Assembly Election 2022 : ବିଜେପି ନେଲା ବଡ଼ ପଦକ୍ଷେପ, ଦଳରୁ ବିଦା ହେଲେ କ୍ୟାବିନେଟ ମନ୍ତ୍ରୀ
Advertisement

Assembly Election 2022 : ବିଜେପି ନେଲା ବଡ଼ ପଦକ୍ଷେପ, ଦଳରୁ ବିଦା ହେଲେ କ୍ୟାବିନେଟ ମନ୍ତ୍ରୀ

ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟ ୟୁନିଟର ଗଣମାଧ୍ୟମ ଦାୟିତ୍ୱରେ ଥିବା ମନଭୀର ସିଂ ଚୌହାନ କହିଛନ୍ତି ଯେ, ରାଜ୍ୟ ସଭାପତି ମଦନ କୌଶିକଙ୍କ ନିର୍ଦ୍ଦେଶରେ ହରକ ସିଂ ରାୱତଙ୍କୁ ଛଅ ବର୍ଷ ଧରି ଦଳରୁ ବହିଷ୍କାର କରାଯାଇଛି। 

ଡିଜାଇନ୍ ଫଟୋ

ଡେରାଡୁନ୍: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟରେ ଏକ ବଡ ତଥା କଠୋର ପଦକ୍ଷେପ ନେଇଛି। ବିଜେପି ବିଧାୟକ ହରକ ସିଂ ରାୱତଙ୍କୁ ଦଳରୁ ବାହାରିବା ବାଟ ଦେଖାଇଛି। ବିଧାୟକ ହରକ ସିଂ ରାୱତଙ୍କୁ ଦଳରୁ ବହିଷ୍କାର କରାଯିବା ନେଇ ସିଏମଓ ଏକ ବିବୃତ୍ତି ଜାରି କରିଛି। ହରାକ ସିଂଙ୍କୁ ଛଅ ବର୍ଷ ପାଇଁ ଦଳରୁ ବିଦା କରାଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ଧାମି ମଧ୍ୟ ତାଙ୍କୁ କ୍ୟାବିନେଟରୁ ବହିଷ୍କାର କରିଛନ୍ତି।

ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟ ୟୁନିଟର ଗଣମାଧ୍ୟମ ଦାୟିତ୍ୱରେ ଥିବା ମନଭୀର ସିଂ ଚୌହାନ କହିଛନ୍ତି ଯେ, ରାଜ୍ୟ ସଭାପତି ମଦନ କୌଶିକଙ୍କ ନିର୍ଦ୍ଦେଶରେ ହରକ ସିଂ ରାୱତଙ୍କୁ ଛଅ ବର୍ଷ ଧରି ଦଳରୁ ବହିଷ୍କାର କରାଯାଇଛି। ସୂତ୍ରାନୁସାରେ, ବିଧାୟକ ହରକ ସିଂ ରାୱତ ରବିବାର ଅପରାହ୍ନରେ ଡେରାଡୁନରୁ ଦିଲ୍ଲୀ ଯାଇଥିଲେ। ଦଳିୟ ଟିକେଟ୍ ବଣ୍ଟାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। 

Also Read: Punjab Election: ପଞ୍ଜାବରେ କଂଗ୍ରେସକୁ ବଡ଼ ଝଟକା, 'ହାତ' ଛାଡି 'ପଦ୍ମ' ଧରିଲେ ପାଞ୍ଚଜଣ ନେତା

ରାଜ୍ୟ ବିଜେପି ମୁଖ୍ୟ ମଦନ କୌଶିକ କହିଛନ୍ତି ଯେ, ଅନିର୍ଦ୍ଦିଷ୍ଟ କାଳ ପାଇଁ ହରକ ସିଂ ରାୱତଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ବହିଷ୍କାର କରାଯାଇଛି। ପାର୍ଟିରେ ଅନୈତିକ କାର୍ଯ୍ୟକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଏହି ସମୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ରାୱତଙ୍କୁ ମନ୍ତ୍ରୀ ପରିଷଦରୁ ବରଖାସ୍ତ କରିଛନ୍ତି। 

ପୌରୀ ଗଡୱାଲ ଜିଲ୍ଲାର କୋଟଦ୍ୱାର ବିଧାନସଭା ଆସନରୁ ବିଧାୟକ ହରକ ସିଂ ରାୱତ ତାଙ୍କ ଆସନ ବଦଳାଇବା ସହିତ ତାଙ୍କ ବୋହୂ ଅନୁକ୍ରାନ୍ତିଙ୍କ ପାଇଁ ବିଜେପି ପକ୍ଷରୁ ଟିକେଟ ମାଗିଥିଲେ। ଯଦି ବିଜେପି ଏହି ପ୍ରସଙ୍ଗରେ ରାଜି ନହୁଏ ତେବେ ସେ କଂଗ୍ରେସରେ ଯୋଗଦେବେ ବୋଲି କଳ୍ପନାଜଳ୍ପନା ଚାଲିଥିଲା। ଯେଉଁଥିପାଇଁ ତାଙ୍କୁ ଦଳରୁ ବାହାର କରାଯାଇଛି। ହରକ ସିଂ ରାୱତ ଅନେକ କଂଗ୍ରେସ ନେତାଙ୍କ ସହ ଯୋଗାଯୋଗରେ ଥିବା କୁହାଯାଇଛି।

Also Read:  ଶିଖ୍ ଓ ଆଫଗାନୀଙ୍କୁ ନାଗରିକତା ଦେବ ପାକିସ୍ତାନ, ହେଲେ ନେବ ଏତିକି ଟଙ୍କା

ସୂଚନାଯୋଗ୍ୟ, ବିଧାୟକ ହରକ ସିଂ ରାୱତ ତାଙ୍କ ବୋହୂ ପାଇଁ ଲାନ୍ସଡାଉନ୍ ଠାରୁ ଟିକେଟ ଚାହୁଁଥିଲେ। ଏହା ସହିତ ନିଜେ କୋଟୱାର୍ ସିଟ୍ ଛାଡି ସେ ଏକ ସୁରକ୍ଷିତ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିଲେ।