ଦ୍ୱିତୀୟ ଥର ଲାଗି ବିଧାୟକ ଦଳ ନେତା ନିର୍ବାଚିତ ହେଲେ ପ୍ରମୋଦ ସାୱନ୍ତ-ପୁଷ୍କର ସିଂହ ଧାମୀ
Advertisement

ଦ୍ୱିତୀୟ ଥର ଲାଗି ବିଧାୟକ ଦଳ ନେତା ନିର୍ବାଚିତ ହେଲେ ପ୍ରମୋଦ ସାୱନ୍ତ-ପୁଷ୍କର ସିଂହ ଧାମୀ

  ଦ୍ୱିତୀୟ ଥର ଲାଗି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି ଡ.ପ୍ରମୋଦ ସାୱନ୍ତ ଏବଂ ପୁଷ୍କର ସିଂହ ଧାମୀ। 

ଦ୍ୱିତୀୟ ଥର ଲାଗି ବିଧାୟକ ଦଳ ନେତା ନିର୍ବାଚିତ ହେଲେ ପ୍ରମୋଦ ସାୱନ୍ତ-ପୁଷ୍କର ସିଂହ ଧାମୀ

ନୂଆଦିଲ୍ଲୀ: ଦ୍ୱିତୀୟ ଥର ଲାଗି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି ଡ.ପ୍ରମୋଦ ସାୱନ୍ତ ଏବଂ ପୁଷ୍କର ସିଂହ ଧାମୀ। ସୋମବାର ଗୋଆ ରାଜଧାନୀ ପାଣାାଜୀ ଅନୁଷ୍ଠିତ ହୋଇଥିବା ଦଳୀୟ ବୈଠକରେ ପ୍ରମୋଦ ସାୱନ୍ତ ଏବଂ ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନ ଠାରେ ଅୟୋଜିତ ହୋଇଥିବା ବୈଠକରେ ପୁଷ୍କର ସିଂହ ଧାମୀଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଛି। 

ପାଣାଜୀ ଠାରେ ଅନୁଷ୍ଠିତ ହୋଇଥିବା ବିଜେପି ବିଧାୟକ ଦଳ ବୈଠକରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏବଂ ମହାରାଷ୍ଟ୍ର ବିରୋଧି ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ୍ ଦଳୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ। ବୈଠକରେ ଆଲୋଚନା ପରେ ଡ.ପ୍ରମୋଦ ସାୱନ୍ତଙ୍କୁ ବିଜେପି ବିଧାୟକ ଦଳ ନେତା ଅର୍ଥାତ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଛି।

ବିଜେପି ସୋମବାର ସନ୍ଧ୍ୟାରେ ଗୋଆ ରାଜ୍ୟପାଳଙ୍କୁ ଭେଟିବା ଲାଗି ସମୟ ମାଗିଛି। ଏହି ବୈଠକରେ ଡ.ପ୍ରମୋଦ ସାୱନ୍ତ ସରକାର ଗଠନ କରିବା  ପାଇଁ ଦାବି ଉପସ୍ଥାପନ କରିବେ। ସହଯୋଗୀ ଦଳ ସହାୟତାରେ ଗୋଆରେ ପୁଣିଥରେ ସରକାର ଗଠନ କରିବାକୁ ଯାଉଛି ବିଜେପି। 

ଗୋଆ ରାଜନୀତିରେ ନିର୍ମଳ ଭାବମୂର୍ତ୍ତୀ ସମ୍ପନ୍ନ ରାଜନେତା ଭାବେ ଜଣାଶୁଣା ଡ.ପ୍ରମୋଦ ସାୱନ୍ତ। ସମାଲୋଚନା ଦ୍ୱାରା ସେ କେବେ ବିଚଳିତ ହୋଇନଥାନ୍ତି। ତାଙ୍କର ସରଳତା ହେଉଛି ତାଙ୍କର ମହାନ ଶକ୍ତି। ପ୍ରାୟ ୩ ବର୍ଷର ସ୍ୱଳ୍ପ କାର୍ଯ୍ୟକାଳରେ ଲୋକେ ତାଙ୍କୁ କୋରୋନା ମହାମାରୀ ଏବଂ ଝଡ଼ ସମୟରେ କାମ କରୁଥିବାର ଦେଖିଛନ୍ତି।

