UP Election 2022 : ଭୋଟ ପୂର୍ବରୁ ଦଳଡିଆଁ SP ନେତାଙ୍କ ଭିଡିଓ ଭାଇରାଲ୍
Advertisement

UP Election 2022 : ଭୋଟ ପୂର୍ବରୁ ଦଳଡିଆଁ SP ନେତାଙ୍କ ଭିଡିଓ ଭାଇରାଲ୍

ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଅନେକ ନେତା ନିଜ ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେଇଛନ୍ତି ଏବଂ ବର୍ତ୍ତମାନ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଉତ୍ତର ପ୍ରଦେଶର ଆଗ୍ରା ନେତା ମଧୁସୂଦନ ଶର୍ମା ମଧ୍ୟ ବିଏସପି ଛାଡି ଏସପିରେ ଯୋଗ ଦେଇଛନ୍ତି। 

ଡିଜାଇନ୍ ଫଟୋ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ରାଜନୈତିକ ମାହୋଲ ସରଗରମ ହୋଇଛି। ଦଳ ଡିଆଁରେ ବ୍ରେକ ଲାଗିବା ପରେ ଏବେ ନେତାମାନେ ପରସ୍ପର ଉପରେ କାଦୁଅ ଫିଙ୍ଗାଫିଙ୍ଗି ଆରମ୍ଭ କରିଦେଇଛନ୍ତି। ତଥାପି କିଛି ନେତାଙ୍କ ତୁଣ୍ଡରୁ ପୁରୁଣା ଦଳ ପ୍ରିତି ଶବ୍ଦ ସଦୃଶ୍ୟ ବାହାରି ପଡୁଛି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ପାଲିଟିଛନ୍ତି ଆଗ୍ରାର ସମାଜବାଦୀ ପ୍ରାର୍ଥୀ ମଧୁସୂଦନ ଶର୍ମା।

ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଅନେକ ନେତା ନିଜ ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେଇଛନ୍ତି ଏବଂ ବର୍ତ୍ତମାନ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଉତ୍ତର ପ୍ରଦେଶର ଆଗ୍ରା ନେତା ମଧୁସୂଦନ ଶର୍ମା ମଧ୍ୟ ବିଏସପି ଛାଡି ଏସପିରେ ଯୋଗ ଦେଇଛନ୍ତି। ବର୍ତ୍ତମାନ ତାଙ୍କୁ ଏସପି ଟିକେଟ ମଧ୍ୟ ଦେଇଛି। କିନ୍ତୁ ନିର୍ବାଚନ ପ୍ରଚାର ସମୟରେ ସେ ବାଉଳା ହୋଇଯାଇଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Also Read: ଅଭାବୀର ଅଭାବନୀୟ ଦୃଶ୍ୟ; ମୂଲଚାଲ୍ କରି ଦିନକର ଶିଶୁକୁ ବିକି ଦେଲା ବାପା

ପ୍ରଥମେ ମଧୁସୂଦନ ଶର୍ମା, ମାୟାବତୀଙ୍କ ବିଏସପିରେ ଥିଲେ, ତା’ପରେ ସେ ଇସ୍ତଫା ଦେଇ ଏସପିରେ ଯୋଗ ଦେଇଥିଲେ। ପୂର୍ବତନ ବିଧାୟକ ତଥା ଏସପି ପ୍ରାର୍ଥୀ ମଧୁସୂଦନ ଶର୍ମା ଆଗ୍ରାର ବିଧାନସଭା ଅଞ୍ଚଳର ଏକ ଗାଁରେ ପହଞ୍ଚି ଲୋକଙ୍କଠାରୁ ଭୋଟ୍ ମାଗିଥିଲେ। ଏଠାରେ ଏସପି ପ୍ରାର୍ଥୀ ମଧୁସୂଦନ କର୍ମୀଙ୍କ ସହ ଗ୍ରାମବାସୀଙ୍କୁ ସମ୍ବୋଧିତ କରୁଥିବାବେଳେ ସେ ସାଇକେଲ ବଦଳରେ ହାତୀ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଥିଲେ।

fallback

ମଧୁସୂଦନ ଶର୍ମା ଲୋକମାନଙ୍କୁ ସମ୍ବୋଧିତ କରି କହିଥିଲେ, "ମୁଁ ଆପଣମାନଙ୍କୁ ଆବେଦନ କରିବାକୁ ଆସିଛି। ଆପଣମାନେ ଫେବୃଆରୀ ୧୦ରେ ହେବାକୁ ଥିବା ନିର୍ବାଚନରେ ​​ହାତୀ ବଟନ୍ ଉପରେ ଦବାଇବେ।" ଏହା ପରେ ସେଠାରେ ଠିଆ ହୋଇଥିବା କର୍ମୀମାନେ ତାଙ୍କୁ ବାଧା ଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେତେବେଳକୁ ଏସପି ପ୍ରାର୍ଥୀଙ୍କ ଏହି ଭୁଲ କ୍ୟାମେରାରେ ଧରାପଡିଯାଇଥିଲା।

Also Read: ଧର୍ମ ସଂସଦରେ 'ବାପୁ'ଙ୍କ ଉପରେ ବିବାଦୀୟ ଟିପ୍ପଣୀ, ନେତାଜୀଙ୍କୁ କହିଲେ...

ଭିଡିଓ ଭାଇରାଲ ହେବାପରେ ଏସପି କର୍ମୀମାନେ ଦାବି କରିଛନ୍ତି ଯେ, ଏହି ଭିଡିଓ ଏଡିଟ୍ ହୋଇଛି। ମଧୁସୂଦନ ନିଜେ ମଧ୍ୟ ଏହି ଭିଡିଓକୁ ଅସ୍ୱୀକାର କରି କହିଛନ୍ତି ଯେ, ବିରୋଧୀମାନେ ମୋର ଲୋକପ୍ରିୟତା ଏବଂ ସମର୍ଥନକୁ ନେଇ ଭୟଭୀତ ଅଛନ୍ତି। ଏସପିର ବିରୋଧୀ ଦଳର ଲୋକମାନେ ଏହି ଭିଡିଓକୁ ଏଡିଟ୍ କରି ଭାଇରାଲ କରୁଛନ୍ତି। ମୁଁ ଏହି ଭିଡିଓର ସତ୍ୟତାକୁ ଖଣ୍ଡନ କରୁଛି। ଭାଇରାଲ ଭିଡିଓକୁ ଦେଖି ସାଧାରଣ ଲୋକ ମଧ୍ୟ ସେମାନଙ୍କର ପ୍ରତିକ୍ରିୟା ଦେଉଛନ୍ତି।