ସର୍ଭେ: ଉତ୍ତରାଖଣ୍ଡରେ ବିଜେପିକୁ ଲାଗିବ ଝଟକା! ଜାଣନ୍ତୁ କେଉଁ ଦଳ ଗଢ଼ିବାକୁ ଯାଉଛି ସରକାର
Advertisement

ସର୍ଭେ: ଉତ୍ତରାଖଣ୍ଡରେ ବିଜେପିକୁ ଲାଗିବ ଝଟକା! ଜାଣନ୍ତୁ କେଉଁ ଦଳ ଗଢ଼ିବାକୁ ଯାଉଛି ସରକାର

ସୂଚନାଯୋଗ୍ୟ, ଗତ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ​​ବିଜେପି ୭୦ଟି ଆସନରୁ ୫୬ଟି ଆସନ ଜିତିଥିଲା । ଏଥର ମଧ୍ୟ ନିଜର ସଫଳତାକୁ ପୁନରାବୃତ୍ତି କରିବାକୁ ଶାସକ ଦଳ ଉପରେ ଚାପ ରହିଛି । ଗତଥର କଂଗ୍ରେସ ମାତ୍ର ୧୧ଟି ଆସନ ଜିତିଥିଲା । ତେବେ ଏଥର ସର୍ଭେରେ କଂଗ୍ରେସର ଆସନ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଉଛି । ଯାହା ବିଜେପି ପାଇଁ ଚିନ୍ତାର କାରଣ ମଧ୍ୟ ପାଲଟିଛି ।

ସର୍ଭେ: ଉତ୍ତରାଖଣ୍ଡରେ ବିଜେପିକୁ ଲାଗିବ ଝଟକା! ଜାଣନ୍ତୁ କେଉଁ ଦଳ ଗଢ଼ିବାକୁ ଯାଉଛି ସରକାର

ନୂଆଦିଲ୍ଲୀ: Uttarakhand Election 2022: ଆସନ୍ତା ମାସରେ ଅର୍ଥାତ ଫେବୃଆରୀରେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ । ଗୋଟିଏ ପଟେ ଉତ୍ତର ପ୍ରଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଅନ୍ୟପଟେ ଅନେକ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ । ଏଭଳି ପରିସ୍ଥିତିରେ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ (Uttarakhand Assembly Election 2022) କୁ ନେଇ ରାଜନୈତିକ ପାରା ବଢ଼ିବାରେ ଲାଗିଛି । ଏହି ସମୟରେ ଅନେକ ଏଜେନ୍ସି ଓ ନ୍ୟୁଜ୍ ଚ୍ୟାନେଲ ରାଜ୍ୟର ଜନତାଙ୍କ ମୁଡ୍ କ'ଣ ରହିଛି ଜାଣିବାକୁ ପ୍ରୟାସ କରୁଛନ୍ତି । ଏହି କ୍ରମରେ ସି-ଭୋଟର ସର୍ଭେ ଅନୁଯାୟୀ, ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (BJP) ଓ କଂଗ୍ରେସ (Congress) ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି । 

ଏହି ସର୍ଭେ ଅନୁଯାୟୀ, ଉତ୍ତରାଖଣ୍ଡର ୭୦ଟି ବିଧାନସଭା ଆସନ ମଧ୍ୟରୁ ୩୧ରୁ ୩୭ଟି ଆସନ ବିଜେପି (BJP) କୁ ମିଳିପାରେ । ଏଥି ସହିତ କଂଗ୍ରେସ (Congress) ୩୦ରୁ ୩୬ଟି ଆସନ ଜିତିପାରେ । ଏହି ସର୍ଭେକୁ ଯଦି ଆମେ ବିଶ୍ୱାସ କରିବା ତେବେ ବିଜେପି ପାଇଁ ସମସ୍ୟା ଉପୁଜିପାରେ । ଏହା ବ୍ୟତୀତ ଆମ୍ ଆଦମୀ ପାର୍ଟି (AAP) ମଧ୍ୟ ଉତ୍ତରାଖଣ୍ଡରେ ବହୁତ ଜୋର ଲଗାଉଛି । ତେବେ ସର୍ଭେରେ ଦଳକୁ ୨-୪ଟି ଆସନ ମିଳୁଥିବାର ଜଣାପଡିଛି । ଅନ୍ୟମାନେ ୦-୧ ଆସନ ଜିତି ପାରନ୍ତି ।

ସର୍ଭେରେ ପ୍ରକାଶିତ ଆକଳନକୁ ଛାଡ଼ି ସମସ୍ତ ଦଳ ନିଜର ବିଜୟ ଦାବି କରୁଛନ୍ତି । କିନ୍ତୁ ସମସ୍ତ ସର୍ଭେ ଅନୁଯାୟୀ କଂଗ୍ରେସ ବିଜେପିକୁ ଭଲ ଟକ୍କର ଦେଉଥିବାର ଜଣାପଡୁଛି । ଯଦି ଆମେ Zee-ଡିଜାଇନ୍ ବକ୍ସ ସର୍ଭେରୁ ଜଣାପଡିଛି ଯେ ବିଜେପିକୁ ୩୧ରୁ ୩୫ଟି ଆସନ, କଂଗ୍ରେସକୁ ୩୩ରୁ ୩୭ଟି ଆସନ, ଆପକୁ ୦ରୁ ୨ଟି ଆସନ ଏବଂ ଅନ୍ୟମାନେ ୦ରୁ ୧ ଆସନ ମିଳିପାରେ ।

ଏହା ବି ପଢ଼ନ୍ତୁ:-ଭାଙ୍ଗି ଯିବ କି ସୋରେନ ସରକାର? ଝାଡ଼ଖଣ୍ଡରେ ସରକାର ଗଠନ ପାଇଁ ବିଜେପିକୁ ଆବଶ୍ୟକ କେବଳ ଏତିକି ବିଧାୟକ

ଏହା ବି ପଢ଼ନ୍ତୁ:-ପୁରୁଷମାନେ କିସମିସ୍ ସହିତ ଏହି ଜିନିଷଟି କରନ୍ତୁ ସେବନ, ମିଳିଥାଏ ଏହି ୫ଟି ଜବରଦସ୍ତ ଲାଭ

ଏହା ବି ପଢ଼ନ୍ତୁ:-ଅଖିଳେଶକୁ ମାତ୍ ଦେବା ପାଇଁ ବିଜେପିର ମାଷ୍ଟର ପ୍ଲାନ! ଜାଣନ୍ତୁ ଏହା ଉପରେ ଦଳ କିପରି କରୁଛି କାମ

ସେହିପରି ରିପବ୍ଲିକ୍- P MARQ ସର୍ଭେକୁ ଦେଖିବା, ତେବେ ବିଜେପି ୩୬ରୁ ୪୨ଟି ଆସନ ପାଇପାରେ । ଅନ୍ୟପକ୍ଷରେ କଂଗ୍ରେସ ୨୫ରୁ ୩୧ଟି ଆସନ ଜିତିପାରେ ଏବଂ AAP କୁ ୦-2 ଆସନ ମିଳିପାରେ ।