'ଆପଣ ୱାୟନାଡରୁ ମଧ୍ୟ ହାରିବେ, ଆସନ୍ତୁ ହାଇଦ୍ରାବାଦରୁ ନିଜ ଭାଗ୍ୟ ପରୀକ୍ଷା କରନ୍ତୁ', ରାହୁଲଙ୍କୁ ଓୱେସୀଙ୍କ ଚ୍ୟାଲେଞ୍ଜ
Advertisement

'ଆପଣ ୱାୟନାଡରୁ ମଧ୍ୟ ହାରିବେ, ଆସନ୍ତୁ ହାଇଦ୍ରାବାଦରୁ ନିଜ ଭାଗ୍ୟ ପରୀକ୍ଷା କରନ୍ତୁ', ରାହୁଲଙ୍କୁ ଓୱେସୀଙ୍କ ଚ୍ୟାଲେଞ୍ଜ

ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପରେ କଂଗ୍ରେସ (Congress) ରେ ଝଡ଼ ସୃଷ୍ଟି ହୋଇଛି । ଦଳରେ ସଂଗଠନର ନେତୃତ୍ୱକୁ ନେଇ ଦୁଇଟି ଗୋଷ୍ଠୀ ଦେଖାଦେଇଛି । ଗୋଟିଏ ଗୋଷ୍ଠୀ ଦଳର ନେତୃତ୍ୱ ଯଥା ସୋନିଆ ଗାନ୍ଧୀ (Sonia Gandhi), ରାହୁଲ ଗାନ୍ଧୀ (Rahul Gandhi) ଏବଂ ପ୍ରିୟଙ୍କା ଗାନ୍ଧୀ (Priyanka Gandhi Vadra) ସହିତ ଛିଡ଼ା ହୋଇଛି । ଅନ୍ୟପଟେ ଅନ୍ୟ ଏକ ଗୋଷ୍ଠୀ ଚାହୁଁଛି ଯେ କଂଗ୍ରେସ ଗାନ୍ଧୀ ପରିବାର (Gandhi Family) ରୁ ମୁକ୍ତ ହେବା ଉଚିତ ଓ ଦଳର ନେତୃତ୍ୱ ବର୍ତ୍ତମାନ ଜଣେ ଅଣ-କଂଗ୍ରେସୀଙ୍କ ହାତରେ ଯିବା ଆବଶ୍ୟକ ।

'ଆପଣ ୱାୟନାଡରୁ ମଧ୍ୟ ହାରିବେ, ଆସନ୍ତୁ ହାଇଦ୍ରାବାଦରୁ ନିଜ ଭାଗ୍ୟ ପରୀକ୍ଷା କରନ୍ତୁ', ରାହୁଲଙ୍କୁ ଓୱେସୀଙ୍କ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଆଗାମୀ ବର୍ଷ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ (Telangana Assemblye Election 2023) ହେବାର ଅଛି । ଏହା ପୂର୍ବରୁ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ (Congress Leader Rahul Gandhi) ଆଜିକାଲି ତେଲେଙ୍ଗାନା ଗସ୍ତରେ ଅଛନ୍ତି । ଏହି ସମୟରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ (Former Congress President) ୱାରଙ୍ଗାଲରେ କହିଥିଲେ ଯେ, ତେଲେଙ୍ଗାନାରେ ଲଢ଼େଇ କେବଳ କଂଗ୍ରେସ (Congress) ଓ ଟିଆରଏସ (TRS) ମଧ୍ୟରେ ରହିଛି । ୱାୟନାଡ ସାଂସଦ (Wayanad MP) କାହା ନାମ ନନେଇ ଉଭୟ ଓୱେସୀ ଓ ବିଜେପି (BJP) କୁ ଟାର୍ଗେଟ କରିଥିଲେ । 

ଯାହା ପରେ ବର୍ତ୍ତମାନ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ (AIMIM Chief Asaduddin Owaisi) ରାହୁଲ ଗାନ୍ଧୀଙ୍କ (Rahul Gandhi) ତେଲେଙ୍ଗାନା ଗସ୍ତକୁ ନେଇ ଟାର୍ଗେଟ କରିଛନ୍ତି । ଏହାସହ ସେ ରାହୁଲଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି ଯେ, "ବର୍ତ୍ତମାନ ଆପଣ ତ ୱାୟାନାଡରୁ ମଧ୍ୟ ହାରିବେ, ଆସନ୍ତୁ ହାଇଦ୍ରାବାଦରୁ ଆପଣ ନିଜ ଭାଗ୍ୟ ପରୀକ୍ଷା କରନ୍ତୁ । ଆପଣ ମେଦକରୁ ମଧ୍ୟ ନିର୍ବାଚନ ଲଢ଼ିପାରିବେ ।"

