Shocking News: ବୈଠକରୁ ବାହାର କରିବା ପରେ ତାତିଉଠିଲେ ଆପ କର୍ପୋରେଟର, କଲେ ଏପରି କାମ
Advertisement

Shocking News: ବୈଠକରୁ ବାହାର କରିବା ପରେ ତାତିଉଠିଲେ ଆପ କର୍ପୋରେଟର, କଲେ ଏପରି କାମ

AAP Corporator: ନଗର ନିଗମ ବୈଠକରୁ ବାହାର କରି ଦିଆଯିବା ପରେ ଜଣେ ମହିଳା ସୁରକ୍ଷା କର୍ମୀଙ୍କୁ କାମୁଡ଼ି ଦେଇଛନ୍ତି ଆପ୍  କର୍ପୋରେଟର। 

Shocking News: ବୈଠକରୁ ବାହାର କରିବା ପରେ ତାତିଉଠିଲେ ଆପ କର୍ପୋରେଟର, କଲେ ଏପରି କାମ

Surat News: ବୈଠକରୁ ବାହାର କରିଦେବା ପରେ ତାତିଉଠିଛନ୍ତି ଜଣେ ମହିଳା ଆପ କର୍ପୋରେଟର। ବୈଠକରୁ ବାହାର କରିବା ପରେ ସେ ଯେଉଁ କାରାନାମା କରିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆମ ଆଦମୀ ପାର୍ଟିର ଜଣେ ମହିଳା କର୍ପୋରେଟର ଜଣେ ସୁରକ୍ଷା କର୍ମୀଙ୍କୁ କାମୁଡ଼ି ଦେଇଛନ୍ତି। ସୁରକ୍ଷାକର୍ମୀଙ୍କ ଏକମାତ୍ର ଭୁଲ ହେଉଛି ସେ ସୁରଟ ମେୟର ହେମାଲି ବୋଘାୱାଲାଙ୍କ ନିର୍ଦ୍ଦେଶ ପାଳନ କରିବା। ସୁରକ୍ଷାକର୍ମୀଙ୍କୁ କାମୁଡ଼ି ପକାଇଥିବା ଆପ୍ କାଉନସିଲରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୁଜୁରାଟ ସୁରଟ ଅଞ୍ଚଳରେ ଘଟିଯାଇଛି  ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା। 

ସୁରଟ ନଗର ନିଗମ ବୈଠକ (Surat Municipal Corporation Meeting) ବେଳେ ଆମ୍ ଆଦମୀ ପାର୍ଟି (Aam Aadmi Party) କର୍ପୋରେଟର ସେଜଲ ମାଲବୀୟ (AAP Corporator Sejal Malaviya) ଜଣେ ମହିଳା ସୁରକ୍ଷା କର୍ମୀଙ୍କୁ (Women Security Guard) କାମୁଡ଼ି ଦେଇଥିଲେ। ଏହି ବୈଠକରେ ବିରୋଧ ପ୍ରଦର୍ଶନ କରିବା କାରଣରୁ ତାଙ୍କୁ ବୈଠକରୁ ବାହାର କରି ଦିଆଯାଇଥିଲା। ଆପ୍ କର୍ପୋରେଟରଙ୍କ ଦ୍ୱାରା କରାଯାଇଥିବା କାମକୁ ବିଜେପି ସମାଲୋଚନା କରିଛି।

ମହିଳା ସୁରକ୍ଷା କର୍ମୀଙ୍କୁ କାମୁଡ଼ିବା ଘଟଣା ଶୁକ୍ରବାର ଘଟିଥିଲା। ​​ଯେତେବେଳେ ବିଜେପି ନେତା ଅମିତ ରାଜପୁତ ଦିଲ୍ଲୀ ସରକାରଙ୍କ ପୂର୍ବତନ ସାମାଜିକ ନ୍ୟାୟ ମନ୍ତ୍ରୀ (Former Delhi Minister) ରାଜେନ୍ଦ୍ର ପାଲ ଗୌତମଙ୍କ (Rajendra Pal Gautam) ସହ ଜଡ଼ିତ ବିବାଦୀୟ ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ, ବୈଠକରେ ଉପସ୍ଥିତ ରହିଥିବା ଆପ୍ କର୍ପୋରେଟର ଏହାକୁ ବିରୋଧ କରିଥିଲେ। ଯାହାକୁ ନେଇ ବୈଠକ ବେଳେ ହୋଇଥିଲା ଜୋରଦାର ହଙ୍ଗମା।

