ଆକ୍ସନ ମୁଡରେ ସୋନିଆ: ୫ ରାଜ୍ୟର କଂଗ୍ରେସ ଅଧ୍ୟକ୍ଷଙ୍କୁ ମାଗିଲେ ଇସ୍ତଫା
Advertisement

ଆକ୍ସନ ମୁଡରେ ସୋନିଆ: ୫ ରାଜ୍ୟର କଂଗ୍ରେସ ଅଧ୍ୟକ୍ଷଙ୍କୁ ମାଗିଲେ ଇସ୍ତଫା

ଚଳିତ ବର୍ଷ ଦେଶରେ ୫ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ହୋଇଥିବା ଦଳୀୟ ପରାଜୟ ପରେ ଏବେ ସମୀକ୍ଷା କରିବାରେ ବ୍ୟସ୍ତ ଅଛି କଂଗ୍ରେସ। 

ଆକ୍ସନ ମୁଡରେ ସୋନିଆ: ୫ ରାଜ୍ୟର କଂଗ୍ରେସ ଅଧ୍ୟକ୍ଷଙ୍କୁ ମାଗିଲେ ଇସ୍ତଫା

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶରେ ୫ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ହୋଇଥିବା ଦଳୀୟ ପରାଜୟ ପରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର, ଗୋଆ, ପଞ୍ଜାବ ପ୍ରଭୃତି ୫ ରାଜ୍ୟରେ କଂଗ୍ରେସ ସଭାପତିଙ୍କୁ ଇସ୍ତଫା ମାଗିଛନ୍ତି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି। 
 
୨୦୨୨ ବିଧାନସଭା ନିର୍ବାଚନରେ ହୋଇଥିବା ଦଳୀୟ ପରାଜୟ ପରେ ଉତ୍ତର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ ଲଲ୍ଲୁ, ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ, ଉତ୍ତରାଖଣ୍ଡ ଅଧ୍ୟକ୍ଷ ଗଣେଶ ଗୋଦିୟାଲ, ଗୋଆ କଂଗ୍ରେସ ଅଧ୍ୟକ୍ଷ ଗିରିଶ ଚୌଡ଼ନକର ଏବଂ ମଣିପୁର କଂଗ୍ରେସ ଅଧ୍ୟକ୍ଷ ଏନ. ଲୋକେନ ସିଂହଙ୍କ ଇସ୍ତଫା ମାଗିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି।  

ଚଳିତ ବର୍ଷ ଦେଶରେ ୫ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ହୋଇଥିବା ଦଳୀୟ ପରାଜୟ ପରେ ଏବେ ସମୀକ୍ଷା କରିବାରେ ବ୍ୟସ୍ତ ଅଛି କଂଗ୍ରେସ। ହେଲେ ଏହା ମଧ୍ୟରେ ଦଳର କିଛି ନେତା ଗାନ୍ଧୀ ପରିବାର ଏବଂ କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଉଛନ୍ତି। ଗତ ରବିବାର ଆୟୋଜିତ ହୋଇଥିବା କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଯୋଗ ଦେଇଥିବା ନେତା ଗାନ୍ଧୀ ପରିବାରର ନେତୃତ୍ୱ ଉପରେ ପୁନର୍ବାର ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ସୋନିଆ ଗାନ୍ଧୀ ଦଳର ଅଧ୍ୟକ୍ଷ ପଦ ବଜାୟ ରଖିବେ ବୋଲି ନିଷ୍ପତ୍ତି ନିଆଯାଇଛି। 

Also Read: 'ଗାନ୍ଧୀ ପରିବାର ହାତରେ ନେତୃତ୍ୱ ରହିଲେ ବର୍ବାଦ ହୋଇଯିବ କଂଗ୍ରେସ'

ଦଳର ସ୍ୱାର୍ଥ ଲାଗି ଆମେ କୌଣସି ପ୍ରକାର ତ୍ୟାଗ କରିବାକୁ ପ୍ରସ୍ତୁତ ରହିଛୁ। ଗତ ରବିବାର ଆୟୋଜିତ ହୋଇଥିବା କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଯୋଗ ଦେବା ଅବସରରେ ଏପରି ପ୍ରତିକ୍ରିୟା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଚଳିତ ବର୍ଷ ଅନୁଷ୍ଠିତ ୫ ରାଜ୍ୟର ବିଧାନସଭା ନିର୍ବାଚନରେ ହୋଇଥିବା ଦଳୀୟ ପରାଜୟ ପଛରେ କେଉଁ କାରଣ ରହିଛି ତାହା ଉପରେ ଏହି ବୈଠକରେ ବିସ୍ତୃତ ଚର୍ଚ୍ଚା ହୋଇଛି।   

