Rahul Gandhi: ରାହୁଲ ଗାନ୍ଧୀ କହିଲେ ତାଙ୍କୁ କେମିତି ଜୀବନ ସାଥୀ ଦରକାର, ତାଙ୍କ ଭିତରେ କେଉଁ କେଉଁ ଗୁଣ ରହିବା ଆବଶ୍ୟକ; ଜାଣନ୍ତୁ ପୂରା ଖବର
Advertisement

Rahul Gandhi: ରାହୁଲ ଗାନ୍ଧୀ କହିଲେ ତାଙ୍କୁ କେମିତି ଜୀବନ ସାଥୀ ଦରକାର, ତାଙ୍କ ଭିତରେ କେଉଁ କେଉଁ ଗୁଣ ରହିବା ଆବଶ୍ୟକ; ଜାଣନ୍ତୁ ପୂରା ଖବର

Rahul Gandhi: ରାହୁଲ ଗାନ୍ଧୀ ତାଙ୍କ ବିବାହ ବିଷୟରେ ଅଧିକ କଥାବାର୍ତ୍ତା କରନ୍ତି ନାହିଁ କିମ୍ୱା ପୂର୍ବରୁ କେବେ ବି ନିଜ ପସନ୍ଦର ଜୀବନ ସାଥୀ କେମିତି ହେବା ଦରକାର ସେ ବିଷୟରେ କହି ନାହାଁନ୍ତି । କିନ୍ତୁ ବର୍ତ୍ତମାନ ରାହୁଲ ଗାନ୍ଧୀ ଖୋଲାଖୋଲି ଭାବେ କହିଛନ୍ତି ଯେ, ସେ ଏପରି ଝିଅକୁ ବିବାହ ପାଇଁ ପସନ୍ଦ କରିବେ, ଯେଉଁଥିରେ ତାଙ୍କ ଜେଜେମା ଇନ୍ଦିରା ଗାନ୍ଧୀ ଓ ମା' ସୋନିଆ ଗାନ୍ଧୀଙ୍କ ଗୁଣ ମିଶି ରହିବ ।

Rahul Gandhi: ରାହୁଲ ଗାନ୍ଧୀ କହିଲେ ତାଙ୍କୁ କେମିତି ଜୀବନ ସାଥୀ ଦରକାର, ତାଙ୍କ ଭିତରେ କେଉଁ କେଉଁ ଗୁଣ ରହିବା ଆବଶ୍ୟକ; ଜାଣନ୍ତୁ ପୂରା ଖବର

Rahul Gandhi On His Life Partner: ସ୍ମାର୍ଟ ହ୍ୟାଣ୍ଡସମ୍ ବ୍ୟାଚେଲର୍ ବିଷୟରେ କଥା ହେବା ତ ସେ ହେଉଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ (Former Congress President) ରାହୁଲ ଗାନ୍ଧୀ (Rahul Gandhi) । ଯଦିଓ ରାହୁଲ ଗାନ୍ଧୀ ତାଙ୍କ ବିବାହ ବିଷୟରେ ଅଧିକ କଥାବାର୍ତ୍ତା କରନ୍ତି ନାହିଁ କିମ୍ୱା ପୂର୍ବରୁ କେବେ ବି ନିଜ ପସନ୍ଦର ଜୀବନ ସାଥୀ କେମିତି ହେବା ଦରକାର ସେ ବିଷୟରେ କହି ନାହାଁନ୍ତି । କିନ୍ତୁ ବର୍ତ୍ତମାନ ରାହୁଲ ଗାନ୍ଧୀ ଖୋଲାଖୋଲି ଭାବେ କହିଛନ୍ତି ଯେ, ସେ ଏପରି ଝିଅକୁ ବିବାହ ପାଇଁ ପସନ୍ଦ କରିବେ, ଯେଉଁଥିରେ ତାଙ୍କ ଜେଜେମା ଇନ୍ଦିରା ଗାନ୍ଧୀ (Indira Gandhi) ଓ ମା' ସୋନିଆ ଗାନ୍ଧୀ (Sonia Gandhi) ଙ୍କ ଗୁଣ ମିଶି ରହିବ ।

