Uttar Pradesh Politics: ବିଜୟ ଦାବି କରୁଥିବା ୮୦% ନେତା ବଞ୍ଚାଇ ପାରୁନାହାଁନ୍ତି ଅମାନତ
Advertisement

Uttar Pradesh Politics: ବିଜୟ ଦାବି କରୁଥିବା ୮୦% ନେତା ବଞ୍ଚାଇ ପାରୁନାହାଁନ୍ତି ଅମାନତ

ଗତ ୧୯୮୯ ମସିହା ଠାରୁ ଚଳିତ ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶରେ ଅନୁଷ୍ଠିତ ହୋଇଥିବା ସମସ୍ତ ବିଧାନସଭା ନିର୍ବାଚନ ପରିସଂଖ୍ୟାନକୁ ଯଦି ଦେଖାଯାଏ ତାହେଲେ ନିର୍ବାଚନ ଲଢୁଥିବା ୮୦% ନେତା ସେମାନଙ୍କ ଅମାନତ ରଖିବାକୁ ସକ୍ଷମ ହୋଇନାହାଁନ୍ତି।

Uttar Pradesh Politics: ବିଜୟ ଦାବି କରୁଥିବା ୮୦% ନେତା ବଞ୍ଚାଇ ପାରୁନାହାଁନ୍ତି ଅମାନତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଶେଷ ହୋଇଯାଇଛି ସମସ୍ତ ୭ ପର୍ଯ୍ୟାୟ ଲାଗି ଭୋଟ ଗ୍ରହଣ। ମାର୍ଚ୍ଚ ୧୦ ତାରିଖ ଗୁରୁବାର ପ୍ରକାଶ ପାଇବାକୁ ଯାଉଛି ନିର୍ବାଚନ ଫଳାଫଳ। ଏହି ନିର୍ବାଚନରେ ରାଜ୍ୟରେ କେଉଁ ଦଳ ପାଇବ କେତେ ଆସନ ତାହାର Exit Poll ବିଭିନ୍ନ ଗଣମାଧ୍ୟମ ଏବଂ ସଂସ୍ଥା ପକ୍ଷରୁ ପ୍ରକାଶିତ ହୋଇସାରିଛି। ଏଥର ପୁଣି ଥରେ ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ଯାଉଥିବା ନେଇ Exit Poll ରିପୋର୍ଟ ଦର୍ଶାଇଛି।

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି Exit Poll ଆସିବା ପରେ ପ୍ରତ୍ୟେକ ଦଳ ଏବଂ ଏହାର ଦଳୀୟ ନେତା ସେମାନଙ୍କ ବିଜୟ ଦାବି କରିଆସୁଛନ୍ତି। Exit Poll ପରେ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିଛି। ତଥାପି  ରାଜ୍ୟର ରାଜନୈତିକ ଇତିହାସ ଦର୍ଶାଉଛି ଏପରି ଦାବି କରୁଥିବା ନେତାଙ୍କ ସ୍ଥିତି ସେମାନଙ୍କ ବିଜୟ ସପକ୍ଷରେ ରହିନଥାଏ।   

Also Read: 'ଗରମ ବାହାର କରିବାକୁ କୁହୁଥିବା ନେତାଙ୍କ ବାମ୍ପ ବାହାରି ଗଲାଣି'

ଗତ ୧୯୮୯ ମସିହା ଠାରୁ ଚଳିତ ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶରେ ଅନୁଷ୍ଠିତ ହୋଇଥିବା ସମସ୍ତ ବିଧାନସଭା ନିର୍ବାଚନ ପରିସଂଖ୍ୟାନକୁ ଯଦି ଦେଖାଯାଏ ତାହେଲେ ନିର୍ବାଚନ ଲଢୁଥିବା ୮୦% ନେତା ସେମାନଙ୍କ ଅମାନତ ରଖିବାକୁ ସକ୍ଷମ ହୋଇନାହାଁନ୍ତି। ଅନ୍ୟପଟେ ନିର୍ବାଚନ ଲଢୁଥିବା ୨୦% ପ୍ରତିଶତ ନେତା ଅମାନତ ରକ୍ଷା କରିବାରେ ସକ୍ଷମ ହୋଇଛନ୍ତି। ଚଳିତ ୨୦୨୨ ବିଧାନସଭାରେ ସ୍ଥିତ କ'ଣ ରହିବ ଆସନ୍ତା ଗୁରୁବାର ହେବାକୁ ଯାଉଥିବା ମତ ଗଣନା ସମୟରେ ଚିତ୍ର ସ୍ପଷ୍ଟ ହୋଇଯିବ। 