ଦଳୀୟ ସ୍ୱାର୍ଥ ପାଇଁ ଆମେ କୌଣସି ପ୍ରକାର ବଳିଦାନ ପାଇଁ ପ୍ରସ୍ତୁତ ଅଛୁ। ଦଳର ଏହି ଅବସ୍ଥା ପାଇଁ ଗାନ୍ଧୀ ପରିବାର ଅନେକାଂଶରେ ଦାୟୀ ବୋଲି କୁହାଯାଉଛି। ଯଦି ଏପରି ହୋଇଥାଏ ତାହେଲେ ମୁଁ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଦଳର କୌଣସି ପଦବୀରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛୁ। ରବିବାର ଆୟୋଜିତ ହୋଇଥିବା କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଯୋଗ ଦେବା ଅବସରରେ ଏପରି ପ୍ରତିକ୍ରିୟା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ।

ମାତ୍ର ଏହି ବୈଠକରେ ଯୋଗ ଦେଇଥିବା କଂଗ୍ରେସ ନେତା ପୁଣି ଥରେ ଗାନ୍ଧୀ ପରିବାରର ନେତୃତ୍ୱ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ଦଳୀୟ ସାଙ୍ଗଠନିକ ନିର୍ବାଚନ ଶେଷ ନହେବା ପର୍ଯ୍ୟନ୍ତ ଦଳର ଅଧ୍ୟକ୍ଷ ପଦ ବଜାୟ ରଖିବାକୁ ପୁନର୍ବାର ସୋନିଆ ଗାନ୍ଧୀଙ୍କୁ ଅନୁରୋଧ କରିଛନ୍ତି।  

Also Read: 'ଦଳୀୟ ସ୍ୱାର୍ଥ ପାଇଁ ମୁଁ, ରାହୁଲ, ପ୍ରିୟଙ୍କା ପଦ ଛାଡିବାକୁ ପ୍ରସ୍ତୁତ'

ଦଳକୁ ମଜବୁତ କରିବା ପାଇଁ ଆବଶ୍ୟକୀୟ ପରିବର୍ତ୍ତନ ଆଣିବାକୁ ଏବଂ ସଂଶୋଧନ ପଦକ୍ଷେପ ନେବାକୁ ସୋନିଆ ଗାନ୍ଧୀଙ୍କୁ କହିଛନ୍ତି କଂଗ୍ରେସ କାର୍ଯ୍ୟକାରୀ ବୈଠକରେ ଯୋଗ ଦେବା ଦଳୀୟ ନେତା। ପ୍ରାୟ ସାଢେ ୪ ଘଣ୍ଟା ଧରି ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂସଦର ବଜେଟ୍ ଅଧିବେଶନ ପରେ ତୁରନ୍ତ ଏକ ଚିନ୍ତନ ଶିବିର ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ଯେଉଁଥିରେ ଭବିଷ୍ୟତର ରଣନୀତି ସ୍ଥିର ହେବ।  

ସୋନିଆ ଗାନ୍ଧୀ ଏହି ବୟାନ ପରେ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଯୋଗ ଦେଇଥିବା କଂଗ୍ରେସ ନେତା ସର୍ବସମ୍ମତି କ୍ରମେ ଗାନ୍ଧୀ ପରିବାରର ନେତୃତ୍ୱ ଉପରେ ପୁନର୍ବାର ବିଶ୍ୱାସ ପ୍ରକାଶ କରିଛନ୍ତି। ଦଳୀୟ ସାଙ୍ଗଠନିକ ନିର୍ବାଚନ ଶେଷ ନହେବା ପର୍ଯ୍ୟନ୍ତ ଦଳର ଅଧ୍ୟକ୍ଷ ପଦ ବଜାୟ ରଖିବାକୁ ପୁନର୍ବାର ତାଙ୍କୁ ଅନୁରୋଧ କରିଛନ୍ତି।  

ଏହି ବୈଠକ ପରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେୱାଲା କହିଛନ୍ତି ଚଳିତ ବର୍ଷ ଅନୁଷ୍ଠିତ ୫ ରାଜ୍ୟର ବିଧାନସଭା ନିର୍ବାଚନରେ ହୋଇଥିବା ଦଳୀୟ ପରାଜୟ ପଛରେ କେଉଁ କାରଣ ରହିଛି ତାହାର ଏକ ବିସ୍ତୃତ ରିପୋର୍ଟ ଦଳୀୟ ନିର୍ବାଚନ ପର୍ଯ୍ୟବେକ୍ଷକ ଉପସ୍ଥାପନ କରିଛନ୍ତି। ଯେଉଁଥିରେ ପରାଜୟର କାରଣ ବାବଦରେ ଦର୍ଶାଯାଇଛି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ଯେତେବେଳେ ସେ ଉତ୍ତରପ୍ରଦେଶର ଦାୟିତ୍ୱ ଗ୍ରହଣ କଲେ ସେତେବେଳେ ଏଠାରେ ଦଳୀୟ ସଙ୍ଗଠନର ଅସ୍ଥିତ୍ୱ ନଥିଲା। ହେଲେ ସେ ନେଇଥିବା ପଦକ୍ଷେପ ଭବିଷ୍ୟତରେ ଫଳପ୍ରଦ ଦେବ। ପଞ୍ଜାବ କଂଗ୍ରେସ ପର୍ଯ୍ୟବେକ୍ଷକ ହରିଶ ଚୌଧରୀ କହିଛନ୍ତି ଯେ ଏଟାରେ ନେତୃତ୍ୱ ପରିବର୍ତ୍ତନ ଏବଂ ଆଭ୍ୟନ୍ତରୀଣ କଳହ ହେତୁ ଦଳ ନିର୍ବାଚନରେ ପରାଜୟ ବରଣ କରିଛି।

