UP Election 2022: ମୁସଲିମ ପ୍ରାର୍ଥୀଙ୍କୁ ଜିତାଇ ରେକର୍ଡ ରଚିଲା ସମାଜବାଦୀ ମେଣ୍ଟ
Advertisement

UP Election 2022: ମୁସଲିମ ପ୍ରାର୍ଥୀଙ୍କୁ ଜିତାଇ ରେକର୍ଡ ରଚିଲା ସମାଜବାଦୀ ମେଣ୍ଟ

ସମସ୍ତ ନିର୍ବାଚିତ ମୁସଲିମ ବିଧାୟକ ସମାଜବାଦୀ ମେଣ୍ଟରେ ସାମିଲ ରହିଥିବା ଅଂଶୀଦାର ଦଳର ପ୍ରାର୍ଥୀ ବୋଲି ଜଣାପଡ଼ିଛି।

UP Election 2022: ମୁସଲିମ ପ୍ରାର୍ଥୀଙ୍କୁ ଜିତାଇ ରେକର୍ଡ ରଚିଲା ସମାଜବାଦୀ ମେଣ୍ଟ

ଲକ୍ଷ୍ନୌ: ପ୍ରକାଶ ପାଇସାରିଛି ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ। ଗତ ୨୦୧୭ ବିଧାନସଭା ନିର୍ବାଚନ ଅପେକ୍ଷା ଏଥର ମୁସଲମାନ ବିଧାୟକଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି। ଗତ ଥର ତୁଳନାରେ ଚଳିତ ଥର ୧୦% ଅଧିକ ମୁସଲିମ୍ ପ୍ରାର୍ଥୀ ନିର୍ବାଚନ ଜିତିଛନ୍ତି। ଏଥର ନିର୍ବାଚନରେ ବାଜିମାତ କରିଥିବା ମୋଟ ମୁସଲମାନ ବିଧାୟକଙ୍କ ସଂଖ୍ୟା ହେଉଛି ୩୪। ସମସ୍ତ ନିର୍ବାଚିତ ମୁସଲିମ ବିଧାୟକ ସମାଜବାଦୀ ମେଣ୍ଟରେ ସାମିଲ ରହିଥିବା ଅଂଶୀଦାର ଦଳର ପ୍ରାର୍ଥୀ ବୋଲି ଜଣାପଡ଼ିଛି।

ଗତ ୨୦୧୭ ନିର୍ବାଚନରେ ଉତ୍ତର ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ୨୪ ମୁସଲିମ ବିଧାୟକ। ହେଲେ ଏଥର ସେମାନଙ୍କ ସଂଖ୍ୟା ୩୪ ରହିଛି। ନିର୍ବାଚନ ଆୟୋଗ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ ସମାଜବାଦୀ ପାର୍ଟି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଥିବା ନେତା ହେଉଛନ୍ତି ଅମରୋହା ଆସନରୁ ମହବୁବ ଅଲ୍ଲୀ, ବହେଡ଼ି ଆସନରପୁ ଉତା ହର ରେହମାନ୍, ବେହଟ ଆସନରୁ ଉମର ଅଲୀ ଖାନ, ଭଦୋହୀ ଆସନରୁ ଜାହିଦ, ଭୋଜିପୁରା ଆସନରୁ ଶହଜିଲ ଇସଲାମ, ବିଲାରୀ ଆସନରୁ ମୋହମ୍ମଦ ଫହୀମ, ଚମରୌଆ ଆସନରୁ ନସୀର ଅହମ୍ମଦ, ଗୋପାଳପୁର ଆସନରୁ ନଫୀସ ଅହମ୍ମଦ, ଇସୌଲୀ ଆସନରୁ ମୋଦମ୍ମଦ ତାହିର ଖାନ୍, କୈରାନା ଆସନରୁ ନାହିଦ ହାସନ, କାନପୁର କ୍ୟାଣ୍ଟ  ଆସନରୁ ମୋହମ୍ମଦ ହସନ, କାଣ୍ଠ ଆସନରୁ କମାଲ ଅଖତର, କିଠୌର ଆସନରୁ ଶାହିଦ ମଞ୍ଜୁର, କୁନ୍ଦରକି ଆସନରୁ ଜିୟା ଉର ରେହମାନ, ଲକ୍ଷ୍ନୌ ପଶ୍ଚିମ ଆସନରୁ ଅରମାନ ଖାନ, ମଟେରା ଆସନରୁ ମାରିୟା, ମେରଠ ଆସନରୁ ରଫିକ ଅନସାରୀ, ମୋହମ୍ମଦବାଦ ଆସନରୁ ସୁହେବ ଓର୍ଫ ମନ୍ନୁ ଅନସାରୀ, ମୁରାଦାବାଦ ଗ୍ରାମୀଣ ଆସନରୁ ମୋହମ୍ମଦ ନାସିର, ନଜୀବାବାଦ ଆସନରୁ ତସ୍ଲୀମ ଅହମ୍ମଦ, ନିଜାମାବାଦ ଆସନରୁ ଅଲମ ବଦୀ, ପଟିୟାଲି ଆସନରୁ ନାଦିରା ସୁଲତାନ, ରାମ ନଗର ଆସନରୁ ଫରୀଦ ମହଫୁଜ କିଦୱାଇ, ରାମପୁର ଆସନରୁ ଆଜମ ଖାନ୍, ସମ୍ଭଲ ଆସନରୁ ଇକବାଲ ମହମୁଦ, ସିକନ୍ଦରପୁର ଆସନରୁ ଜିୟା ଉଦ୍ଦିନ ରିଜଭୀ, ସୀସାମଉ ଆସନରୁ ହାଜୀ ଇରଫାନ ସୋଲାଙ୍କି, ସ୍ୱାର୍ ଆସନରୁ ଅବଦୁଲ୍ଲା ଆଜମ ଖାନ୍, ଠାକୁରଦ୍ୱାର ଆସନରୁ ନବାବ ଜାନ, ଡୁମରିୟାଗଞ୍ଜ ଆସନରୁ ସୈୟଦା ଖାତୁନ, ସହାରନପୁର ଆସନରୁ ଆଶୁ ମଲ୍ଲିକ।    

ସେହିପରି ମଉ ଆସନରୁ ସୁହଲଦେବ ଭାରତୀୟ ସମାଜବାଦୀ ପାର୍ଟି ପକ୍ଷରୁ ନିର୍ବାଚନ ଲଢୁଥିବା ମାଫିଆ ମୁଖତାର ଅନସାରୀର ପୁଅ ଅବ୍ବାସ ଅନସାରୀ, ସିୱାଲଖାସ ଆସନରୁ ଗୁଲାମ ମୋହମ୍ମଦ ଏବଂ ଥାନା ଭବନ ଆସନରୁ ଅଶରଫ ଅଲ୍ଲୀ ରାଷ୍ଟ୍ରୀୟ ଲୋକ ଦଳ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। 

Also Read: UP Election Result 2022: ମୁସଲିମ ବହୁଳ ନିର୍ବାଚନମଣ୍ଡଳୀରେ କିଏ ମାରିଲା ବାଜି?

ଏଥର ଯେତିକି ସଂଖ୍ୟକ ମୁସଲିମ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ସେମାନେ ସମସ୍ତେ ସମାଜବାଦୀ ମେଣ୍ଟରେ ସାମିଲ ରହିଥିବା ରାଷ୍ଟ୍ରୀୟ ଲୋକ ଦଳ, ସମାଜବାଦୀ ପାର୍ଟି ଏବଂ ସୁହଲଦେବ ଭାରତୀୟ ସମାଜବାଦୀ ପାର୍ଟି ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ। ଅନ୍ୟପଟେ ବିଏସପି, ଏଆଇଏମଆଇଏମ ଭଳି ମଧ୍ୟ ବହୁ ସଂଖ୍ୟାରେ ମୁସଲମାନ ପ୍ରାର୍ଥୀ କରିଥିଲେ ହେଲେ ସେମାନଙ୍କ ମଧ୍ୟରୁ ଜଣେ କେହି ନିର୍ବାଚନ ଜିତିବାରେ ସଫଳ ହୋଇନାହାଁନ୍ତି।

ସେହିପରି ବିଜେପି ନେତୃତ୍ୱାଧିନ ମେଣ୍ଟସହଯୋଗୀ ଦଳ ଅପନା ଦଳ ସୋନେଲାଲ ପକ୍ଷରୁ ରାଜ୍ୟର ସ୍ୱାର ଆସନରୁ ନିର୍ବାଚନ ଲଢୁଥିବା ହୈଦର ଅଲ୍ଲୀ ଖାନଙ୍କୁ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମ ପ୍ରାୟ ୬୧ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। 

Also Read: UP Election 2022 Result: ମୁସଲିମ ବହୁଳ ଅଞ୍ଚଳରେ SP ତୁଳନାରେ BJP ପଲ୍ଲା ଭାରୀ

ଗତଥର ଅପେକ୍ଷା ଏଥର ଅଧିକ ମୁସଲମାନ ପ୍ରାର୍ଥୀ ଜିତିଛନ୍ତି। ଏହା ପଛରେ କେଉଁ କାରଣ ରହିଛି ତାହା ଜଣାପଡ଼ିଛି। ଯେଉଁ ଦଳର ଭୋଟ୍ ବ୍ୟାଙ୍କ ଶକ୍ତିଶାଳୀ ହୋଇଥାଏ ସେହି ଦଳର ମୁସଲିମ ପ୍ରାର୍ଥୀ ନିର୍ବାଚନ ​​ଜିତିଥାନ୍ତି। କେବଳ ମୁସଲମାନ ମତଦାତାଙ୍କ ସମର୍ଥନ ବଳରେ ମୁସଲିମ୍ ପ୍ରାର୍ଥୀ ନିର୍ବାଚନ ଜିତିପାରିବେ ନାହିଁ। ବରଂ କୌଣସି ଦଳ ପକ୍ଷରୁ ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ମୁସଲିମ ପ୍ରାର୍ଥୀଙ୍କୁ ସେ ଲଢୁଥିବା ଦଳର ଭୋଟ୍ ବ୍ୟାଙ୍କ ଦରକାର। ସମାଜବାଦୀ ପାର୍ଟି ଦଳର ମୂଳ ଭୋଟ ବ୍ୟାଙ୍କ ହେଉଛି ଯାଦବ-ମୁସଲମାନ। ଯଦି କୌଣସ ମୁସଲମାନ ମତଦାତା ପ୍ରାଧାନ୍ୟ ଆସନରେ ସମାଜବାଦୀ ପାର୍ଟି ପକ୍ଷରୁ ଯାଦବ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିନ୍ତି ତାହେଲେ ମୁସଲିମ-ଯାଦବ ମିଳିତ ମେଣ୍ଟ ମାଧ୍ୟମରେ ନିର୍ବାଚନରେ ​​ଜିତିଥାନ୍ତି।

