ମତେ ଏହି ନିଷ୍ଠୁର ପଦବୀରୁ ମୁକ୍ତ କରନ୍ତୁ: ରାଜସ୍ଥାନ କ୍ରୀଡ଼ା ମନ୍ତ୍ରୀ
Advertisement

ମତେ ଏହି ନିଷ୍ଠୁର ପଦବୀରୁ ମୁକ୍ତ କରନ୍ତୁ: ରାଜସ୍ଥାନ କ୍ରୀଡ଼ା ମନ୍ତ୍ରୀ

ଗୁରୁବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ (Ashok Gehlot) ଙ୍କୁ ସମ୍ବୋଧିତ କରି କ୍ରୀଡା ମନ୍ତ୍ରୀ ଅଶୋକ ଚାନ୍ଦନା (Ashok Chandna) ଟୁଇଟ୍ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, 'ମାନ୍ୟବର ମୁଖ୍ୟମନ୍ତ୍ରୀ, ମୋର ଏହି ନିଷ୍ଠୁର ମନ୍ତ୍ରୀ ପଦରୁ ମୋତେ ମୁକ୍ତ କରିବାକୁ ଏବଂ ମୋର ସମସ୍ତ ବିଭାଗର ଦାୟିତ୍ୱ କୁଲଦୀପ ରାଙ୍କାଙ୍କୁ..

ସୌ- ସୋସିଆଲ ମିଡିଆ

ଜୟପୁର: ଆରମ୍ଭରୁ ରାଜସ୍ଥାନର ଅଶୋକ ଗେହଲୋଟ୍ ସରକାରରେ କେଁ ରହିଛି। ନେତା ଓ କର୍ମୀଙ୍କ ପରେ ଏବେ ମନ୍ତ୍ରୀ ତାଙ୍କ ସରକାର ବିରୋଧରେ ଏକ ମୋର୍ଚ୍ଚା ଖୋଲୁଛନ୍ତି। ରାଜସ୍ଥାନ କ୍ରୀଡ଼ା ମନ୍ତ୍ରୀ ଅଶୋକ ଚାନ୍ଦନା, ମୁଖ୍ୟମନ୍ତ୍ରୀଙ୍କ ବରିଷ୍ଠ ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରିକି ତାଙ୍କୁ ମନ୍ତ୍ରୀ ପଦରୁ ମୁକ୍ତ କରିବାକୁ ସେ ଅନୁରୋଧ କରିଛନ୍ତି।

ଗୁରୁବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ (Ashok Gehlot) ଙ୍କୁ ସମ୍ବୋଧିତ କରି କ୍ରୀଡା ମନ୍ତ୍ରୀ ଅଶୋକ ଚାନ୍ଦନା (Ashok Chandna) ଟୁଇଟ୍ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, 'ମାନ୍ୟବର ମୁଖ୍ୟମନ୍ତ୍ରୀ, ମୋର ଏହି ନିଷ୍ଠୁର ମନ୍ତ୍ରୀ ପଦରୁ ମୋତେ ମୁକ୍ତ କରିବାକୁ ଏବଂ ମୋର ସମସ୍ତ ବିଭାଗର ଦାୟିତ୍ୱ କୁଲଦୀପ ରାଙ୍କାଙ୍କୁ ଦେବାକୁ ମୋର ବ୍ୟକ୍ତିଗତ ଅନୁରୋଧ, କାରଣ ସେ ସେମିତିରେ ବି ସମସ୍ତ ବିଭାଗର ମନ୍ତ୍ରୀ ଅଟନ୍ତି। ଧନ୍ୟବାଦ!' ତେବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପ୍ରତି ଏହା କ୍ରୀଡା ମନ୍ତ୍ରୀଙ୍କ କ୍ରୋଧ ନା ଆଶଙ୍କା, ତାହାକୁ ନେଇ ରାଜନୈତିକ ମାହୋଲରେ ଚର୍ଚ୍ଚା ଚାଲିଛି।

Also Read: Thyagraj Stadium dog walk case : IAS ଦମ୍ପତିଙ୍କ ବିରୁଦ୍ଧରେ ନିଆଗଲା ଏମିତି କାର୍ଯ୍ୟାନୁଷ୍ଠାନ

