Rajasthan: Congress ଦେଲା iPhone; ନେବାକୁ ମନା କଲା BJP
Advertisement

Rajasthan: Congress ଦେଲା iPhone; ନେବାକୁ ମନା କଲା BJP

iPhone ବଣ୍ଟାଯିବା ପ୍ରସଙ୍ଗରେ କୁହାଯାଇଛି ବିଧାନସଭାକୁ କାଗଜ ବିହୀନ ଏବଂ ବିଧାୟକଙ୍କୁ 'Hi-Tech' କରିବାକୁ ଉଦ୍ୟମ କରାଯାଉଛି।

Rajasthan: Congress ଦେଲା iPhone; ନେବାକୁ ମନା କଲା BJP

ଜୟପୁର: ବିଧାୟକଙ୍କୁ iPhone ପ୍ରଦାନ କରିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ରାଜସ୍ଥାନରେ କ୍ଷମତାସୀନ ଶାସକ କଂଗ୍ରେସ ଏବଂ ବିରୋଧି ବିଜେପି। ବିଧାନସଭାକୁ କାଗଜ ବିହୀନ କରିବା ଉଦ୍ଦେଶ୍ୟରେ ରାଜ୍ୟର ସମସ୍ତ ୨୦୦ ବିଧାୟକଙ୍କୁ iPhone ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ ସରକାର। ମାତ୍ର iPhone ନେବାକୁ ମନା କରିଦେଇଛି ବିରୋଧି ବିଜେପି।

ଏନେଇ ବିରୋଧି ଦଳ ବିଜେପି ପକ୍ଷରୁ କୁହାଯାଇଛି ରାଜ୍ୟ ଉପରେ ଆର୍ଥିକ ବୋଝ ବଢୁଥିବାରୁ ଦଳୀୟ ବିଧାୟକ ରାଜ୍ୟରେ କ୍ଷମତାସୀନ ଶାସକ କଂଗ୍ରେସ ଦ୍ୱାରା ବଣ୍ଟନ କରାଯାଉଥିବା iPhone ଫେରସ୍ତ କରିବେ। ଗତ ବର୍ଷ  ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ରାଜ୍ୟ ବଜେଟ୍ ଉପସ୍ଥାପନ କରିବା ଅବସରରେ ରାଜ୍ୟର ସମସ୍ତ ୨୦୦ ବିଧାୟକଙ୍କୁ Apple iPad ବଣ୍ଟନ କରିଥିଲେ। ମୁଖ୍ୟମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିବା ପରେ ଗୃହକୁ ଦିନସାରା ସ୍ଥଗିତ ରଖାଯାଇଥିଲା ଏବଂ ଗୃହରୁ ବାହାରିବାବେଳେ ସମସ୍ତ ବିଧାୟକଙ୍କୁ iPhone-13 ବଣ୍ଟନ କରାଯାଇଥିଲା। ଯାହାର ମୂଲ୍ୟ ୭୦ ହଜାର ଟଙ୍କାରୁ ଅଧିକ।

iPhone ବଣ୍ଟାଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଶାସକ ଦଳ କଂଗ୍ରେସ ପକ୍ଷରୁ କୁହାଯାଇଛି ବିଧାନସଭାକୁ କାଗଜ ବିହୀନ ଏବଂ ବିଧାୟକଙ୍କୁ 'Hi-Tech' କରିବାକୁ ଉଦ୍ୟମ କରାଯାଉଛି। ଜଳ ବିଭାଗ ମନ୍ତ୍ରୀ ମହେଶ ଯୋଶୀ କହିଛନ୍ତି ବ୍ୟବସ୍ଥାକୁ କାଗଜହୀନ କରିବା ଏବଂ ବିଧାୟକଙ୍କୁ 'Hi-Tech' କରିବା ପାଇଁ Smart Phone ଦିଆଯାଇଛି। ହେଲେ ବିରୋଧୀ ବିଜେପି କଂଗ୍ରେସ ସରକାରଙ୍କ ଉପହାର ଫେରସ୍ତ କରିବାକୁ ନିଷ୍ପତ୍ତି ନେଇଛି। ମୋଟ ୨୦୦ ସଦସ୍ୟ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ ୭୧ ଜଣ ବିଜେପି ବିଧାୟକ ଅଛନ୍ତି।    

