Padampur ByPoll: କହୁଛି ପଦ୍ମପୁର, ବାହାର ଲୋକ ଏରିଆ ଛାଡ଼
Advertisement

Padampur ByPoll: କହୁଛି ପଦ୍ମପୁର, ବାହାର ଲୋକ ଏରିଆ ଛାଡ଼

Padampur ByPoll 2022: ସରିଲା ହୋମୱାର୍କ କାଲି ପଦ୍ମପୁରର ପରୀକ୍ଷା । ଆସନ୍ତାକାଲି ୨ ଲକ୍ଷ ୫୭ ହଜାରରୁ ଅଧିକ ଭୋଟର ନିଜର ନେତା ବାଛିବେ ନିଜର ମତ ସାବ୍ୟସ୍ତ କରିବେ । ୧୨ପ୍ରକାର କାର୍ଡ ମଧ୍ୟରୁ ଯେକୌଣସି ଗୋଟିଏ ଦେଖାଇ ଭୋଟ ଦେଇପାରିବେ ମତଦାତା । ସୁରକ୍ଷା ବ୍ୟବସ୍ଥା କଡାକଡି ଥିବା ବେଳେ ଦଳୀୟ ଲୋକଙ୍କୁ ଏରିଆ ଛାଡିବାକୁ ଦିଆଯାଇଛି ନିର୍ଦ୍ଦେଶ। 

Padampur ByPoll: କହୁଛି ପଦ୍ମପୁର, ବାହାର ଲୋକ ଏରିଆ ଛାଡ଼

Padampur ByPoll Count Down: ସରିଲା ପ୍ରଚାର ଏବେ ଫାଇନାଲ ପରୀକ୍ଷା। ରାତିପାହିଲେ ଭୋଟ ଦେବ ବରଗଡ ଜିଲ୍ଲାର ପଦ୍ମପୁର ନିର୍ବାଚନ ମଣ୍ଡଳୀ । ଆଉ ପଦ୍ମପୁର ଉପନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ନେଇ ସୂଚନା ଦେଇ ସାରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି । ବୁଥରେ ପହଞ୍ଚି ସାରିଲେଣି ପୁଲିଂ ପାର୍ଟି । ନିର୍ବାଚନ ମଣ୍ଡଳିରେ ଏବେ ପୋଲିସ ଛାଉଣି। ସେପଟେ ଜିଲ୍ଲାର ବାହାର ଲୋକଙ୍କୁ ଏରିଆ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କେହି ରହିଯାଇଥିବା ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କୁହାଯାଇଛି । 

ସେପଟେ ଓପିନିୟନ ପୋଲ୍ (Opinion Poll) ଓ ଏକଜିଟ୍ ପୋଲ୍ (Exit Poll) ଉପରେ ସୋମବାର ସଂଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ନିଷେଧାଦେଶ ଲାଗିଛି । ଯଦି କୌଣସି ଇଭିଏମରେ ତ୍ରୁଟି ଆସିଲେ ଅଧଘଣ୍ଟା ଭିତରେ ଏହାକୁ ପରିବର୍ତ୍ତନ କରାଯିବା ନେଇ ସୂଚନା ଦେଇଛନ୍ତି EC । ସର୍ବମୋଟ ୩୧୯ ବୁଥ୍ ମଧ୍ୟରୁ ୩୦୬ଟିର ନାମ ବଦଳିଛି । ୧୫ଟି ମଡେଲ ବୁଥ, ୬ପିଙ୍କ୍ ବୁଥର ବ୍ୟବସ୍ଥା ହୋଇଛି। ୭୯ ସମ୍ବେଦନଶୀଳ ବୁଥ ଉପରେ କଡା ନଜର ରଖାଯାଇଛି । ୧୨୦ ବୁଥରେ ଓ୍ୱେବକାଷ୍ଟିଂ, ୬୭ ବୁଥରେ ସିସିଟିଭିରେ ନଜର ରଖାଯିବ । 

Also Read: Akhilesh Yadav: ଅଖିଳେଶଙ୍କୁ BJP Offer, କେନ୍ଦ୍ରମନ୍ତ୍ରୀ କରିଦେବୁ ବାସ୍...

ଆଉ ଆସନ୍ତାକାଲି ୨ ଲକ୍ଷ ୫୭ ହଜାରରୁ ଅଧିକ ଭୋଟର ନିଜର ନେତା ବାଛିବେ ନିଜର ମତ ସାବ୍ୟସ୍ତ କରିବେ । ୧୨ପ୍ରକାର କାର୍ଡ ମଧ୍ୟରୁ ଯେକୌଣସି ଗୋଟିଏ ଦେଖାଇ ଭୋଟ ଦେଇପାରିବେ ମତଦାତା । ଭିନ୍ନକ୍ଷମ ଭୋଟରଙ୍କ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୋଟ୍ ଦିନ ସଂପୃକ୍ତ ଅଞ୍ଚଳ ପାଇଁ ସରକାରୀ ଛୁଟି (Government Holiday) ଘୋଷଣା ହୋଇସାରିଛି । ଆସନ୍ତାକାଲି ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ମତଦାନ କରିପାରିବେ ମତଦାତା। ଏନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି । ଏଥିପାଇଁ ୧ ହଜାର ୪୧୩ ଜଣ ପୋଲିସ କର୍ମଚାରୀ, ୯ କମ୍ପାନୀ ସିଆରପିଏଫ ଟ୍ରୁପ୍ ନିୟୋଜିତ ହୋଇଛନ୍ତି ।

Also Read: MCD Election 2022: ବିଜେପି ଫେରିବ ନା ଆପ୍ ଆସିବ? ଆଜି 'ମିନି ସରକାର' ବାଛୁଛନ୍ତି ଦିଲ୍ଲୀବାସୀ

ସମସ୍ତ ହୋଟେଲ, ଗେଷ୍ଟ ହାଉସ ଓ କଲ୍ୟାଣ ମଣ୍ଡପରେ କଡାକଡି ଯାଞ୍ଚ ଆରମ୍ଭ ହୋଇଛି । ବାହାରୁ ଆସୁଥିବା ଗାଡ଼ି ଓ ଲୋକଙ୍କ ଯାଞ୍ଚ ଚାଲିଛି । ୪୬ଟି ବୁଥ ମାଓ ପ୍ରବଣ ଅଞ୍ଚଳରେ ଥିବାରୁ ପୋଲିଂ ପାର୍ଟିର (Polling Party) ରାତ୍ର ରହଣି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଉପନିର୍ବାଚନରେ ମୋଟ୍ ୬୬୭ଟି ଗାଡ଼ି ବ୍ୟବହାର ହେବ । ୩୮ ଜଣ ପୋଲିସ ଅଧିକାରୀ, ୩୪ ସେକ୍ସନ ସିଆରପିଏଫ୍, ୩୧୯ ସୁରକ୍ଷା କର୍ମୀ, ୧୨୩ ଜଣ ହୋମଗାର୍ଡ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ପ୍ରଶାସନ ସୂଚନା ଦେଇଛି ।  ତେବେ ଶାନ୍ତିଶୃଙ୍ଖଳାରେ ମତଦାନ ଶେଷ କରିବାକୁ ଜିଲ୍ଲାବାସୀଙ୍କ ସମର୍ଥନ ଲୋଡିଛନ୍ତି ନିର୍ବାଶନ କମିଶନର।