କୁଲଦୀପ ରାଙ୍କା (Kuldeep Ranka) ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ମୁଖ୍ୟ ସଚିବ ଅଟନ୍ତି। ଗତ ସପ୍ତାହରେ ଶାସକ କଂଗ୍ରେସ ବିଧାୟକ ତଥା ଯୁବ କଂଗ୍ରେସ ରାଜ୍ୟ ସଭାପତି ଗଣେଶ ଘୋଗ୍ରା ତାଙ୍କ ଇସ୍ତଫା ପତ୍ରକୁ କେବଳ ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କ ନିକଟକୁ ପଠାଇଥିଲଲେ। ଡୁଙ୍ଗରପୁର ଜିଲ୍ଲାରେ ହିଂସା ସୃଷ୍ଟି ପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ବିଧାୟକ ଏହି ପଦକ୍ଷେପ ନେଇଥିଲେ। ଏହି ମାମଲା ଶାନ୍ତ ନ ହେଉଣୁ ଅଶୋକ ଚାନ୍ଦନାଙ୍କ ଟ୍ୱିଟ ସାମନାକୁ ଆସିଛି। ଅଶୋକ ଚାନ୍ଦନା ରାଜସ୍ଥାନ ସରକାରରେ କ୍ରୀଡା ଓ ଯୁବ ବ୍ୟାପାର, କୌଶଳ ବିକାଶ, ଉଦ୍ୟୋଗ ଓ ପ୍ରାକୃତିକ ବିପର୍ଯୟ ମୁକାବିଲା ମନ୍ତ୍ରୀ ଅଛନ୍ତି।

 

କ୍ରୀଡ଼ା ମନ୍ତ୍ରୀ ଅଶୋକ ଚାନ୍ଦନାଙ୍କ ଟ୍ୱିଟ ପରେ ବିଜେପି ରାଜ୍ୟ ସଭାପତି ଡକ୍ଟର ସତୀଶ ପୁନିଆ ଟ୍ୱିଟରରେ ଉତ୍ତର ଦେଇ ଲେଖିଛନ୍ତି ଯେ, ଜାହାଜଟି ବୁଡ଼ି ଯାଉଛି। ୨୦୨୩ ପାଇଁ ଟ୍ରେଣ୍ଡ ଆସିବା ଆରମ୍ଭ କରିଛି। ପୁନିଆ କହିଛନ୍ତି ଯେ, ଏହା ଅଶୋକ ଗେହଲୋଟ୍ ସରକାରଙ୍କ ଶାସନ ଏବଂ ପାର୍ଟି ହାଇକମାଣ୍ଡର ଦୁର୍ବଳତାର ଏକ ଉଦାହରଣ। ଏହା ସରକାରଙ୍କ ଉପରେ ଅମଲାତନ୍ତ୍ରର ପ୍ରଭାବକୁ ମଧ୍ୟ ଦର୍ଶାଉଛି। AAPର ଜାତୀୟ ଯୁଗ୍ମ ସଚିବ ଆଶୁତୋଷ ଏସ ସେଙ୍ଗାର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଜୀ, ଆପଣ ସରକାର ଚଲାଇ ପାରିବେ ନାହିଁ, ଗୋଟିଏ କାମ କରନ୍ତୁ ଡ୍ରିମ-୧୧ରେ ଟିମ ତିଆରି କରନ୍ତୁ।

Also Read: ବିଧାନସଭାରେ ବିରୋଧି ଦଳ ନେତାଙ୍କ ବୟାନକୁ ନେଇ ବ୍ୟଥିତ ଉପମୁଖ୍ୟମନ୍ତ୍ରୀ

ସୂଚନାଯୋଗ୍ୟ, ଆସନ୍ତା ମାସରେ ରାଜସ୍ଥାନର ରାଜ୍ୟସଭା (Rajya Sabha) ର ୪ଟି ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ କଂଗ୍ରେସ ଏକଜୁଟ ହେବାକୁ ଚେଷ୍ଟା କରୁଛି। କଂଗ୍ରେସ ରାଜ୍ୟ ସଭାପତି ଗୋବିନ୍ଦ ସିଂ କହିଛନ୍ତି ଯେ କଂଗ୍ରେସ ଏକ ଏବଂ ଏକଜୁଟ ଅଛି। ଆମ ଦଳ ରାଜ୍ୟସଭାରେ ୪ଟି ଆସନ ମଧ୍ୟରୁ ୩ଟି ଜିତିବ। ରାଜ୍ୟସଭା ନିର୍ବାଚନ ପରେ ଆସନ୍ତା ବର୍ଷ ଡିସେମ୍ବର ପୂର୍ବରୁ ରାଜଧାନରେ ବିଧାନସଭା ନିର୍ବାଚନ ହେବ। ତେଣୁ ଏଭଳି ପରିସ୍ଥିତରେ ଦଳିୟ ନେତାଙ୍କ ଅସନ୍ତୁଷ୍ଟି କଂଗ୍ରେସକୁ ଅଡୁଆରେ ପକାଇବ ବୋଲି ଚର୍ଚ୍ଚା ହେଉଛି।