BJPକୁ ବଡ଼ ଝଟକା! ପଦ୍ମ ଛାଡ଼ି ହାତ ଧରିଲେ MLA ପୁଅ ଓ ମନ୍ତ୍ରୀ ଯଶପାଲ ଆର୍ଯ୍ୟ
Advertisement

BJPକୁ ବଡ଼ ଝଟକା! ପଦ୍ମ ଛାଡ଼ି ହାତ ଧରିଲେ MLA ପୁଅ ଓ ମନ୍ତ୍ରୀ ଯଶପାଲ ଆର୍ଯ୍ୟ

ଯଶପାଲ ଆର୍ଯ୍ୟ ୨୦୦୭ରୁ ୨୦୧୪ ପର୍ଯ୍ୟନ୍ତ ଉତ୍ତରାଖଣ୍ଡ କଂଗ୍ରେସର ଅଧ୍ୟକ୍ଷ ଥିଲେ ଏବଂ ହରିଶ ରାୱତଙ୍କ ନେତୃତ୍ୱରେ ପୂର୍ବ ସରକାରରେ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ମଧ୍ୟ ରହିଥିଲେ। 

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରାଖଣ୍ଡ ବିଜେପିକୁ ଏକ ଶକ୍ତ ଧଟକା ଲାଗିଛି। ଛଅ ଥରର ବିଧାୟକ ତଥା ରାଜ୍ୟ ପରିବହନ ମନ୍ତ୍ରୀ ଯଶପାଲ ଆର୍ଯ୍ୟ ସୋମବାର ଦିନ ତାଙ୍କ ବିଧାୟକ ପୁଅ ସଞ୍ଜୀବ ଆର୍ଯ୍ୟଙ୍କ ସହ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି। ସେପଟେ ଜାମ୍ମୁ କାଶ୍ମୀରରେ NC ଛାଡିଥିବା ଦେବେନ୍ଦ୍ର ରାଣା ଏବଂ ସୁରଜିତ ସିଂ ସାଲାଥିଆ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।

କଂଗ୍ରେସର ବରିଷ୍ଠ ନେତା ହରିଶ ରାୱତ, କେସି ଭେଣୁଗୋପାଲ ଏବଂ ରଣଦୀପ ସୁର୍ଯ୍ୟୱାଲାଙ୍କ ଉପସ୍ଥିତିରେ ଯଶପାଲ ଆର୍ଯ୍ୟ (Yashpal Arya) ଏବଂ ତାଙ୍କ ପୁଅ ନୂଆଦିଲ୍ଲୀରେ କଂଗ୍ରେସ (Congress) ରେ ଯୋଗ ଦେଇଛନ୍ତି। ଏହାପୂର୍ବରୁ ସେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ଯଶପାଲ ଆର୍ଯ୍ୟ ୨୦୦୭ରୁ ୨୦୧୪ ପର୍ଯ୍ୟନ୍ତ ଉତ୍ତରାଖଣ୍ଡ କଂଗ୍ରେସର ଅଧ୍ୟକ୍ଷ ଥିଲେ ଏବଂ ହରିଶ ରାୱତଙ୍କ ନେତୃତ୍ୱରେ ପୂର୍ବ ସରକାରରେ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ମଧ୍ୟ ରହିଥିଲେ। ସେ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ୨୦୧୭ରେ ବିଜେପିରେ ଯୋଗ ଦେଇଥିଲେ। ଯଶପାଲ, ମୁକ୍ତେଶ୍ୱର ଏବଂ ସଞ୍ଜୀବ ଆର୍ଯ୍ୟ ନୈନିତା ବିଧାନସଭା ଆସନକୁ ପ୍ରତିନିଧିତ୍ୱ କରୁଛନ୍ତି।

Also Read: ବରୁଣ ଗାନ୍ଧୀଙ୍କ ଠାରୁ ଦୂରେଇ ଯାଉଛି ପଦ୍ମ, ହାତ ଠାରି ଡାକୁଛି କଂଗ୍ରେସ

ସେପଟେ ଓମାର ଅବଦ୍ଦୁଲା (Omar Abdulla) ଙ୍କ NCର ଦୁଇ ନେତା ବିଜେପିରେ ଯୋଗ ଦେଇଛନ୍ତି। ନ୍ୟସନାଲ କନ୍ଫରେନ୍ସରୁ ଇସ୍ତଫା ଦେବାର ଦିନକ ପରେ ଦଳର ପୂର୍ବତନ ଜାମ୍ମୁ ୟୁନିଟ୍ ମୁଖ୍ୟ ଦେବେନ୍ଦ୍ର ରାଣା (Debendra Rana) ଏବଂ ସୁରଜିତ ସିଂ ସାଲାଥିଆ ସୋମବାର ଭାରତୀୟ ଜନତା ପାର୍ଟି (BJP) ରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହରଦୀପ ସିଂ ପୁରୀ ଏବଂ ଜିତେନ୍ଦ୍ର ସିଂଙ୍କ ଉପସ୍ଥିତିରେ ଦିଲ୍ଲୀସ୍ଥିତ (Delhi) ବିଜେପି ମୁଖ୍ୟାଳୟରେ ରାଣା ଏବଂ ସାଲାଥିଆ ଦଳରେ ଯୋଗ ଦେଇଥିଲେ।

କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ସାନଭାଇ ତଥା ପୂର୍ବତନ ବିଧାୟକ ଦେବେନ୍ଦ୍ର ରାଣା, ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା NC ନେତା ଓମାର ଅବଦ୍ଦୁଲ୍ଲାଙ୍କ ରାଜନୌତିକ ପରାମର୍ଶଦାତା ରହିଆସିଛନ୍ତି। ଜାମ୍ମୁ କାଶ୍ମୀର ପାଇଁ ବିଜେପି ସାଧାରଣ ସମ୍ପାଦକ ତରୁଣ ଚୁଗ ଏବଂ ଦଳର ଜାମ୍ମୁ କାଶ୍ମୀର ୟୁନିଟ୍ ସଭାପତି ରବିନ୍ଦ୍ର ରାଇନା ଏହି ଦୁଇ ନେତାଙ୍କୁ ଦଳରେ ସ୍ୱାଗତ କରିଛନ୍ତି। ରାଣା ଅନେକ ରାଜନୈତିକ, ସାମାଜିକ ତଥା ବ୍ୟବସାୟିକ ସଂଗଠନର ମିଳିତ ଘୋଷଣା ଭାବରେ ରାଣା 'ଜାମ୍ମୁ ଘୋଷଣାନାମା' ପ୍ରଦାନ ପାଇଁ ଓକିଲାତି କରିଆସୁଛନ୍ତି।