Also Read: ଯୁଦ୍ଧ ଉପରେ ବୟାନ ରଖି ବିବାଦରେ କଂଗ୍ରେସ ନେତା; ଜବାବ ରଖିଲା BJP

ରାଜସ୍ଥାନ ବିଜେପି ସଭାପତି ସତୀଶ ପୁନିଆ ଟ୍ୱିଟ କରି କହିଛନ୍ତି ବିରୋଧି ଦଳ ନେତା ଗୁଲାବ ଚନ୍ଦ କାଟାରିଆ, ବିରୋଧି ଦଳ ଉପ ନେତା ରାଜେନ୍ଦ୍ର ରାଠୋଡ଼଼ ଏବଂ ଦଳୀୟ ବିଧାୟକଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ଯେ ରାଜ୍ୟ ଉପରେ ବଢୁଥିବା ଆର୍ଥିକ ବୋଝକୁ ଦୃଷ୍ଟିରେ ରଖି ବିଜେପି ବିଧାୟକ କଂଗ୍ରେସ ସରକାର ଦେଇଥିବା iPhone ଫେରସ୍ତ କରିବେ।

ଏନେଇ ମତ ରଖି ପୂର୍ବତନ ମନ୍ତ୍ରୀ ତଥା ବିଜେପି ବିଧାୟକ ବାସୁଦେବ ଦେବନାନୀ ବିଧାନସଭାକୁ କାଗଜ ବିହୀନ କରିବା ଏବଂ ବିଧାୟକଙ୍କୁ 'Hi-Tech' କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ ମାତ୍ର ଏଥିପାଇଁ ରାଜ୍ୟ ରାଜକୋଷରୁ ବେଶ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିବା ଠିକ୍ ନୁହେଁ ଯେତେବେଳେ ରାଜ୍ୟ ଉପରେ ଆର୍ଥିକ ବୋଝ ବଢିବାର ଲାଗିଛି। 

ଚଳିତ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଫେବୃଆରୀ ୨୩ ତାରିଖରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ ରାଜ୍ୟ ବଜେଟ ଉପସ୍ଥାପନ କରାଯିବା ଅବସରରେ ପ୍ରତ୍ୟେକ ଥର ପରି ବିଧାୟକଙ୍କୁ ଦାମୀ ଉପହାର ପ୍ରଦାନ କରାଯାଇଥିଲା। ବଜେଟ୍ ଉପସ୍ଥାପନା ପରେ ରାଜ୍ୟର ସମସ୍ତ ୨୦୦ ବିଧାୟକଙ୍କୁ Apple iPhone-13 ଦିଆଯାଇଥିଲା। ବିଧାୟକଙ୍କୁ ପ୍ରାୟ ୭୫ ହଜାରରୁ ୧ ଲକ୍ଷ ଟଙ୍କାର ମୂଲ୍ୟ ପର୍ଯ୍ୟନ୍ତ iPhone-13 ଦିଆଯାଇଛି।

ନିକଟରେ ରାଜସ୍ଥାନ ସରକାର ୨୫୦ iPhone-13 କିଣିଛନ୍ତି। ସେଥିମଧ୍ୟରୁ ୨୦୦ iPhone-13 ବିଧାୟକଙ୍କୁ ଦିଆଯାଇଛି। ଏହିହି ଫୋନ୍ ବିଧାୟକଙ୍କୁ ଦିଆଯିବା ପୂର୍ବରୁ ବିଧାନସଭା ଆପ୍ () ମଧ୍ୟ ଅପଗ୍ରେଡ୍ କରାଯାଇଛି। ଏହା ପ୍ରଥମ ଘଟଣା ନୁହେଁ ଯେ ରାଜ୍ୟ ସରକାର ବିଧାୟକଙ୍କୁ ଏତେ ମହଙ୍ଗା ଉପହାର ଦେଉଛନ୍ତି। ଏହାପୂର୍ବରୁ ବଜେଟ୍ ସମୟରେ ବିଧାୟକଙ୍କୁ ଅନେକ ମହଙ୍ଗା ଉପହାର ଦିଆଯାଇ ସରିଛି।

Also Read: ମହିଳାଙ୍କ ଉପରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରାଜସ୍ଥାନ ଶିକ୍ଷାମନ୍ତ୍ରୀ

ଗତ ୨୦୨୧-୨୨ ଆର୍ଥିକ ବର୍ଷର ବିଧାନସଭାରେ ଉପସ୍ଥାପିତ ହେବା ପରେ ବିଧାୟକଙ୍କୁ Apple iPad ଦିଆଯାଇଥିଲା। ଏହା ପୂର୍ବରୁ ଲ୍ୟାପଟପ୍ ମଧ୍ୟ ଦିଆଯାଇଥିଲା। ଏପରିକି ବିଧାୟକଙ୍କ ଲାଗି ନୂତନ ବାସଭବନ ମଧ୍ୟ ନିର୍ମାଣ କରାଯାଉଛି। ରାଜଧାନୀ ଜୟପୁରସ୍ଥିତ ମାନସରୋଭବର ଠାରେ ବିଧାୟକଙ୍କୁ ଫ୍ଲାଟ ଦିଆଯାଇଛି। ଯାହାକୁ ବହୁତ ରିହାତି ମୂଲ୍ୟରେ ଯୋଗାଇ ଦିଆଯାଇଛି।