ଏଥର ବିଧାନସଭା ନିର୍ବାଚନରେ ​​ବିଏସପି ଏହାର ମୂଳ ଭୋଟ ବ୍ୟାଙ୍କ ଦଳିତ ବର୍ଗ ସମ୍ପୂର୍ଣ୍ଣ ରୂପେ ଦଳ ସପକ୍ଷରେ ନେବାରେ ସଫଳ ହୋଇନାହିଁ। ବିଏସପି ପକ୍ଷରୁ ନିର୍ବାଚନ ଲଢୁଥିବା ମୁସଲିମ ପ୍ରାର୍ଥୀ ବିଜେତା ପ୍ରାର୍ଥୀ ନୁହଁନ୍ତି। ଯାହାର ଫଳସ୍ୱରୂପ ମୁସଲିମ ଭୋଟ ପାଇବାରେ ବିଏସପି ସଫଳ ହୋଇନାହିଁ। ଅନ୍ୟପଟେ ଏଥର ମୁସଲିମ ମତଦାତା ଏକଜୁଟ ହୋଇ କେବଳ ସମାଜବାଦୀ ପାର୍ଟି ଉଦ୍ଦେଶ୍ୟରେ ଭୋଟ୍ ଦେଇଛନ୍ତି। କାରଣ ସେମାନେ ଅନୁଭବ କରିଛନ୍ତି ଯେ ଯଦି ବିଜେପି ଭଳି ଦଳକୁ ନିର୍ବାଚନରେ ପରାସ୍ତ କରିବାର କ୍ଷମତା କେବଳ କେବଳ ସମାଜବାଦୀ ମେଣ୍ଟ ପାଖରେ ରହିଛି। 

ଉତ୍ତର ପ୍ରଦେଶ ଭଳି ଜନବହୁଳ ରାଜ୍ୟରେ କଂଗ୍ରେସ ଦଳର କୌଣସି ଭୋଟ ବ୍ୟାଙ୍କ ନାହିଁ। ଯାହାର ଫଳ ସ୍ୱରୂପ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢୁଥିବା ମୁସଲିମ ପ୍ରାର୍ଥୀଙ୍କ ଜିତିବାର କୌଣସି ସମ୍ଭାବନା ନଥିଲା।  

Also Read: UP Election 2022: ମୁସଲିମ ମତଦାତାଙ୍କ ହାତରେ ରହିଛି ଦ୍ୱିତୀୟ ପର୍ଯ୍ୟାୟ ଚାବି; କିଏ ମାରିବ ବାଜି?

ଅନ୍ୟପଟେ ମୁସଲମାନ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଥିବା ନେଇ ଦାବି କରୁଥିବା ଏଆଇଏମଆଇଏମ ଗୋଟିଏ ହେଲେ ଆସନ ଜିତିବାକୁ ସକ୍ଷମ ହୋଇନାହିଁ। ଏହାର କାରଣ ହେଉଛି ଉତ୍ତର ପ୍ରଦେଶର ବସବାସ କରୁଥିବା ମୁସଲମାନ ଏକଥା ଜାଣିଛନ୍ତି ଯେ କେବଳ ମୁସଲିମ ଭୋଟ ଆଧାରରେ କୌଣସି ଦଳ ନିର୍ବାଚନ ଜିତିପାରିବ ନାହିଁ। ଯେଉଁ କାରଣରୁ ସେମାନେ ଏଆଇଏମଆଇଏମ ଭଳି ଦଳକୁ ସମର୍ଥନ କରିନଥିଲେ। ଏବଂ ତାଙ୍କ ଦଳର ପ୍ରାର୍ଥୀଙ୍କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିଥିଲେ। ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କ ରାଲିରେ ଯଦିଓ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଥିଲା ମାତ୍ର ଏହା ଭୋଟରେ ପରିଣତ ହୋଇପାରିନଥିଲା। ଯାହାର ଫଳସ୍ୱରୂପ ଏଆଇଏମଆଇଏମ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କେବଳ ୦.୪୯% ପ୍ରତିଶତ ଭୋଟ ପାଇଥିଲା।