'ଆଜାନ ଜବାବରେ ଡବଲ ଭଲ୍ୟୁମ୍ ରେ ବଜାନ୍ତୁ ହନୁମାନ ଚାଳିଶା'
Advertisement

'ଆଜାନ ଜବାବରେ ଡବଲ ଭଲ୍ୟୁମ୍ ରେ ବଜାନ୍ତୁ ହନୁମାନ ଚାଳିଶା'

ରାଜ୍ୟରେ କାହିଁକି ଏହି ଲାଉଡ ସ୍ପୀକର ହଟାଯାଇପାରିବ ନାହିଁ?  ଯେଉଁଠି ଅନ୍ୟ ରାଜ୍ୟରେ ଏହା କାର୍ଯ୍ୟକାରୀ ହୋଇସାରିଛି।

ଫଟୋ ସୌଜନ୍ୟ: Twitter@mnsadhikrut

Raj Thackeray:ଆଜାନ-ହନୁମାନ ଚାଳିଶା ବିବାଦ ମଧ୍ୟରେ ମେ ୧ ତାରିଖ ରବିବାର ମହାରାଷ୍ଟ୍ର ଔରଙ୍ଗାବାଦ ଜିଲ୍ଲାରେ ଏକ ବିଶାଳ ରାଲିକୁ ସମ୍ବୋଧିତ କରିଛନ୍ତି ମହାରାଷ୍ଟ୍ର ନବ ନିର୍ମାଣ ସେନା ମୁଖ୍ୟ ରାଜ ଠାକରେ। ଏହି ରାଲିରେ ବ୍ୟାପକ ଜନସମାଗମ ହୋଇଛି। ରାଲିରେ ଯୋଗ ଦେଇଥିବା ଲୋକଙ୍କୁ ସମ୍ବୋଧିତ କରି ସେ ମେ ୩  ତାରିଖରେ ପାଳିତ ହେବାକୁ ଯାଉଥିବା ଇଦ୍ ଅବସରରେ ସେ କୌଣସି ସମସ୍ୟା ଚାହୁଁନାହାଁନ୍ତି। ହେଲେ ୪ ମେ ଆମର ହେବ। ଆଜନ ଜବାବରେ ଡବଲ ଭଲ୍ୟୁମ୍ ରେ ହନୁମାନ ଚାଳିଶା ବଜାଇବାକୁ ରାଲିରେ ଯୋଗ ଦେଇଥିବା ଲୋକଙ୍କ ଉଦ୍ଦେଶ୍ୟରେ ଆହ୍ୱାନ ଦେଇଛନ୍ତି ରାଜ ଠାକରେ।     
    
ଲାଉଡସ୍ପୀକର ଧାର୍ମିକ ନୁହେଁ ବରଂ ଏକ ସାମାଜିକ ମୁଦ୍ଦା। କାରଣ ଏହା ଦ୍ୱାରା ଲୋକେ ଅସୁବିଧା ଭୋଗିଥାନ୍ତି। ଯଦି ମସଜିଦ ପରିସରରେ ଲାଉଡସ୍ପୀକର ବ୍ୟବହାର ବନ୍ଦ ନ ହୁଏ ତାହେଲେ ହିନ୍ଦୁ ଚୁପ୍ ରହିବା ଆବଶ୍ୟକ ନୁହେଁ। ଏନେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ହେବ। ରାଜ୍ୟରେ କ୍ଷମତାସୀନ ମହାବିକାଶ ଅଘାଡ଼ି ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରି ମହାରାଷ୍ଟ୍ର ନବ ନିର୍ମାଣ ସେନା (Maharashtra Navnirman Sena) ଏମଏମଏସ ମୁଖ୍ୟ (MNS Chief) ରାଜ ଠାକରେ (Raj Thackeray)। ରାଜ୍ୟରେ କାହିଁକି ଏହି ଲାଉଡ ସ୍ପୀକର ହଟାଯାଇପାରିବ ନାହିଁ?  ଯେଉଁଠି ଅନ୍ୟ ରାଜ୍ୟରେ ଏହା କାର୍ଯ୍ୟକାରୀ ହୋଇସାରିଛି।

