ରାଷ୍ଟ୍ରଗୀତ ଗାନ କରିବାକୁ ମନାକଲେ ବିଧାୟକ; BJP କହିଲା ପାକିସ୍ତାନ ଯାନ୍ତୁ AIMIM ନେତା
Advertisement

ରାଷ୍ଟ୍ରଗୀତ ଗାନ କରିବାକୁ ମନାକଲେ ବିଧାୟକ; BJP କହିଲା ପାକିସ୍ତାନ ଯାନ୍ତୁ AIMIM ନେତା

ପ୍ରଥମ ଥର ଲାଗି ଏଆଇଏମଆଇଏମ ପକ୍ଷରୁ ରାଷ୍ଟ୍ରଗୀତକୁ ବିରୋଦ କରାଯାଇନାହିଁ। ଏହା ପୂର୍ବରୁ ଦଳର ଅଧ୍ୟକ୍ଷ ରାଷ୍ଟ୍ରଗୀତ ଗାନ କରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ରାଷ୍ଟ୍ରଗୀତ ଗାନ କରିବାକୁ ମନାକଲେ ବିଧାୟକ; BJP କହିଲା ପାକିସ୍ତାନ ଯାନ୍ତୁ AIMIM ନେତା

ପାଟନା: ବିହାର ବିଧାନସଭାର ଶୀତକାଳୀନ ଅଧିବେଶନରେ ରାଷ୍ଟ୍ରଗୀତ 'ବନ୍ଦ ମାତରମ' ଗାନ କରିବାକୁ ଅସାଦୁଦ୍ଦିନ ଓୱେସୀଙ୍କ ନେତୃତ୍ୱାଧିନ ଏଆଇଏମଆଇଏମ ଦଳର ବିଧାୟକ ଅଖତରୁଲ ଇମାନ। ରାଷ୍ଟ୍ରଗାନ ସହିତ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା। ଶୁକ୍ରବାର ଶେଷରେ ଯେତେବେଳେ ରାଷ୍ଟ୍ରଗୀତ ଗାନ କରାଯାଇଥିଲା ସେତେବେଳେ ଏଆଇଏମଆଇଏମ ବିଧାୟକ ଏହାକୁ ବିରୋଧ କରିଥିଲେ। 

ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେପି ବିଧାୟକ ହରି ଭୂଷଣ ଠାକୁର (BJP MLA Haribhushan Thakur) କହିଛନ୍ତି ଏଆଇଏମଆଇଏମ ବିଧାୟକ ଅଖତରୁଲ ଇମାନଙ୍କ (AIMIM MLA  Akhtarul Iman) ଏପରି କାର୍ଯ୍ୟ ଦେଶଦ୍ରୋହ ଶ୍ରେଣୀରେ ଅନ୍ତର୍ଭୂକ୍ତ। ସେ ଏ ମାମଲାରେ ବିହାର ବିଧାନସଭାର ବାଚସ୍ପତି (Bihar Assesmbly Speaker) ବିଜୟ କୁମାର ସିହ୍ନାଙ୍କୁ (Vijay Kumar Sinha) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ବିଜେପି ବିଧାୟକ କହିଛନ୍ତି ଯେତେବେଳେ ଅଧିବେଶନ ଚାଲିବ ସେତେବେଳେ ଏଆଇଏମଆଇଏମ ବିଧାୟକଙ୍କୁ ବିଧାନସଭାରେ ରହିବାକୁ ଦିଆଯିବ ନାହିଁ। ଯେଉଁ ଲୋକ ଭାରତରେ ରହି ରାଷ୍ଟ୍ରଗୀତ ଗାନ କରିପାରିବେ ନାହିଁ ସେମାନେ ପାକିସ୍ତାନ ଚାଲିଯିବା ଆବଶ୍ୟକ। ଏଆଇଏମଆଇଏମ ବିଧାୟକଙ୍କୁ ବିଧାନସଭା ଅଧିବେଶନରୁ ବରଖାସ୍ତ କରିବା ଆବଶ୍ୟକ। ଏଭଳି ଦେଶର ଖାଆନ୍ତି ହେଲେ ଦେଶର ରାଷ୍ଟ୍ରଗୀତ ଗାନ କରନ୍ତି ନାହିଁ। ଏଭଳି ଜିହାଦୀ ମାନସିକତା ରଖୁଥିବା ଲୋକ ଦେଶ ବିଭାଜନ କରିବାକୁ ଚାହାଁନ୍ତି।    

