ନିର୍ବାଚନ ସରିବା ପରେ ପୁଣି ଚର୍ଚ୍ଚାକୁ ଆସିଲେ PM ମୋଦି ଏବଂ CM ଯୋଗୀ
Advertisement

ନିର୍ବାଚନ ସରିବା ପରେ ପୁଣି ଚର୍ଚ୍ଚାକୁ ଆସିଲେ PM ମୋଦି ଏବଂ CM ଯୋଗୀ

ଉତ୍ତର ପ୍ରଦେଶ ନିର୍ବାଚନ ସରିବା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ପ୍ରଧାନମନ୍ତ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ।  

ନିର୍ବାଚନ ସରିବା ପରେ ପୁଣି ଚର୍ଚ୍ଚାକୁ ଆସିଲେ PM ମୋଦି ଏବଂ CM ଯୋଗୀ

ଲକ୍ଷ୍ନୌ: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜିମାତ କରିବା ସହ ରାଜ୍ୟରେ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ସରକାର ଗଠନ କରିବାକୁ ଯାଉଛି ବିଜେପି। ଏହି ନିର୍ବାଚନରେ ବିଜେପି ବିଜୟ ପଛରେ ଦଳର ୨ ପ୍ରମୁଖ ତାରକା ପ୍ରଚାରକ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। 

ନିର୍ବାଚନ ପରେ ଏବେ ରଙ୍ଗର ପର୍ବ ହୋଲି ସମୟରେ ବଢିଯାଇଛି ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଚାହିଦା। ହୋଲି ଲାଗି ଉତ୍ତର ପ୍ରଦେଶରେ ବଢିଯାଇଛି ଉଭୟ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ମୁହଁ ରହିଥିବା ମୁଖାର ବିକ୍ରି। ରାଜ୍ୟର ବିଜେପି ସରକାର ଗଠିତ ହେବା ପରେ ଏହାର ପ୍ରଭାବ ବଜାର ଉପରେ ଅନୁଭୂତ ହୋଇଛି। ଯେଉଁ କାରଣରୁ ମୋଦି-ଯୋଗୀ ମୁଖାର ବିକ୍ରି ବଜାରରେ ବଢିଚାଲିଛି।    

Also Read: ଜ୍ୟୋତିଷଙ୍କ ଭରସାରେ ପ୍ରାର୍ଥୀ; ନିର୍ବାଚନ ଜିତିବା ପାଇଁ କରୁଛନ୍ତି ଏହି କାମ

ଏହି ମୁଖା କିଣୁଥିବା ଗ୍ରାହକ କହିଛନ୍ତି ଆମେ ଆମର ପ୍ରଧାନମନ୍ତ୍ରୀଙ୍କ ମୁଖା ନେଇ ପିଲାଙ୍କୁ ଦେବୁ ଯାହା ଦ୍ୱାରା ସେମାନେ ଜାଣିପାରିବେ ଯେ ସେ ହେଉଛନ୍ତି ଆମ ଦେଶର ପ୍ରଧାନମନ୍ତ୍ରୀ ଏବଂ ସେ ଏକ ଭଲ କାମ କରୁଛନ୍ତି। ଅନ୍ୟପଟେ ଏହି ମୁଖା ବିକ୍ରି କରୁଥିବା ଦୋକାନୀ କହିଛନ୍ତି ମୋଦି ମୁଖାର ବହୁତ ବିକ୍ରି ହେଉଛି। ଏହାର ଦାମ ୧୦୦ ଟଙ୍କା ରହିଛି। 

ହୋଲି ସମୟରେ ରାଜ୍ୟର ଆଇନ ଶୃଙ୍ଖଳା ପରସ୍ଥିତି ଉପରେ ସତର୍କ ନଜର ରଖିଛି ଉତ୍ତର ପ୍ରଦେଶ ପୋଲିସ। ହୋଲି ସମୟରେ ଉପଦ୍ରବ କରୁଥିବା ଉପଦ୍ରବୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଯଦି କେହି ହୋଲି ସମୟରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି ତାହେଲେ ତାଙ୍କ ବିରୋଧିର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସତର୍କ ରହିଛି ପୋଲିସ ପ୍ରଶାସନ। ହୋଲିକା ଦହନ ଲାଗି ୩୮ ସ୍ଥାନ ଅତି ସମ୍ବେଦନଶୀଳ ଏବଂ ୧୦ ସ୍ଥାନକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ଅତ୍ୟଧିକ ସମ୍ବେଦନଶୀଳ ଏବଂ ସମ୍ବେଦନଶୀଳ ସ୍ଥାନକୁ ଜୋନ୍ ଏବଂ ସେକ୍ଟର ମାଧ୍ୟମରେ ବିଭକ୍ତ କରାଯାଇଛି। ସମସ୍ତେ ଶାନ୍ତିପୂର୍ଣ୍ଣ ଭାବେ ହୋଲି ପାଳନ କରନ୍ତୁ। କାହାକୁ ରଙ୍ଗ ଲଗାଇବାକୁ ବାଧ୍ୟ କରିବାକୁ ଚେଷ୍ଟା କରନ୍ତୁ ନାହିଁ ବୋଲି ଲୋକଙ୍କ ଉଦ୍ଦେଶ୍ୟରେ କହିଛି ପୋଲିସ। 

Also Read: ଭୋଟ ପାଇଁ ସିଙ୍ଗଡା-ଜଲେବି; ବାଣ୍ଟିବା ପୂର୍ବରୁ ବୋହିନେଲା ପୋଲିସ

ପ୍ରଥମ ଥର ଲାଗି ମୁଖ୍ୟମନ୍ତ୍ରୀ ହେବା ପରେ  ଭଗବାନ ଶ୍ରୀକୃଷ୍ଣଙ୍କ ମଥୁରା ଠାରେ ହୋଲି ଖେଳି ଚର୍ଚ୍ଚାକୁ ଆସିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ। ଏଥର ପୁଣି ଥରେ ସେ ହୋଲି ପାଳି ସାରିବା ପରେ ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।