Also Read: Delhi Politics: ପ୍ରଶ୍ନ ଶୁଣି ପଳାୟନ କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଜାଣନ୍ତୁ କାରଣ

ଏହା ପରେ ହଙ୍ଗାମାକୁ ଦୃଷ୍ଟିରେ ରଖି ସୁରଟ ମେୟର ହେମାଲି ବୋଘାୱାଲା (Surat Mayor Hemali Boghawala) ଆପ୍ କର୍ପୋରେଟର ମହେଶ ଅଙ୍ଗନଙ୍କୁ (AAP Corporator Mahesh Angan) ବୈଠକରୁ ନିଲମ୍ବନ କରିଥିଲେ। ପରେ ସୁରକ୍ଷା କର୍ମୀଙ୍କୁ ଆମ୍ ଆଦମୀ ପାର୍ଟିର ସମସ୍ତ କର୍ପୋରେଟରଙ୍କୁ ବାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ସମୟରେ ଆପ୍ କର୍ପୋରେଟର ସେଜଲ ମାଲବୀୟ ସୁରକ୍ଷାକର୍ମୀଙ୍କୁ କାମୁଡି ଦେଇଥିଲେ।

ବିଜେପି ନେତା ଅମିତ ରାଜପୁତ ଆପ କର୍ପୋରେଟରଙ୍କ ଦ୍ୱାରା  ଜଣେ ମହିଳା ସୁରକ୍ଷାକର୍ମୀଙ୍କୁ ଦାନ୍ତରେ କାମୁଡ଼ିବା ଘଟଣାକୁ ନିନ୍ଦା କରିଛନ୍ତି। ଏନେଇ କହିଛନ୍ତି ଯେ ଆପ କର୍ପୋରେଟର ସେଜାଲ ମାଲବୀୟ ମହିଳା ସୁରକ୍ଷା କର୍ମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ।

ଏହା ପ୍ରଥମ ପାଇଁ ହୋଇନାହିଁ। ଯେତେବେଳେ ଆମ୍ ଆଦମୀ ପାର୍ଟିର କୌଣସି ଜନପ୍ରତିନିଧି ଏଭଳି କାରନାମା ପାଇଁ ଚର୍ଚ୍ଚାକୁ ଆସିଛନ୍ତିଷ। ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ (Delhi Chief Minister) ତଥା ଆପ୍ ସଂଯୋଜକ (AAP Convennor) ଅରବିନ୍ଦ କେଜ୍ରିୱାଲ (Arvind Kejriwal) ଏକ ବୈଠକରେ ଯୋଗ ଦେବା ଅବସରରେ କିଛି ନ କହି ଚାଲି ଯାଉଥିବାର ଦେଖିବାକୁ ମିଳିଥିଲା। ଏହି ବୈଠକରେ ବିଜେପି ନେତା କୁଲଜିତ ଚହଲ ତାଙ୍କ ନିର୍ବାଚନମଣ୍ଡଳୀରେ ଅବସ୍ଥିତ ବିଦ୍ୟାଳୟର ବିକାଶ ପାଇଁ ଦିଲ୍ଲୀ ସରକାର ଦେଇଥିବା ଦାବି ଉପରେ ତାଙ୍କୁ ପ୍ରଶ୍ନ କରିଥିଲେ। ହେଲେ ବିଜେପି ନେତାଙ୍କ ପ୍ରଶ୍ନ ଶୁଣିବା ପରେ ଏହାର ଜବାବ ଦେବା ପରିବର୍ତ୍ତେ ବୈଠକ ଛାଡ଼ି ପଳାୟନ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ।