ପାଠାନକୋଟ ହମଲା ଉପରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, ସେନାକୁ ନେଇ କହିଲେ ଏମିତି କଥା
Advertisement

ପାଠାନକୋଟ ହମଲା ଉପରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, ସେନାକୁ ନେଇ କହିଲେ ଏମିତି କଥା

୨୦୧୬ ଜାନୁଆରୀ ୨ ତାରିଖ ଦିନ ପୂର୍ବାହ୍ନ ୧୦ଟାରେ ଆକ୍ରମଣରେ ଜୈସ-ଇ-ମହମ୍ମଦ ଆତଙ୍କବାଦୀଙ୍କ ଏକ ଦଳ ପଞ୍ଜାବର ବାୟୁସେନା ବେସ (Pathankot attack) ରେ ଆକ୍ରମଣ କରିଥିଲା। ପାଠାନକୋଟ ଏୟାରବେସରେ ହୋଇଥିବା ଗୁଳିବିନିମୟରେ ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ସାତ ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ (ଫାଇଲ ଫଟୋ)

ନୂଆଦିଲ୍ଲୀ: ୨୦୧୬ ପାଠାନକୋଟ ଏୟାରେବେସ୍ ହମଲାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏକ ବଡ଼ ବୟାନ ଦେଇଛନ୍ତି। ସେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଉପରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ପଞ୍ଜାବକୁ ଭଡା ସୂତ୍ରରେ ସେନାକୁ ପଠାଯାଇଥିବା ସେ କହିଛନ୍ତି। ପାଠାନକୋଟ ଆକ୍ରମଣରେ ରାଜ୍ୟ ସରକାରଙ୍କୁ ସାଢେ ସାତ କୋଟି ଟଙ୍କା ବିଲ୍ ପଠାଯାଇଛି ବୋଲି ପଞ୍ଜାବର ମୁଖ୍ୟମନ୍ତ୍ରୀ ବିଧାନସଭାରେ ଦାବି କରିଛନ୍ତି।

ପଞ୍ଜାବ ବିଧାନସଭାରେ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ (Bhagwant Mann) କହିଛନ୍ତି, "ପାଠାନକୋଟ ଆକ୍ରମଣ ସମୟରେ ସୈନ୍ୟବାହିନୀ ଆସିଥିଲେ। ପରେ ମୁଁ ଚିଠି ପାଇଲି ଯେ ସେନା ପଠାଯିବା ପରେ ପଞ୍ଜାବ ସାଢେ ସାତ କୋଟି ଟଙ୍କା ଦେବା ଉଚିତ୍। ସାଧୁ ସିଂହ ଏବଂ ମୁଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନିକଟକୁ ଯାଇଥିଲୁ। ତାଙ୍କୁ ମୋର MPLADରୁ ଏହି ଟଙ୍କା କାଟିଦେବାକୁ କହିଥିଲି କିନ୍ତୁ ପଞ୍ଜାବ, ଭାରତର ଅଂଶ ନୁହେଁ ଏବଂ ଭାରତୀୟ ସୈନ୍ୟକୁ ସେମାନେ ଭାଡାରେ ନେଇଥିଲେ ବୋଲି ଲିଖିତ ଆକାରରେ ଦିଅନ୍ତୁ ବୋଲି କହିଥିଲି।" 

Also Read: ପଞ୍ଜାବକୁ ତତ୍କାଳ ହସ୍ତାନ୍ତର କରାଯାଉ ଚଣ୍ଡିଗଡ଼: ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ

୨୦୧୬ ଜାନୁଆରୀ ୨ ତାରିଖ ଦିନ ପୂର୍ବାହ୍ନ ୧୦ଟାରେ ଆକ୍ରମଣରେ ଜୈସ-ଇ-ମହମ୍ମଦ ଆତଙ୍କବାଦୀଙ୍କ ଏକ ଦଳ ପଞ୍ଜାବର ବାୟୁସେନା ବେସ (Pathankot attack) ରେ ଆକ୍ରମଣ କରିଥିଲା। ପାଠାନକୋଟ ଏୟାରବେସରେ ହୋଇଥିବା ଗୁଳିବିନିମୟରେ ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ସାତ ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ। ତତ୍କାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜନ୍ମଦିନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଆସିବାର କିଛି ଦିନ ପରେ ଏହି ଆକ୍ରମଣ ହୋଇଥିଲା। ଏୟାରବେସ୍ ଆକ୍ରମଣର ମାଷ୍ଟରମାଇଣ୍ଡ ଭାବରେ ଭାରତ ଜେଏମ୍ ମୁଖ୍ୟ ମାସୁଦ ଅଜହରଙ୍କୁ ଚିହ୍ନଟ କରାଯାଇଛି।

 

ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଭାଷଣ ପୂର୍ବରୁ କେନ୍ଦ୍ର ଶାସିତ ଅଞ୍ଚଳ ଥିବା ଚଣ୍ଡିଗଡ଼କୁ ତୁରନ୍ତ ପଞ୍ଜାବ (Punjab) କୁ ହସ୍ତାନ୍ତର କରାଯାଉ ବୋଲି ପଞ୍ଜାବ ବିଧାନସଭାରେ ଏକ ପ୍ରସ୍ତାବ ପାରିତ କରିଛି। ବିଜେପିକୁ ଛାଡି ଦେଲେ AAP, କଂଗ୍ରେସ, SAD ଏବଂ ବିଏସପି ବିଧାୟକଙ୍କ ସମେତ ସମସ୍ତ ରାଜନୈତିକ ଦଳର ସଦସ୍ୟମାନେ ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ଭଗୱନ୍ତ ମାନ କହିଛନ୍ତି ଯେ, ମୁଁ ପଞ୍ଜାବର ଲୋକଙ୍କୁ ଏକ ଗ୍ୟାରେଣ୍ଟି ଦେବାକୁ ଚାହୁଁଛି ଯେ ଆମେ ବିଧାନସଭା କିମ୍ବା ସଂସଦରେ ହେଉ କିମ୍ବା ଅନ୍ୟ କୌଣସି ପ୍ଲାଟଫର୍ମରେ ରାଜ୍ୟର ଅଧିକାର ପାଇଁ ଦୃଢ ଭାବରେ ଲଢ଼ିବୁ ଏବଂ ତାକୁ ସୁରକ୍ଷା ଦେବୁ।