Also Read: 'ହିନ୍ଦୁସ୍ତାନ' ଶବ୍ଦ କହିବାକୁ ନେଇ ନାରାଜ ଓୱେସୀଙ୍କ ବିଧାୟକ; ବିଧାନସଭାରେ ଜୋରଦାର ହଙ୍ଗାମା

ସେହିପରି ବିଜେପି ବିଧାୟକ ସଞ୍ଜୟ ସିଂହ କହିଛନ୍ତି ଯେଉଁ ଲୋକଙ୍କୁ  ରାଷ୍ଟ୍ରଗୀତ ଗାନ କରିବାକୁ ନେଇ ଆପତ୍ତି ରହିଛି ସେମାନେ ଦେଶକୁ ପ୍ରେମ କରିନ୍ତି ନାହିଁ। ସେମାନଙ୍କୁ ଦେଶପ୍ରେମ ବାବଦରେ ଶିକ୍ଷା ଦିଆଯିବା ଆବଶ୍ୟକ। ଏଭଳି ଲୋକଙ୍କୁ ଦେଶରେ ରହିବାର ଆବଶ୍ୟକତା ନାହିଁ। 

ଏ ପ୍ରସଙ୍ଗରେ ବିହାର ବିଧାନସଭା ବାଚସ୍ପତି କହିଛନ୍ତି ଗୃହ କାର୍ଯ୍ୟର ଶୁଭାରମ୍ଭ ରାଷ୍ଟ୍ରଗାନର ଆରମ୍ଭ ହୋଇ ରାଷ୍ଟ୍ରଗୀତରେ ଶେଷ କରିବା ଏକ ଉତ୍ତମ ପରମ୍ପରା। ଏହା ଆମକୁ ଗର୍ବିତ କରୁଛି। ଅନ୍ୟପଟେ ବିହାର ମନ୍ତ୍ରୀ ଶ୍ରବଣ କୁମାର କହିଛନ୍ତି ରାଷ୍ଟ୍ରବାଦୀଙ୍କ ଲାଗି ରାଷ୍ଟ୍ରଗୀତ ମହତ୍ତ୍ୱ ରଖିଥାଏ। ସେହିପରି ଜେଡିୟୁ ନେତା ନୀରଜ କୁମାର କହିଛନ୍ତି ରାଷ୍ଟ୍ରଗାନ ଏବଂ ରାଷ୍ଟ୍ରଗୀତ ଦ୍ୱାରା ଆମର ପୂର୍ବ ପୁରୁଷ ସମ୍ମାନିତ ହୋଇଥାନ୍ତି।   