Also Read: Assembly Election 2022: କଂଗ୍ରେସ ନେତୃତ୍ୱ ଉପରେ ପୁଣି ଉଠିଲା ପ୍ରଶ୍ନ

ଏହି ବୈଠକରେ ଯୋଗ ଦେଇଥିବା G-23 ଗୋଷ୍ଠୀର କେତେକ ନେତା କହିଛନ୍ତି ଯେ ଦଳକୁ ମଜବୁତ କରିବା ପାଇଁ ସେମାନେ ସଂଶୋଧନ ପଦକ୍ଷେପ ଗ୍ରହଣ କରନ୍ତୁ। ହେଲେ ଦଳର କିଛି ନେତା ଖାସ୍ କରି ଯେଉଁମାନେ G-23 ଗୋଷ୍ଠୀ ସହ ଜଡିତ ସେମାମେ ଗାନ୍ଧୀ ପରିବାରର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ଗୋଷ୍ଠୀରେ ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା ଏବଂ ମୁକୁଲ ୱାସନିକଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତା ଅନ୍ତର୍ଭୁକ୍ତ ଅଛନ୍ତି।

G-23 ଗୋଷ୍ଠୀରେ ସାମିଲ ଥିବା ବରିଷ୍ଠ ନେତା କପିଲ ଶିବଲ ମଙ୍ଗଳବାର ଦିନ ରଖିଛନ୍ତି ଏକ ବିସ୍ଫୋରକ ବୟାନ। ଏନେଇ ସେ କହିଛନ୍ତି ଦଳୀୟ ନେତୃତ୍ବ ଦାୟିତ୍ୱରୁ ଗାନ୍ଧୀ ପରିବାର ଅଲଗା ହେବା ଦରକାର। ବର୍ତ୍ତମାନ ସମୟରେ ଦଳର ନେତୃତ୍ବରୁ ଗାନ୍ଧୀ ପରିବାର ହଟିବା ଆବଶ୍ୟକ। ଦଳୀୟ ନେତୃତ୍ବ ଦାୟିତ୍ୱ ଦଳର ଅନ୍ୟ କୌଣସି ନେତାଙ୍କୁ ପ୍ରଦାନ କରିବା ଦରକାର।  

ଦଳର ନେତୃତ୍ୱ ବର୍ତ୍ତମାନ କୌଣସି ଅପହଞ୍ଚ ଜାଗାରେ ପଡି଼ରହିଛି। ଏପରିକି ନିର୍ବାଚନରେ ଦଳ କାହିଁକି ପରାଜୟ ବରଣ କରିଛି ତାହାର କାରଣ ଜାଣିନାହାଁନ୍ତି ଦଲୀୟ ନେତୃତ୍ବ। ସର୍ବଭାରତୀୟ ସ୍ତରରେ କଂଗ୍ରେସ କାର୍ଯ୍ୟକାରୀ କମିଟି 
ଦଳର ନେତୃତ୍ୱ ନେଇଥାଏ। ଦେଶରେ କୋଣ ଅନୁକୋଣରେ ଅନେକ କଂଗ୍ରେସ ନେତା ଅଛନ୍ତି। ସବୁକୁ ନଜରରେ ରଖି ଆମକୁ କାମ କରିବା ଆବଶ୍ୟକ। କଂଗ୍ରେସ ଦଳର କ୍ଷମତା କିଛି ଲୋକଙ୍କ ପାଖରେ ସୀମିତ ନରହି ସମସ୍ତଙ୍କ ପାଖରେ ପହଁଞ୍ଚୁ। ଆମକୁ ପରିବାରବାଦ କଂଗ୍ରେସ ଦରକାର ନାହିଁ ସମସ୍ତଙ୍କ କଂଗ୍ରେସ ଦରକାର ବୋଲି କହିଛନ୍ତି କପିଲ ଶିବଲ।