Also Read: ଲାଉଡ ସ୍ପୀକର ବିବାଦ ମଧ୍ୟରେ ହନୁମାନ ଚାଳିସା ପାଠ କରିବାକୁ ନିଷ୍ପତ୍ତି ନେଲେ ରାଜ ଠାକରେ

ମେ ୩ ତାରିଖ ପର୍ଯ୍ୟନ୍ତ ମସଜିଦ ପରିସରରେ ଲାଉଡସ୍ପୀକର ହଟାଯିବା ଲାଗି ଯେଉଁ ଚେତାବନୀ ଦିଆଯାଇଛି ତାହାକୁ ନେଇ ସେ ଦୃଢ ନିଶ୍ଚିତ ଅଛନ୍ତି। ଧାର୍ଯ୍ୟ ସମୟ ପରେ ଯାହା ଘଟିବ ସେଥିପାଇଁ ସେ ଦାୟୀ ରହିବେ ନାହିଁ। ମେ ୪ ତାରିଖ ଠାରୁ ଆଜାନ ଜବାବରେ ଡବଲ ଭଲ୍ୟୁମ୍ ରେ ହନୁମାନ ଚାଳିଶା ବଜାଇବେ ହିନ୍ଦୁ।  

ଯଦି ମୁସଲିମ ସ୍ୱେଚ୍ଛାକୃତ ଭାବେ ଏହାକୁ ନ ମାନନ୍ତି ତାହେଲେ ଆମେ ଆମର ତାକତ ଦେଖାଇବୁ। ଲାଉଡସ୍ପୀକର ଶବ୍ଦ ଧାର୍ମିକ ନୁହେଁ ବରଂ ଏକ ସାମାଜିକ ପ୍ରସଙ୍ଗ ବୋଲି କହିଛନ୍ତି ମହାରାଷ୍ଟ୍ର ନବ ନିର୍ମାଣ ସେନା ମୁଖ୍ୟ। ଯଦି ଉତ୍ତର ପ୍ରଦେଶ ସରକାର ରାଜ୍ୟରେ ଲାଉଡ ସ୍ପୀକର ହଟାଇ ପାରୁଛି ତାହେଲେ ମହାରାଷ୍ଟ୍ର ସରକାର କାହିଁକି ଏହି କାମ କରି ପାରୁନାହାଁନ୍ତି।   

Also Read: 'ସେମାନେ ପଥର ପିଙ୍ଗୁଛନ୍ତି ହେଲେ ଆମ ହାତ ବନ୍ଧା ହୋଇନାହିଁ'

ମେ ୩ ତାରିଖ ମଙ୍ଗଳବାର ମହାରାଷ୍ଟ୍ର ନବ ନିର୍ମାଣ ସେନା ପକ୍ଷର ଆୟୋଜିତ ହେଉତିବା ମହାଆରତୀ କାର୍ଯ୍ୟକ୍ରମକୁ ବାତିଲ କରିଛି ମହାରାଷ୍ଟ୍ର ଏମଏମଏସ। ଆସନ୍ତାକାଲି ପାଳିତ ହେଉଥିବା ଇଦ ଅବସରରେ କୌଣସି ଗଣ୍ଡଗୋଳ ଯେପରି ନ ହେଉ ସେଥିପାଇଁ ଏଭଳି ନିଷ୍ପତ୍ତି ନେଇଛି ଦଳ। ବିଗତ କିଛି ଦିନ ଧରି ଏମଏମଏସ ମୁଖ୍ୟ ରାଜ ଠାକରେ ଇଦ ଅବସରରେ ହନୁମାନ ଚାଳିଶା ପାଠ କରିବାକୁ କହିଥିଲେ।