ଏନେଇ ଜବାବ ରଖି ଏଆଇଏମଆଇଏମ ବିଧାୟକ ଅଖତରୁଲ ଇମାନ କହିଛନ୍ତି ରାଷ୍ଟ୍ରଗୀତ ଗାନ କରିବା କ'ଣ ଜରୁରୀ?  ଯଦି କେହି ଏହା କହନ୍ତ, ମୁଁ ଏହାକୁ ନିଶ୍ଚିତ ଭାବେ ଏହାକୁ ଗାଇବି। ମୁଁ କହୁଛି ମାଦରେ ବତନ ଜିନ୍ଦାବାଦ୍। ଏଆଇଏମଆଇଏମ ବିଧାୟକ କହିଛନ୍ତି ଯେ ବନ୍ଦ ମାତରମ ଗାଇବା କାହିଁକି ଆବଶ୍ୟକ। ପ୍ରଥମେ ଯାଇ ରାଜ୍ୟର ସମସ୍ତ ୨୪୩ ଜଣ ବିଧାୟକଙ୍କୁ ପଚାରନ୍ତୁ ଏହାସ ପରେ ମୋ ସହିତ ସେହି କଥାବାର୍ତ୍ତା କରନ୍ତୁ। ରାଷ୍ଟ୍ରଗାନ ଗାଇବାରେ ମୌର କୌଣସି ଅଭିଯୋଗ ନାହିଁ ହେଲେ ରାଷ୍ଟ୍ରଗୀତ ବନ୍ଦ ମାତରମ ଆମର ବିଶ୍ୱାସକୁ ଆଘାତ ପହଞ୍ଚାଉଛି। ଏହି ପରମ୍ପାର ଆମର ପୂର୍ବ ପୁରୁଷଙ୍କ ଆମେ ଏହାକୁ ବଜାୟ ରଖିବା ଆବଶ୍ୟକ।

ଦେଶରେ ୧୩୫ କୋଟି ଲୋକ ବସବାସ କରନ୍ତି। ଏହି ଦେଶ ଧର୍ମନିରପେକ୍ଷ ଏବଂ ସମସ୍ତଙ୍କର। ବିଜେପି ବିଧାୟକଙ୍କ ଦ୍ୱାରା ପାକିସ୍ତାନ ଯିବା ପାଇଁ ତାଙ୍କୁ କୁହାଯିବା ପରେ ଏହାର ତାଙ୍କ ଇଚ୍ଛା ବୋଲି ସେ କହିଛନ୍ତି। ବିଜେପି ବିଧାୟକ ନେପାଳ ଚାଲିଯିବା ଆବଶ୍ୟକ କାରଣ କାରଣ ନେପାଳ ଏକ ହିନ୍ଦୁ ରାଷ୍ଟ୍ର। କେହି ମୋତେ ଜବରଦସ୍ତ ବନ୍ଦେ ମାତରମ ଗାଇବାକୁ ବାଧ୍ୟ କରି ପାରିବେ ନାହିଁ। ଭାରତ କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ। ଏଠାରେ କାହାର ଏକଚାଟିଆ ଶାସନ ଚାଲିପାରିବ ନାହିଁ। ସଂସଦ ଏବଂ ବିଧାନସଭାରେ ଆମର ପୂର୍ବ ପିଢି ଯେଉଁ ପରମ୍ପରା ସ୍ଥାପନ କରିଛନ୍ତି ତାହାକୁ ସମ୍ମାନ ଦିଆଯିବା ଆବଶ୍ୟକ ବୋଲି କହିଛନ୍ତି ଏଆଇଏମଆଇଏମ ବିଧାୟକ।

Also Read: ଅଯୋଧ୍ୟା ମସଜିଦରେ ନମାଜ ପଢିବା ହାରାମ: ଅସାଦୁଦ୍ଦିନ ଓୱେସୀ

ଦେଶର ସମ୍ବିଧାନରେ ବନ୍ଦ ମାତରମ ଗାଇବାକୁ ବାଧ୍ୟତାମୂଳକ କରାଯାଇ ନାହିଁ। ଯଦି ଏହା ବାଧ୍ୟତାମୂଳକ ନୁହେଁ ତାହେଲେ ମୁଁ କାହିଁକି ବନ୍ଦେ ମାତରମ କହିବି? ଏକ ଅଜବ ବୟାନ ଦେଇ ସେ କହିଛନ୍ତି ଯେ ଦେଶର ଅନେକ ଲୋକ ଶାକାହାରୀ ନୁହଁନ୍ତି ଏବଂ ଅନେକ ଲୋକ ଶାକାହାରୀ ଅଟନ୍ତି। କୌଣସି କହିବା ଅନୁସାରେ ନୁହେଁ ଦେଶ ସମ୍ବିଧାନ ଅନୁସାରେ ଚାଲିବ। ଆମକୁ ଆମର ଧର୍ମ ପାଳନ କରିବା ପାଇଁ ସମ୍ବିଧାନରେ ପୂର୍ଣ୍ଣ ଅଧିକାର ଦିଆଯାଇଛି। ପ୍ରଥମ ଥର ଲାଗି ଏଆଇଏମଆଇଏମ ପକ୍ଷରୁ ରାଷ୍ଟ୍ରଗୀତକୁ ବିରୋଦ କରାଯାଇନାହିଁ। ଏହା ପୂର୍ବରୁ ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସୀ  'ବନ୍ଦ ମାତରମ' ଗାନ କରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

