନା କରିଛନ୍ତି। ଟିଏମସି ରାଜ୍ୟ ସମ୍ପାଦକ କୁନାଲ ଘୋଷ ଏହାକୁ ଅଭଦ୍ରତା ବୋଲି ଦର୍ଶାଇଛନ୍ତି। ଏହା ହେଉଛି ବିଜେପିର ପ୍ରକୃତ ଚେହେରା। ବାକି ସେମାନେ ନାଟକ କରିନ୍ତି। ମହାତ୍ମା ଗାନ୍ଧୀ ହେଉଛନ୍ତି ଦେଶର ପିତା। ଗାନ୍ଧୀ ଏବଂ ତାଙ୍କର ଆଦର୍ଶକୁ ବିଶ୍ୱ ସମ୍ମାନ କରେ। ମହାତ୍ମା ଗାନ୍ଧୀଙ୍କ ପ୍ରତି ଏପରି ଅପମାନ ଗ୍ରହଣ କରାଯାଇ ପାରିବ ନାହିଁ। ଆମେ ଏହାକୁ ଦୃଢ ବିରୋଧ କରୁଛୁ।

ଏନେଇ ପ୍ରତିକ୍ରିୟା ରଖି ଅଖିଳ ଭାରତୀୟ ହିନ୍ଦୁ ମହାସଭା ପଶ୍ଚିମବଙ୍ଗ ଶାଖା ଅଧ୍ୟକ୍ଷ ଚନ୍ଦ୍ରଚୂଡ଼ ଗୋସ୍ବାମୀ କହିଛନ୍ତି ଯେ, ଚନ୍ଦା ମୁଣ୍ଡ ଏବଂ ଚଷମା ପିନ୍ଧୁଥିବା ବ୍ୟକ୍ତି ଯେ ମହାତ୍ମା ଗାନ୍ଧୀ ହେବେ ତାହା ଜରୁରୀ ନୁହେଁ। ପୂଜା ମଣ୍ଡପରେ ସ୍ଥାପନ ହୋଇଥିବା ଅସୁରକୁ ଦେଖନ୍ତୁ। ଏହି ମୂର୍ତ୍ତୀ ଢାଲ ଧରିଛି। ମହାତ୍ମା ଗାନ୍ଧୀ ଢାଲ ଧରି ନଥିଲେ। ମାଆ ଦୁର୍ଗା ବଦ୍ଧ କରୁଥିବା ଅସୁର ଗାନ୍ଧୀଙ୍କ ଭଳି ଦେଖାଯିବା କେବଳ ଏକ ସଂଯୋଗ ମାତ୍ର। ଅନେକ ଲୋକ କହିଛନ୍ତି ଯେ ଏହି ମୂର୍ତ୍ତି ଗାନ୍ଧୀଙ୍କ ଭଳି ଦେଖାଯାଉଛି। ହେଲେ ଏହା ମଧ୍ୟ ସତ୍ୟ ଯେ ତାଙ୍କୁ ସମାଲୋଚନା କରାଯିବା ଆବଶ୍ୟକ।