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନରେ ମୋଟ ୪୪୪୧ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ହେଲେ ଗତ ୨୦୧୭ ନିର୍ବାଚନରେ ଏହି ସଂଖ୍ୟା ଥିଲା ୪୮୫୩ ରହିଥିଲା। ଏଥର ରାଜ୍ୟରେ ଏପରି ୪ ଆସନ ରହିଛି ଯେଉଁଠାରେ ୧୫ ଜଣରୁ ଅଧିକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ନିର୍ବାଚନ ଆୟୋଗ ନିକଟରେ ୫ ହଜାର ଟଙ୍କା ଜଦମା କରିଥାନ୍ତି। ଯାହାକୁ ଅମାନତ ରାଶି (Security Deposit) କୁହାଯାଏ। ଯେତେବେଳେ ଯଦି କୌଣସି ପ୍ରାର୍ଥୀ ସେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଆସନରେ ହୋଇଥିବା ମୋଟ ବୈଧ ଭୋଟର ଏକ-ଷଷ୍ଠାଂଶ ଭାଗ ପାଇଥାନ୍ତି ତାହଲେ ସେତେବେଳେ ସମ୍ପୃକ୍ତ ପ୍ରାର୍ଥୀଙ୍କୁ ସେ ଜମା କରିଥିବା ରାଶି ଫେରାଇ ଦିଆଯାଏ। ତାହେଲେ ଏ କ୍ଷେତ୍ରରେ ସମ୍ପୃକ୍ତ ପ୍ରାର୍ଥୀ ଜଣଙ୍କ ନିଜ ଜମାନତ ରଖିବାରେ ସକ୍ଷମ ହୋଇଛନ୍ତି ବୋଲି କୁହାଯାଏ। ଯଦି ଏହି ପ୍ରାର୍ଥ ଜଣଙ୍କ ଏପରି କରିବାରେ ସକ୍ଷମ ନହୁଅନ୍ତି ଅର୍ଥାତ ସେ ମୋଟ ବୈଧ ଭୋଟର ଏକ-ଷଷ୍ଠାଂଶ ଭାଗ ପାଇବାକୁ ଅସମର୍ଥ ହୋଇଥାନ୍ତି ତାହାଲେ ସେ ଅମାନତ ହରାଇବା ସହ ତାଙ୍କର ଅମାନତ ରାଶି ଜବତ ହୋଇଯାଏ। 

Also Read: UP Election 2022 ଫଳାଫଳ ଆସିବା ପୂର୍ବରୁ ବଡ଼ ଦାବି କଲେ Akhilesh Yadav

ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ଯେତେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି ତାହା ମଧ୍ୟରୁ ୧୯୯୩ ନିର୍ବାଚନରେ ସର୍ବାଧିକ ସଂଖ୍ୟକ ପ୍ରାର୍ଥୀ ସେମାନଙ୍କ ଅମାନତ ହରାଇଥିଲେ। ଏହି ନିର୍ବାଚନରେ ପ୍ରାୟ ୮୮.୯୫% ପ୍ରାର୍ଥୀ ସେମାନଙ୍କ ଅମାନତ ରକ୍ଷା କରିପାରିନଥିଲେ। ସେହି ସମୟରେ ମୋଟ ୯୭୨୬ ଜଣ ପ୍ରାର୍ଥୀ ଏହି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେମାନଙ୍କ ମଧ୍ୟରୁ ୮୬୫୨ ଜଣ ପ୍ରାର୍ଥୀ ସେମାନଙ୍କ ଅମାନତ ହରାଇଥିଲେ। ସେହିଭଳି ୧୯୯୬ ନିର୍ବାଚନରେ ମୋଟ ୪୪୨୯ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୨୪୪ ଜଣ ସେମାନଙ୍କ ଅମାନତ ହରାଇଥିଲେ। 

Also Read: UP Election 2022: Exit Poll ଉପରେ ସହମତ ନୁହଁନ୍ତି RLD ମୁଖ୍ୟ ଜୟନ୍ତ ଚୌଧୁରୀ

ସେହିପରି ୨୦୦୨ ନିର୍ବାଚନରେ ମୋଟ ୫୫୩୩ ଜଣ ପ୍ରାର୍ଥୀ ନିର୍ବାଚନ ଲଢିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୪୨୨ ଅମାନତ ହରାଇଥିଲେ। ସେହିପରି ୨୦୦୭ ନିର୍ବାଚନରେ ମୋଟ ୬୦୮୬ ପ୍ରାର୍ଥୀ ନିର୍ବାଚନ ଲଢିଥିବା ବେଳେ ସେମାନଙ୍କ ମଧ୍ୟରୁ ୫୦୩୪ ଅମାନତ ହରାଇଥିଲେ। ସେହିପରି ୨୦୧୨ ନିର୍ବାଚନରେ ୬୮୩୯ ଜଣ ପ୍ରାର୍ଥୀ ନିର୍ବାଚନ ଲଢିଥିବା ବେଳେ ସେମାନଙ୍କ ମଧ୍ୟରୁ ୫୭୬୦ ଅମାନତ ହରାଇଥିଲେ। ଗତ ୨୦୧୭ ନିର୍ବାଚନରେ ୪୮୩୫ ଜଣ ପ୍ରାର୍ଥୀ ନିର୍ବାଚନ ଲଢିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୭୩୬ ଅମାନତ ହରାଇଥିଲେ।