ଏକ ୟୁଟ୍ୟୁବ୍ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ରାହୁଲ ଗାନ୍ଧୀ (Rahul Gandhi) ଏହି କଥା କହିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ଯେ, ମୁଁ ଏପରି ଜୀବନ ସାଥୀ ଚାହୁଁଛି ଯାହାଙ୍କ ଭିତରେ ଉଭୟ ଜେଜେମା ଇନ୍ଦିରା ଗାନ୍ଧୀ ଓ ମୋ ମା' ସୋନିଆ ଗାନ୍ଧୀଙ୍କ ଗୁଣ ରହିଛି । ଯେତେବେଳେ ରାହୁଲ ଗାନ୍ଧୀଙ୍କୁ ତାଙ୍କ ଜେଜେମା ଇନ୍ଦିରା ଗାନ୍ଧୀଙ୍କ ସହ ସମ୍ପର୍କ ବିଷୟରେ ପଚରାଗଲା, ସେ କହିଛନ୍ତି, "ସେ ମୋ ଜୀବନର ପ୍ରେମ ଥିଲେ । ସେ ମୋର ଦ୍ୱିତୀୟ ମା ଥିଲେ ।" ଯେତେବେଳେ ତାଙ୍କୁ ଇନ୍ଦିରା ଗାନ୍ଧୀଙ୍କ ଗୁଣ ଥିବା ଝିଅକୁ ବିବାହ କରିବାକୁ ଚାହୁଁଛନ୍ତି କି ବୋଲି ପଚରାଯିବାରୁ ରାହୁଲ ଗାନ୍ଧୀ କହିଛନ୍ତି ଯେ, "ଏହା ଏକ ମଜାଦାର ପ୍ରଶ୍ନ । ମୁଁ ଏପରି ଝିଅ ପସନ୍ଦ କରିବି ଯାହାଙ୍କ ମଧ୍ୟରେ ମୋର ଜେଜେମା ଓ ମା'ଙ୍କର ଗୁଣ ଗୁଡ଼ିକ ମିଶିକି ରହିଛି ।"

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଉପ-ଅଧିନାୟକ ହେବା ପରେ ପ୍ରଥମ ଥର ପାଇଁ ସୂର୍ଯ୍ୟକୁମାର ଯାଦବ ଦେଲେ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ

ଅଧିକ ପଢ଼ନ୍ତୁ:-କେବଳ ୨ ଚାମଚ ମେଥିର ସେବନ ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବହୁତ ଲାଭଦାୟକ, ଜାଣନ୍ତୁ କିପରି...

ଅଧିକ ପଢ଼ନ୍ତୁ:-ପ୍ରଥମେ ବଙ୍ଗଳାରେ ଦୁଷ୍କର୍ମ, ପରେ ସମୁଦ୍ର କୂଳରେ ଗଣଦୁଷ୍କର୍ମ; ୮ ଜଣ ମିଶି ୧୬ ବର୍ଷର ନାବାଳିକା ସହ ୧୫ ଘଣ୍ଟା ଧରି କଲେ ଏପରି କୁକର୍ମ

ଏହା ପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଯେତେବେଳେ କେହି ତାଙ୍କୁ 'ପପୁ' ବୋଲି ଡାକନ୍ତି ସେତେବେଳେ ସେ ଖରାପ ଅନୁଭବ କରନ୍ତି ନାହିଁ । କାରଣ ଏହା ଅପପ୍ରଚାରର ଏକ ଅଂଶ । ଯେଉଁମାନେ ଏହିପରି କୁହନ୍ତି, ସେମାନେ ନିଜେ ଡରିକି ରହନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏହା ପ୍ରଚାରର ଏକ ଅଂଶ । ଯିଏ କହୁଛନ୍ତି, ତାଙ୍କ ଭିତରେ ଡର ଅଛି, ତାଙ୍କ ଜୀବନରେ କିଛି ନାହିଁ, ତାଙ୍କର ସମ୍ପର୍କ ଭଲରେ ଚାଲୁନାହିଁ । ସେ ମୋତେ ଗାଳି ଦେବାକୁ ଚାହୁଛି ଯଦି ସେ ମୋତେ ଗାଳି କରନ୍ତୁ, ମୁଁ ମଧ୍ୟ ତାଙ୍କୁ ସ୍ୱାଗତ କରିବି । ରାହୁଲ ଗାନ୍ଧୀ ଆଗକୁ କହିଛନ୍ତି ଯେ, ମୁଁ କାହାକୁ ଘୃଣା କରେ ନାହିଁ । ଆପଣ ମୋତେ ଗାଳି କରନ୍ତୁ…ମୁଁ ଆପଣଙ୍କୁ ଘୃଣା କରିବି ନାହିଁ ।