ଦଳୀୟ ଅଧ୍ୟକ୍ଷଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ପଦ ଛାଡ଼ିଲେ UP RLD ରାଜ୍ୟ ଅଧ୍ୟକ୍ଷ
Advertisement

ଦଳୀୟ ଅଧ୍ୟକ୍ଷଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ପଦ ଛାଡ଼ିଲେ UP RLD ରାଜ୍ୟ ଅଧ୍ୟକ୍ଷ

ବିଧାନସଭା ନିର୍ବାଚନ ପରେ ଆରଏଲଡି଼ ରାଜ୍ୟ ଶାଖା ଅଧ୍ୟକ୍ଷଙ୍କ ଇସ୍ତଫାକୁ ନେଇ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। 

ଦଳୀୟ ଅଧ୍ୟକ୍ଷଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ପଦ ଛାଡ଼ିଲେ UP RLD ରାଜ୍ୟ ଅଧ୍ୟକ୍ଷ

ଲକ୍ଷ୍ନୌ: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବା ସତ୍ତ୍ୱେ ସେପରି କୌଣସି ଆଖିଦୃଶିଆ ସଫଳତା ପାଇନାହିଁ ରାଷ୍ଟ୍ରୀୟ ଲୋକ ଦଳ। ଏହି ନିର୍ବାଚନରେ କାହିଁକି ପରାୟଜ ହେଲା ସେ ନେଇ ଦଳରେ ଚାଲିଛି ମନ୍ଥନ। ହେଲେ ନିର୍ବାଚନରେ ଦଳୀୟ ପରାଜୟ ପାଇଁ ଦଳର ରାଜ୍ୟ ଶାଖା ଅଧ୍ୟକ୍ଷଙ୍କୁ ଦାୟୀ କରାଯାଇଛି।

୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (UP Assembly Election 2022) ଫଳାଫଳ ଆସିଯିବା ପଦରୁ ଇସ୍ତଫା ଦେଇଛନ୍ତି ରାଷ୍ଟ୍ରୀୟ ଲୋକ ଦଳ (Rashtriya Lok Dal) ଆରଏଲଡି଼ ରାଜ୍ୟ ଶାଖା (RLD UP Unit Chief ) ଅଧ୍ୟକ୍ଷ ଡ.ମସୁଦ ଅହମ୍ମଦ (Dr.Masood Ahmad)। ଦଳୀୟ ଅଧ୍ୟକ୍ଷ ପଦ ଛାଡିବା ଅବସରରେ ସେ ଆରଏଲଡି଼ ଅଧ୍ୟକ୍ଷ ଜୟନ୍ତ ଚୌଧୁରୀଙ୍କ (RLD President Jayant Chaudhary) ବିରୋଧରେ ଆଣିଛନ୍ତି ଗୁରୁତର ଅଭିଯୋଗ। ଏନେଇ ସେ କହିଛନ୍ତି ଆରଏଲଡି଼ ଅଧ୍ୟକ୍ଷ ଟଙ୍କା ନେଇ ବିଧାୟକ ଆଶାୟୀ ପ୍ରାର୍ଥୀଙ୍କୁ ଦଳୀୟ ଟିକେଟ ପ୍ରଦାନ କରିଛନ୍ତି।    

Also Read: UP Election 2022: Exit Poll ଉପରେ ସହମତ ନୁହଁନ୍ତି RLD ମୁଖ୍ୟ ଜୟନ୍ତ ଚୌଧୁରୀ

ନିର୍ବାଚନରେ ଟଙ୍କା ନେଇ ବିଧାୟକ ପ୍ରାର୍ଥୀଙ୍କୁ ଦଳୀୟ ଟିକେଟ ବଣ୍ଟନ, ଦଳିତ ଏବଂ ମୁସଲମାନ ସମ୍ପ୍ରଦାୟକୁ ଅଣାଦେଖା କରାଯାଇଥିବା ଅଭିଯୋଗ ଆଣି ଉତ୍ତର ପ୍ରଦେଶ ଆରଏଲଡି଼ ରାଜ୍ୟ ଶାଖା ପଦରୁ ଇସ୍ତଫା ଦେବା ସହ ଦଳ ଛାଡି଼ଛନ୍ତି। ସେ ଆରଏଲଡି଼ ଅଧ୍ୟକ୍ଷ ଜୟନ୍ତ ଚୌଧୁରୀଙ୍କୁ ଏକ ଖୋଲା ଚିଠି ଲେଖି ସବୁ କଥା କହିବା ସହ ଦଳ ଏବଂ ପଦ ଉଭୟ ଛାଡ଼ିଛନ୍ତି।

ବିଧାନସଭା ନିର୍ବାଚନ ପରେ ଆରଏଲଡି଼ ରାଜ୍ୟ ଶାଖା ଅଧ୍ୟକ୍ଷଙ୍କ ଇସ୍ତଫାକୁ ନେଇ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ଏ ପ୍ରସଙ୍ଗରେ ଜବାବ ରଖି ବିଜେପି ମୁଖପାତ୍ର ମନୀଷ ଶୁକ୍ଲା କହିଛନ୍ତି, "ଯଦି ଆପଣ କ୍ଷୀର ଜଗିବା ପାଇଁ ବିଲେଇ ରଖୁଛନ୍ତି ତାହେଲେ  ଆପଣ ଏକ ଭୁଲ ବୁଝାମଣାରେ ଅଛନ୍ତି। ଯେଉଁ ଦଳରେ ପରିବାରବାଦ ରହିଛି ସେଠାରେ ଦଳୀୟ ଗଣତନ୍ତ୍ର ନାହିଁ। ସେହି ଦଳରେ ନିର୍ବାଚନ ସମୟରେ ଟିକେଟ୍ ବିକ୍ରି କରାଯାଇଥାଏ।"

Also Read: UP Election 2022: ଧମକ ପରେ Emotional Video ଜାରି କରି ସଫେଇ ଦେଲା RLD

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସମାଜବାଦୀ ମେଣ୍ଟରେ ସାମିଲ ହୋଇଥିବା ଆରଏଲଡ଼ି ରାଜ୍ୟର ମୋଟ ୪୦୩ ସିଟ୍ ମଧ୍ୟରୁ ୩୩ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଦଳକୁ ଏହି ନିର୍ବାଚନରେ ୮ ସିଟ୍ ମିଳିଛି।