Uttarakhand: ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମୀ
Advertisement

Uttarakhand: ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମୀ

ଦ୍ୱିତୀୟ ଥର ଲାଗି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛି ପୁଷ୍କର ସିଂହ ଧାମୀ। ଉତ୍ତରାଖଣ୍ଡ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଗୁରୁମିତ ସିଂହ ମାର୍ଚ୍ଚ ୨୩ ବୁଧବାର ପୁଷ୍କର ସିଂହ ଧାମୀଙ୍କୁ ଫଦ ଗୋପନୀୟତାର ଶପଥ  ପାଠ କରାଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ କେନ୍ଦ୍ର

Uttarakhand: ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମୀ

ଡେରାଡୁନ: ଦ୍ୱିତୀୟ ଥର ଲାଗି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛି ପୁଷ୍କର ସିଂହ ଧାମୀ। ଉତ୍ତରାଖଣ୍ଡ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଗୁରୁମିତ ସିଂହ ମାର୍ଚ୍ଚ ୨୩ ବୁଧବାର ପୁଷ୍କର ସିଂହ ଧାମୀଙ୍କୁ ଫଦ ଗୋପନୀୟତାର ଶପଥ  ପାଠ କରାଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଅନ୍ୟ କେତେକ କେନ୍ଦ୍ରୀୟ ନେତା ରାଜଧାନୀ ଡେରାଡୁନସ୍ତିତ ପ୍ୟାରେଡ ପଡିଆ ଠାରେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ବ୍ୟତୀତ ସତପାଲ ମହାରାଜ, ପ୍ରେମଚାନ୍ଦ ଅଗ୍ରୱାଲ, ଗଣେଶ ଯୋଶୀ, ଧନ ସିଂହ ରାୱତ, ସୁବୋଦ ଉନିୟାଲ, ରେଖା ଆର୍ଯ୍ୟ, ଚନ୍ଦନ ରାମଦାସ ଏବଂ ସୌରଭ ବହୁଗୁଣା ପ୍ରମୁଖ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

Also Read: କାହିଁକି ବିଳମ୍ବିତ ହେଉଛି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ?

ଚଳିତ ବର୍ଷ ଅନୁଷ୍ଢିତ ହୋଇଥିବା ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ରାଜ୍ୟର ମୋଟ ୭୦ ସିଟ୍ ମଧ୍ୟରୁ ୪୭ ଆସନ ହାତେଇ କ୍ରମାଗତ ଭାବରେ ଦ୍ୱିତୀୟ ଥର ପାଇଁ ​​ଦୁଇ ତୃତୀୟାଂଶରୁ ଅଧିକ ସଂଖ୍ୟାଗରିଷ୍ଠତା ସହ କ୍ଷମତାକୁ ଆସିଛି। ଏକମାତ୍ର ଦଳ ହୋଇ ଇତିହାସ ସୃଷ୍ଟି କରିଛି। ରାଜ୍ୟରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିଛି ବିଜେପି। ଯଦିଓ ଏହି ନିର୍ବାଚନରେ ​​ବିଜେପି ବାଜିମାତ କରିଛି ହେଲେ ନିଦେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଖଟିମା ଆସନରୁ ପରାସ୍ତ ହୋଇଛନ୍ତି। ସେ ଦୁଇଥର ଏଠାରୁ ବିଧାୟକ ହୋଇଥିଲେ ମଧ୍ୟ ଏଥର ନିର୍ବାଚନ ​​ହାରି ଯାଇଛନ୍ତି। ଏହା ସତ୍ତ୍ୱେ ବିଜେପି ତାଙ୍କ ଉପରେ ବିଶ୍ୱାସ ରଖି ତାଙ୍କୁ ମୁଖ୍ୟମନ୍ତ୍ରୀ କରିଛି। 

ମାର୍ଚ୍ଚ ୨୧ ତାରିଖ ସୋମବାର ଡେରାଡୁନରେ ଆୟୋଜିତ ଦଳୀୟ ବୈଠକରେ ପୁଷ୍କର ସିଂହ ଧାମୀ ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟି ରାଜ୍ୟରେ ସରକାର ଗଠନ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ।

Also Read: Manipur: ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ.ବୀରେନ ସିଂହ

ଗତ ବର୍ଷ ଜୁଲାଇ ୪ ତାରିଖରେ ପୁଷ୍କର ସିଂହ ଧାମୀ ପ୍ରଥମ ଥର ଲାଗି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ତାଙ୍କ ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିବା ତିରଥ ସିଂହ ରାୱତ ଆବଶ୍ୟକ ସମୟ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହୋଇନପାରିବାରୁ ସେ ଇସ୍ତଫା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଧାମୀ ଦୀର୍ଘ ବର୍ଷ ଧରି ଆରଏସଏସ ଛାତ୍ର ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଥିଲେ। ସେ ମଧ୍ୟ ୨ ଥର ଉତ୍ତରାଖଣ୍ଡ ବିଜେପି ଯୁବ ମୋର୍ଚ୍ଚା ସଭାପତି ଭାବରେ କାର୍ଯ୍ୟ କରିଛନ୍ତି।

Also Read: ଦ୍ୱିତୀୟ ଥର ଲାଗି ବିଧାୟକ ଦଳ ନେତା ନିର୍ବାଚିତ ହେଲେ ପ୍ରମୋଦ ସାୱନ୍ତ-ପୁଷ୍କର ସିଂହ ଧାମୀ

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ପୁଷ୍କର ସିଂହ ଧାମୀଙ୍କୁ ଆସନ୍ତା ୬ ମାସ ମଧ୍ୟରେ ବିଧାନସଭା ସଭାକୁ ନିର୍ବାଚିତ ହେବାକୁ ପଡିବ। ବର୍ତ୍ତମାନ ସେ ରାଜ୍ୟର କେଉଁ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ଉପରେ ରହିଛି ନଜର। ଭାରତୀୟ ସମ୍ବିଧା ଧାରା ୧୬୪ (୪) ଅନୁସାରେ ଯଦି ଜଣେ ବ୍ୟକ୍ତି ବିଧାନସଭାର ସଦସ୍ୟ ନୁହଁନ୍ତି ତାହେଲେ ସେ ୬ ​​ମାସରୁ ଅଧିକ ସମୟ ଧରି ମନ୍ତ୍ରୀ ପଦବୀରେ ରହିପାରିବେ ନାହିଁ। ଏଭଳି ପରିସ୍ଥିତିରେ ତାଙ୍କୁ ୬ ମାସ ମଧ୍ୟରେ ଗୃହର ସଦସ୍ୟତା ନେବାକୁ ପଡ଼ିବ। ଯଦି ଏହା ସମ୍ଭବ ନୁହେଁ ତାହେଲେ ତାଙ୍କୁ ତାଙ୍କ ପଦ ଛାଡିବାକୁ ହେବ।