ବର୍ତ୍ତମାନ ଗୋଆର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଡ.ପ୍ରମୋଦ ସାୱନ୍ତଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ କରାଗଲା ସେ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଆଉ ଏହାର ଉତ୍ତର ମଧ୍ୟ ମିଳିସାରିଛି। ଡକ୍ଟର ସାୱନ୍ତ ରାଜନୈତିକ ଦୁନିଆରେ ଜଣେ ଭଲ ବ୍ୟକ୍ତି ଭାବେ ଜଣାଶୁଣା। ସାଧାରଣରେ ତାଙ୍କର ପରିଚୟ ସକରାତ୍ମକ ରହିଛି। ନେତା ଏବଂ ଜନତାଙ୍କ ମଧ୍ୟରେ ରହିଥିବା କୌଣସି ଲକ୍ଷ୍ମଣ ରେଖାକୁ ସେ ସ୍ୱୀକାର କରିନଥାନ୍ତି। ସାଧାରଣ ଲୋକ ବିଶ୍ୱାସ କରନ୍ତି ଯେ ଯଦି ସେମାନଙ୍କୁ କୌଣସି ଅସୁବିଧାର ସାମ୍ନା କରିବାକୁ ପଡେ଼ ତାହେଲେ ତାଙ୍କୁ ସାହାଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ସିଧାସଳଖ ଉପସ୍ଥିତ ରହିବେ। ଜଣେ ରାଜନେତାଙ୍କ ପାଇଁ ଜନ ସମର୍ଥନ ହାସଲ କରିବା କିମ୍ବୋ ଲୋକଙ୍କ ବିଶ୍ୱାସ ଜିତିବାହେଉଛି ତାଙ୍କର ସବୁଠାରୁ ବଡ ସମ୍ପତ୍ତି। ଡ. ପ୍ରମୋଦ ସାୱନ୍ତ ଖୁବ୍ କମ୍ ସମୟ ମଧ୍ୟରେ ଲୋକଙ୍କ ମଧ୍ୟରେ ନିଜର ସ୍ଥାନ ଗଠନ କରିଛନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ମୁଖ୍ୟମନ୍ତ୍ର ମନୋହର ପାରିକର ଗୋଆ ଲୋକଙ୍କ ହୃଦୟରେ ଏବେ ମଧ୍ୟ ଅଛନ୍ତି।  

Also Read: Goa Election 2022 Result: ତୃତୀୟ ଥର ଲାଗି ସରକାର ଗଠନ କରିବ BJP, ହେଲେ ମିଳିନାହିଁ ପୂର୍ଣ୍ଣ ବହୁମତ

ମନୋହର ପାରିକରଙ୍କ ନିଧନ ପରେ ଯେତେବେଳେ ଡକ୍ଟର ପ୍ରମୋଦ ସାୱନ୍ତ ରାଜ୍ୟର ଦାୟିତ୍ୱ ଗ୍ରହଣ କରିଥିଲେ ସେତେବେଳେ ତାଙ୍କୁ ସରକାର ତଥା ଦଳ ମଧ୍ୟରେ ବିଦ୍ରୋହର ସାମ୍ନା କରିବାକୁ ପଡ଼ିଥିଲା। ଏପରିକି ତାଙ୍କୁ ବିରୋଧ କରି ଅନେକ ଦଳୀୟ ନେତା ବିଜେପି ଛାଡି଼ଥିଲେ। ଦଳ ଛାଡିଥିବା ନେତାଙ୍କ ପାଇଁ ସେ କଦାପି ଅପମାନିତ ଶବ୍ଦ ବ୍ୟବହାର କରିନଥିଲେ ଏବଂ ଶାନ୍ତ ଭାବରେ ତାଙ୍କର ଦାୟିତ୍ୱ ନିର୍ବାର କରିଥିଲେ। 