ସେପଟେ ରାହୁଲ ଗାନ୍ଧୀ ଦଳର ନେତାଙ୍କୁ ଘରୋଇ ମାମଲାକୁ ସର୍ବ ସାଧାରଣରେ କହିବାକୁ ନେଇ ଚେତାବନୀ ଦେଇଛନ୍ତି । ହାଇଦ୍ରାବାଦରେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ବୈଠକକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ, " କଂଗ୍ରେସ ଏକ ପରିବାର ଓ ପରିବାରରେ ଭିନ୍ନ ମତ ରହିଥାଏ । ଆମ ଏଠାରେ RSS ପରି ନୁହେଁ, ଯେଉଁଠି ଜଣେ ବ୍ୟକ୍ତି ସବୁକିଛି ସ୍ଥିର କରନ୍ତି । ଆମେ ସମସ୍ତଙ୍କ ସ୍ୱର ଶୁଣିବାକୁ ଚାହୁଁ କିନ୍ତୁ ଗଣମାଧ୍ୟମରେ ନୁହେଁ, ବନ୍ଦ କଠୋରୀରେ ପରିବାର ଯେପରି କଥାବାର୍ତ୍ତା କରେ । ଯଦି ଦଳର କୌଣସି ନେତାଙ୍କର କୌଣସି ଅସୁବିଧା କିମ୍ବା ଅଭିଯୋଗ ଥାଏ, ତେବେ ସେ ଅଭିଯୋଗକୁ ଦଳର ଆଭ୍ୟନ୍ତରୀଣ ବ୍ୟବସ୍ଥାରେ ଉପସ୍ଥାପନ କରନ୍ତୁ । ଯଦି ଆପଣଙ୍କର କୌଣସି ଅଭିଯୋଗ ଅଛି ତେବେ ଆପଣ ଆଭ୍ୟନ୍ତରୀଣ ବ୍ୟବସ୍ଥାରେ ସ୍ୱର ଉତ୍ତୋଳନ କରିପାରିବେ । କିନ୍ତୁ ଯଦି କେହି ଗଣମାଧ୍ୟମକୁ ଆସି ତାଙ୍କ ଅଭିଯୋଗ ରଖୁଛନ୍ତି ତେବେ ଏହା ଦଳର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଥାଏ ଓ ଏହାକୁ ବରଦାସ୍ତ କରାଯିବ ନାହିଁ ।"

ଏହା ବି ପଢ଼ନ୍ତୁ:-'ଏହି ରାଜ୍ୟର ବିଧାୟକଙ୍କ ପୁଣି ବଢ଼ିବ ଦରମା, ଜାଣନ୍ତୁ ଆମ ରାଜ୍ୟର ବିଧାୟକଙ୍କ ଦରମା କେତେ?

ଏହା ବି ପଢ଼ନ୍ତୁ:-'ଭୋଟ୍ ଦେବା ପୂର୍ବରୁ ଗ୍ୟାସ ସିଲିଣ୍ଡରକୁ ନମସ୍କାର କରନ୍ତୁ', LPG ମୂଲ୍ୟରେ ବୃଦ୍ଧି ପରେ ଭାଇରାଲ ହେଉଛି ପିଏମ ମୋଦିଙ୍କ ଭିଡିଓ

ଏହା ବି ପଢ଼ନ୍ତୁ:-'ଦେଶବାସୀ ମୋ ଚେତାବନୀକୁ ମନେ ରଖନ୍ତୁ', ଜାଣନ୍ତୁ କାହିଁକି ଏମିତି କହିଲେ କୁମାର ବିଶ୍ୱାସ

ଉଲ୍ଲେଖନୀୟ କଥା ହେଉଛି, ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପରେ କଂଗ୍ରେସ (Congress) ରେ ଝଡ଼ ସୃଷ୍ଟି ହୋଇଛି । ଦଳରେ ସଂଗଠନର ନେତୃତ୍ୱକୁ ନେଇ ଦୁଇଟି ଗୋଷ୍ଠୀ ଦେଖାଦେଇଛି । ଗୋଟିଏ ଗୋଷ୍ଠୀ ଦଳର ନେତୃତ୍ୱ ଯଥା ସୋନିଆ ଗାନ୍ଧୀ (Sonia Gandhi), ରାହୁଲ ଗାନ୍ଧୀ (Rahul Gandhi) ଏବଂ ପ୍ରିୟଙ୍କା ଗାନ୍ଧୀ (Priyanka Gandhi Vadra) ସହିତ ଛିଡ଼ା ହୋଇଛି । ଅନ୍ୟପଟେ ଅନ୍ୟ ଏକ ଗୋଷ୍ଠୀ ଚାହୁଁଛି ଯେ କଂଗ୍ରେସ ଗାନ୍ଧୀ ପରିବାର (Gandhi Family) ରୁ ମୁକ୍ତ ହେବା ଉଚିତ ଓ ଦଳର ନେତୃତ୍ୱ ବର୍ତ୍ତମାନ ଜଣେ ଅଣ-କଂଗ୍ରେସୀଙ୍କ ହାତରେ ଯିବା ଆବଶ୍ୟକ ।