Also Read: ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଅବତାର ହେଉଛନ୍ତି ଓୱେସୀ: ତେଜସ୍ୱୀ ସୂର୍ଯ୍ୟା

ରାଷ୍ଟ୍ରଗୀତ 'ବନ୍ଦ ମାତରମ' ୧୮୭୬ ମସିହାରେ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ରଚନା କରାଯାଇଥିଲା। ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ରାତିରେ  ସମ୍ବିଧାନର ସଭାର ପ୍ରଥମ ବୈଠକ 'ବନ୍ଦ ମାତରମ' ଠାରୁ ଆରମ୍ଭ ହୋଇ ରାଷ୍ଟ୍ରଗାନ ଜନ ଗଣ ସହ ସମାପ୍ତ ହୋଇଥିଲା।  ୧୯୫୦ ମସିହାରେ 'ବନ୍ଦ ମାତରମ' ରାଷ୍ଟ୍ରଗୀତ ଏବଂ 'ଜନ ଗଣ' ରାଷ୍ଟ୍ରଗାନ ଭାବେ ମାନ୍ୟତା ପାଇଥିଲା। ହେଲେ ୧୯୦୮ ମସିହାରେ ଅଖିଳ ଭାରତୀୟ ମୁସଲିମ ଲିଗ ପକ୍ଷରୁ ଆୟୋଜିତ ହୋଇଥିବା ଏକ ଅଧିବେଶନରେ ଏହାକୁ ଏହା କହି ବିରୋଧ କରିଥିଲା ଏହା ହେଉଛି ସାମ୍ପ୍ରଦାୟିକ। ଗତ ୨୦୦୪ ବର୍ଷରେ ଅନେକ ମୁସଲମାନଙ୍କୁ ସେମାନଙ୍କ ଜାତିରୁ ବହିଷ୍କୃତ ହୋଇଥିଲେ କାରଣ ସେମାନେ କହିଥିଲେ ଯେ  'ବନ୍ଦ ମାତରମ' ଗାଇବା ଅଣ ଇସଲାମୀୟ ନୁହେଁ। ପ୍ରଶ୍ନ ଉଠିଛି ଯେ  'ବନ୍ଦ ମାତରମ' ଗାଇବାରେ ମୁସଲମାନଙ୍କ ଅସୁବିଧା କେଉଁଠି ରହିଛି? ୧୯୩୮ ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲି ଜିନ୍ନା  'ବନ୍ଦ ମାତରମ'କୁ ବିରୋଧ କରିଥିଲେ। ଜିନ୍ନାଙ୍କ ବିରୋଧ ପରେ ଅନେକ ଭାରତୀୟ ମୁସଲମାନ ରାଷ୍ଟ୍ରଗୀତ ଭାବେ ଗ୍ରହଣ କରିବାକୁ ମନା କରିଦେଇଥିଲେ। ସେତେବେଳେ ଜଣେ ମୁସଲିମ ଲିଗ ନେତା କହିଥିଲେ ଯେ ଜାତୀୟତାବାଦ ନାମରେ ଦେଶକୁ ହିନ୍ଦୁ ଜାତୀୟତାବାଦ ଆଡକୁ ଠେଲି ଦିଆଯାଉଛି।