Rahul Gandhi: ନୂଆ ରୂପରେ ନଜର ଆସିଲେ ରାହୁଲ ଗାନ୍ଧୀ, ଫଟୋ ଭାଇରାଲ
Advertisement

Rahul Gandhi: ନୂଆ ରୂପରେ ନଜର ଆସିଲେ ରାହୁଲ ଗାନ୍ଧୀ, ଫଟୋ ଭାଇରାଲ

Rahul Gandhis Britain Tour:  ଭାରତ ଯୋଡ଼ ଯାତ୍ରା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୭ ଦିନିଆ ଗସ୍ତରେ ବ୍ରିଟେନ ଯାଇଛନ୍ତି। ବ୍ରିଟେନ ଗସ୍ତ ଅବସରରେ ରାହୁଲ ଗାନ୍ଧୀ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଠାରେ ଅଭିଭାଷଣ ଦେବେ। ଏହି ସମୟରେ କଂଗ୍ରେସ ନେତା ପ୍ରବାସୀ ଭାରତୀୟ ସମୂହଙ୍କୁ ସମ୍ବୋଧିତ କରିବେ। 

Rahul Gandhi: ନୂଆ ରୂପରେ ନଜର ଆସିଲେ ରାହୁଲ ଗାନ୍ଧୀ, ଫଟୋ ଭାଇରାଲ

Rahul Gandhi New Look: ଭାରତ ଯୋଡ ଯାତ୍ରା ସମୟରେ ନିଜର ଦାଢିକୁ ନେଇ ଚର୍ଚ୍ଚାକୁ ଆସିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ହେଲେ ବର୍ତ୍ତମାନ ରାହୁଲ ଗାନ୍ଧୀ ତାଙ୍କର ସମ୍ପୂର୍ଣ୍ଣ ରୂପ ବଦଳାଇ ଦେଇଛନ୍ତି। ବର୍ତ୍ତମାନ ତାଙ୍କର ଏକ ନୂଆ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ସେ ନିଜର ଦାଢି କାଟି ଦେଇଥିବାର ଦେଖିବାକୁ ମିଳିଛି। ଏହା ସହିତ ସେ ତାଙ୍କର ଚୁଟି କାଟିବାରେ ମଧ୍ୟ ପରିବର୍ତ୍ତନ କରିଛନ୍ତି।

କଂଗ୍ରେସ ରାଜ୍ୟସଭା ସାଂସଦ ଇମରାନ ପ୍ରତାପଗଡ଼ି ରାହୁଲ ଗାନ୍ଧୀଙ୍କ ଏକ ଫଟୋ ଟ୍ୱିଟ କରିଛନ୍ତି। ଯେଉଁଥିରେ ରାହୁଲ ଗାନ୍ଧୀ କଳା ସୁଟ ପିନ୍ଧିଥିବାର ନଜର ଆସିଛନ୍ତି। ଆହୁରି ମଧ୍ୟ ତାଙ୍କ ଚୁଟି କାଟିବାର ଶୈଳୀ ମଧ୍ୟ ବଦଳିଥିବାର ଦେଖିବାକୁ ମିଳିଛି ଏବଂ ସେ ତାଙ୍କ ଦାଢି ମଧ୍ୟ କାଟି ଦେଇଛନ୍ତି। କଂଗ୍ରେସ ସାଂସଦ ଇମରାନ ପ୍ରତାପଗଡ଼ି ତାଙ୍କ ଫଟୋ ଟ୍ୱିଟ୍ କରି ଲେଖିଛନ୍ତି, ରାହୁଲ ଗାନ୍ଧୀଙ୍କ ନୂଆ ରୂପ ବେଶ ଚମତ୍କାର।