କୌଣସି ଦୁର୍ନୀତିରେ ଜଡ଼ିତ ନଥିବା ଏବଂ ନିର୍ମଳ ଭାବମୂର୍ତ୍ତୀ ସମ୍ପନ୍ନ ଯୁବ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତଙ୍କ ପାଇଁ ଗୋଆ ଗର୍ବିତ। ରାଜ୍ୟରେ ତାଙ୍କ ପାଇଁ ଏକ ସାଧାରଣ ମତ ଅଛି ଯେ ସେ କୌଣସି ନିର୍ଦ୍ଦିଷ୍ଟ ବିଭାଗ ପାଇଁ ନୁହେଁ ବରଂ ସମସ୍ତଙ୍କ ପାଇଁ କାମ କରନ୍ତି। ଏଭଳି ପରିସ୍ଥିତିରେ ଦେଶର ରାଜନୈତିକ ମହଲରେ ଡକ୍ଟର ପ୍ରମୋଦ ପାଣ୍ଡୁରାଙ୍ଗ ସାୱନ୍ତଙ୍କ ପରି ରାଜନେତାଙ୍କ ଆବଶ୍ୟକତା ରହିଛି ବୋଲି କୁହାଯାଇପାରେ।

Also Read: Uttarakhand Election 2022 Result: ଦ୍ୱିତୀୟ ଥର ଲାଗି ସରକାର ଗଠନ କରିବ BJP, ହାରିଗଲେ ମୁଖ୍ୟମନ୍ତ୍ରୀ

ଡେରାଡୁନ ଠାରେ ଅନୁଷ୍ଠିତ ହୋଇଥିବା ବିଜେପି ବିଧାୟକ ଦଳ ବୈଠକରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ପ୍ରହ୍ଲାଦ ଯୋଶୀ ଏବଂ ମୀନାକ୍ଷୀ ଲେଖି ଦଳୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ। ଏହି ବୈଠକରେ ପୁଷ୍କର ସିଂହ ଧାମୀଙ୍କୁ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଛି। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ନେତା ଧାମୀ ତାଙ୍କର ପାରମ୍ପରିକ ସିଟ୍ ଖାଟିମା ଆସନରୁ ପରାସ୍ତ ହୋଇଛନ୍ତି। 

ବିଧାନସଭା ନିର୍ବାଚନ ହାରିଥିବା ଦଳୀୟ ନେତା ପୁଷ୍କର ସିଂହ ଧାମୀଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛି। ପୂର୍ବରୁ ଚର୍ଚ୍ଚା ହେଉଥିଲା ବିଜେପି ଉତ୍ତରାଖଣ୍ଡ ରାଜ୍ୟ ନେତୃତ୍ୱରେ ପରିବର୍ତ୍ତନ ଆଣିପାରେ। ମାତ୍ର ଧାମୀ ପୁନର୍ବାର ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଏହି ଚର୍ଚ୍ଚା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ।

ବିଧାୟକ ଦଳ ବୈଠକରେ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ୬ ମାସର ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ମଧ୍ୟରେ ପୁଷ୍କର ସିଂହ ଧାମୀ ନିଜର ଛାପ ଛାଡିଛନ୍ତି। ମୁଁ ଆଶା କରୁଛି ଯେ ତାଙ୍କ ନେତୃତ୍ୱରେ ଉତ୍ତରାଖଣ୍ଡ ବିକାଶ ପଥରେ ଅଗ୍ରସର ହେବ। ଧାମୀଙ୍କୁ ଛାଡ଼ି ଚୌବଟଟାଖଲ ବିଧାୟକ ସତପାଲ ମହାରାଜ, ଶ୍ରୀନଗର ବିଧାୟକ ଧନ ସିଂହ ରାୱତ, ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ, ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଏବଂ ରାଜ୍ୟସଭା ସାଂସଦ ଅନିଲ ବଲୁନି ମଧ୍ୟ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ।