UP MLC Election 2022: ୩୬ ଆସନରେ ମୁହାଁମୁହିଁ ହେବେ BJP-Samajwadi Party
Advertisement

UP MLC Election 2022: ୩୬ ଆସନରେ ମୁହାଁମୁହିଁ ହେବେ BJP-Samajwadi Party

ବିଧାନ ପରିଷଦ ନିର୍ବାଚନ ଲାଗି ମୋଟ ୨ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ।

UP MLC Election 2022: ୩୬ ଆସନରେ ମୁହାଁମୁହିଁ ହେବେ BJP-Samajwadi Party

ଲକ୍ଷ୍ନୌ: ବିଧାନସଭା ପରେ ବିଧାନ ପରିଷଦ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜନୈତିକ ଦଳ। ଉତ୍ତର ପ୍ରଦେଶ ବିଧାନ ପରିଷଦର ୩୬ ଆସନ ଲାଗି ହେବାକୁ ଯାଉଥିବା ନିର୍ବାଚନ ଲାଗି ମାର୍ଚ୍ଚ ୧୫ ତାରିଖ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି ନାମାଙ୍କନ ଦାଖଲ। ଏହି ନିର୍ବାଚନ ପାଇଁ ୯ ଅପ୍ରେଲରେ ମତଦାନ ହେବାକୁ ଯାଉଥିବା ବେଳେ ୧୨ ଅପ୍ରେଲରେ ଏହାର ଫଳାଫଳ ଆସିବ।   

ବର୍ତ୍ତମାନ ଉତ୍ତର ପ୍ରଦେଶ ବିଧାନ ପରିଷଦରେ ବହୁମତ ସମାଜବାଦୀ ପାର୍ଟି ହାତରେ ରହିଛି। ଏହି ଗୃହରେ ଦଳର ୪୮ ଏବଂ ୩୬ ବିଜେପି ସଦସ୍ୟ ଅଛନ୍ତି। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ (UP Assembly Election 2022) ପୂର୍ବରୁ  ସମାଜବାଦୀ ପାର୍ଟିର (Samajwadi Party) ୮ ଏବଂ ଜଣେ ବିଏସପି (BSP) ବିଧାନ ପରିଷଦ ସଦସ୍ୟ (Member of the Legislative Council) ଏମଏଲସି (MLC) ମଧ୍ୟ ବିଜେପି (BJP) ହାତ ଧରି ସାରିଛନ୍ତି। ବିଧାନସଭା (Uttar Pradesh Legislative Assembly) ପରେ ଏବେ ବିଧାନ ପରିଷଦରେ (Uttar Pradesh Legislative Council) ବହୁମତ ହାସଲ କରିବା ଉପରେ ନଜର ରଖିଛି ବିଜେପି। 

ବିଧାନ ପରିଷଦ ନିର୍ବାଚନ ଲାଗି ମୋଟ ୨ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ୩୦ ଆସନ ଲାଗି ୧୫ ମାର୍ଚ୍ଚରୁ ୧୯ ମାର୍ଚ୍ଚ ମଧ୍ୟରେ ନାମାଙ୍କନ ଦାଖଲ କରାଯିବ। ଏହି ପର୍ଯ୍ୟାୟ ପାଇଁ ନାମାଙ୍କନପତ୍ର ଯାଞ୍ଚ ୨୧ ମାର୍ଚ୍ଚରେ ଅନୁଷ୍ଠିତ ହେବ ଏବଂ ୨୩ ମାର୍ଚ୍ଚ ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର କରିବାକୁ ଅନୁମତି ଦିଆଯିବ। ୯ ଅପ୍ରେଲରେ ମତଦାନ ଅନୁଷ୍ଠିତ ହେବ। 

Also Read: ବିଧାନସଭା ପରେ ବିଧାନ ପରିଷଦ ନିର୍ବାଚନରେ ମୁହାଁମୁହିଁ ହେବେ BJP-Samajwadi Party

ଦ୍ୱିତୀୟ ପର୍ଯ୍ୟାୟରେ ୬ ଆସନ ଲାଗି ୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ନାମାଙ୍କନ ଦାଖଲ। ଏହି ପର୍ଯ୍ୟାୟ ପାଇଁ ନାମାଙ୍କନପତ୍ର ଯାଞ୍ଚ ୨୩ ମାର୍ଚ୍ଚରେ ଅନୁଷ୍ଠିତ ହେବ ଏବଂ ୨୫ ମାର୍ଚ୍ଚ ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର କରିବାକୁ ଅନୁମତି ଦିଆଯିବ। ୧୨  ଅପ୍ରେଲରେ ମତଦାନ ଅନୁଷ୍ଠିତ ହେବ। 

ମୋଟ ୧୦୦ ସଦସ୍ୟ ବିଶିଷ୍ଟ ଉତ୍ତର ପ୍ରଦେଶ ବିଧାନ ପରିଷଦରେ ସ୍ଥାନୀୟ ସ୍ୱାୟତ୍ତ ଶାସିତ ସଂସ୍ଥା ଲାଗି ୩୫ ଆସନ ସଂରକ୍ଷିତ ରହିଛି। ମାତ୍ର ଏଟା-ମଥୁରା-ମୈନପୁରୀ କ୍ଷେତ୍ର ଲାଗି ୨ ଜଣ ବିଧାନ ପରିଷଦ ସଦସ୍ୟ ନିର୍ବାଚିତ ହୋଇଥାନ୍ତି। ଏପରି ଭାବେ ମୋଟ ୩୫ ଆସନ ଲାଗି ୩୬ ଜଣ ସଦସ୍ୟ ବିଧାନ ପରିଷଦକୁ ନିର୍ବାଚିତ ହୋଇଥାନ୍ତି। ଏହି ନିର୍ବାଚନ ବିଧାନସଭା ଅଧିବେଶନ ପୂର୍ବରୁ କିମ୍ବା ପରେ ଅନୁଷ୍ଠିତ ହୋଇଥାଏ। ୭ ମାର୍ଚ୍ଚରେ ବିଧାନସଭା କାର୍ଯ୍ୟକାଳ ଶେଷ ହେଉଥିବାରୁ ଏଥର ନିର୍ବାଚନ ଆୟୋଗ ଏହାକୁ ବିଧାନସଭା ଅଧିବେଶନ ମଧ୍ୟଭାଗରେ ଘୋଷଣା କରିଛନ୍ତି। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଧାନ ପରିଷଦ ପରିଷଦ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। 

ବିଧାନସଭା ପରେ ବିଧାନ ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବା ଉପରେ ନିଷ୍ପତ୍ତି ନେଇଛି ବିଜେପି। ନିର୍ବାଚନ ବିଜେପି ହାତ ଧରିଥିବା କିଛି ସମାଜବାଦୀ ପାର୍ଟି ପରିଷଦ ସଦସ୍ୟଙ୍କୁ ପୁଣି ଥରେ ଟିକେଟ୍ ମିଳୁଥିବା ବେଳେ ଅଧିକାଂଶ ଆସନରେ ଦଳୀୟ ନେତାଙ୍କୁ ପ୍ରାର୍ଥୀ କରାଯିବ। ମୋଟ ୧୦ ଆସନରେ ବିଜେପି ଏହାର ପୁନର୍ବାର ମୈଦାନକୁ ଓହ୍ଲାଇପାରେ। 

Also Read: UP MLC ନିର୍ବାଚନକୁ ନେଇ ବଡ଼ ଘୋଷଣା କଲା ବିଜେପି

ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ପୁରୁଣା ଚେହେରା ଅପେକ୍ଷା ନବାଗତାଙ୍କୁ ଅଗ୍ରାଧିକାର ଦେଉଥିବା ଜଣାଯାଇଛି। ଦଳ ବର୍ତ୍ତମାନର ପରିଷଦ ସଦସ୍ୟଙ୍କୁ ହଟାଇପାରେ। ବିଧାନସଭା ନିର୍ବାଚନରେ ଖୁବ କମ ଭୋଟ ବ୍ୟବଧାନରେ ହାରିଥିବା ପ୍ରାର୍ଥୀଙ୍କୁ ଦଳ ବିଧାନ ପରିଷଦ ନିର୍ବାଚନ ଲଢାଇପାରେ ବୋଲି ଚର୍ଚ୍ଚା ହେଉଛି।