ଭାରତ ଯୋଡ଼ ଯାତ୍ରା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୭ ଦିନିଆ ଗସ୍ତରେ ବ୍ରିଟେନ ଯାଇଛନ୍ତି। ବ୍ରିଟେନ ଗସ୍ତ ଅବସରରେ ରାହୁଲ ଗାନ୍ଧୀ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଠାରେ ଅଭିଭାଷଣ ଦେବେ। ଏହି ସମୟରେ କଂଗ୍ରେସ ନେତା ପ୍ରବାସୀ ଭାରତୀୟ ସମୂହଙ୍କୁ ସମ୍ବୋଧିତ କରିବେ। ଗତ ବର୍ଷ ୭ ସେପ୍ଟେମ୍ବରରୁ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିଲା ଭାରତ ଯୋଡ଼ ଯାତ୍ରା। ଯାହା କନ୍ୟାକୁମାରୀ ଠାରୁ ଆରମ୍ଭ  କାଶ୍ମୀର ପର୍ଯ୍ୟନ୍ତ ଚାଲିଥିଲା। ପ୍ରାୟ ୪୦୦୦ କିଲୋମିଟର ଦୂରତା ବିଶିଷ୍ଟ ଏହି ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଦେଶର ଅନେକ ରାଜ୍ୟ ଗସ୍ତ କରିଥିଲେ। ଏହି ସମୟରେ ସାଧାରଣ ଲୋକଙ୍କ ବହୁ ବିଶିଷ୍ଟ ବ୍ୟକ୍ତି କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ଭାରତ ଯୋଡା ଯାତ୍ରାରେ ସାମିଲ ହୋଇଥିଲେ।

ଭରତ ଯୋଡ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାଢି ବଢାଇ ଚର୍ଚ୍ଚାକୁ ଆସିଥିଲେ। ସମଗ୍ର ଯାତ୍ରା ସମୟରେ ତାଙ୍କୁ ଧଳା ଟି-ସାର୍ଟ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ହେଲେ ବର୍ତ୍ତମାନ ସେ ତାଙ୍କ ଦାଢି ଦେଇଛନ୍ତି। ଧଳା ଟି-ସାର୍ଟ ବଦଳରେ କୋଟ ଏବଂ ଟାଇ ସହିତ ଜ୍ୟାକେଟ ପିନ୍ଧିଛନ୍ତି। ସାତ ଦିନିଆ ବ୍ରିଟେନ ଗସ୍ତରେ ଆସିଥିବା ରାହୁଲ ଗାନ୍ଧୀଙ୍କ ନୂଆ ରୂପରର ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ତାଙ୍କ ରୂପ ଭେକ ବଦଳିଯାଇଛି। 

ଏକ ସପ୍ତାହ ବ୍ୟାପୀ ବ୍ରିଟେନ ଗସ୍ତ ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଏକ ବକ୍ତୃତା ପ୍ରଦାନ କରିବେ। ସେ ତାଙ୍କ ସମ୍ବୋଧନ ସମୟରେ ରାହୁଲ ଗାନ୍ଧୀ ପ୍ରବାସୀ ଭାରତୀୟ ସମ୍ପ୍ରଦାୟ ସହିତ ଆଲୋଚନା କରିବେ। କେମ୍ବ୍ରିଜ ବିଶ୍ୱବିଦ୍ୟାଳୟସ୍ଥିତ କେମ୍ବ୍ରିଜ୍ ଜଜ୍ ବିଜନେସ୍ ସ୍କୁଲ୍ ଠାରେ ରାହୁଲ ଗାନ୍ଧୀ "ଏକବିଂଶ ଶତାବ୍ଦୀରେ ଶୁଣିବା ଏବଂ ଶିଖିବା" ଶୀର୍ଷକ ଉପରେ ଏକ ବକ୍ତୃତା ପ୍ରଦାନ କରିବେ। ଏନେଇ କେମ୍ବ୍ରିଜ୍ ଜେବିଏସ୍ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତର ଅଗ୍ରଣୀ ବିରୋଧୀଦଳ ନେତା ତଥା ଭାରତୀୟ ଜାତୀୟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଆମର କେମ୍ବ୍ରିଜ୍ ଏମବିଏ କାର୍ଯ୍ୟକ୍ରମରେ ସ୍ୱାଗତ କରିବା ଅତ୍ୟନ୍ତ ଆନନ୍ଦଦାୟକ। ସେ କେମ୍ବ୍ରିଜ୍ ଜଜ୍ ବିଜନେସ୍ ସ୍କୁଲ୍ ଠାରେ ଜଣେ ଭ୍ରମଣକାରୀ ସାଥୀ ଭାବରେ "ଏକବିଂଶ ଶତାବ୍ଦୀରେ ଶୁଣିବା ଏବଂ ଶିଖିବା" ପ୍ରସଙ୍ଗରେ ବକ୍ତୃତା ଦେବେ।