ଲୋକଙ୍କ ସମସ୍ୟା ଉଠାଉଥିବାରୁ ସହ୍ୟ କରି ପାରୁନାହାଁନ୍ତି ବିରୋଧି: ମାୟାବତୀ
Advertisement

ଲୋକଙ୍କ ସମସ୍ୟା ଉଠାଉଥିବାରୁ ସହ୍ୟ କରି ପାରୁନାହାଁନ୍ତି ବିରୋଧି: ମାୟାବତୀ

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ଦରଦାମ ବୃଦ୍ଧି, ଦାରିଦ୍ର୍ୟ, ବେକାରୀ, ବିଦ୍ୱେଷପୂର୍ଣ୍ଣ ରାଜନୀତି, ଆଇନ ଶୃଙ୍ଖଳା ପରିସ୍ଥିତି, ରୋଜଗାର ଅଭାବରୁ ପଳାୟନ ରାଜ୍ୟର ମୁଖ୍ୟ ସମସ୍ୟା ପାଲଟିଛି। 

ଲୋକଙ୍କ ସମସ୍ୟା ଉଠାଉଥିବାରୁ ସହ୍ୟ କରି ପାରୁନାହାଁନ୍ତି ବିରୋଧି: ମାୟାବତୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଦଳୀୟ ପ୍ରଚାର ଅଭିଯାନ ଜାରି ରହିଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି ବିଭିନ୍ନ ଦଳର ନେତା। ଏହି କ୍ରମରେ ବହୁଜନ ସମାଜ ପାର୍ଟି ମୁଖ୍ୟ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ବିରୋଧି ଦଳ ବିରୋଧରେ ବର୍ଷିଛନ୍ତି। 

ଏନେଇ ମତ ରଖି ବହୁଜନ ସମାଜ ପାର୍ଟି (Bahujan Samaj Party) ବିଏସପି ମୁଖ୍ୟ (BSP Chief) ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ (Former CM Of UP) ମାୟାବତୀ (Mayawati) କହିଛନ୍ତି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ​(UP Assembly Election 2022) ଦରଦାମ ବୃଦ୍ଧି, ଦାରିଦ୍ର୍ୟ, ବେକାରୀ ସମସ୍ୟା ଜନ ମାନସରେ ପ୍ରମୁଖ ପ୍ରସଙ୍ଗ ଭାବେ ଉଭା ହୋଇଛି। ଲୋକଙ୍କ ସହ ଜଡିତ ସମସ୍ୟା ଉଠାଉଥିବାରୁ ଏହାକୁ ସହ୍ୟ କରି ପାରୁନାହାଁନ୍ତି ବିରୋଧି। 

Also Read: BSP Chief Mayawati: BJP ଲାଗି ନରମ, Samajwadi Party ପାଇଁ ଗରମ

ଏହା ପୂର୍ବରୁ ବିଏସପି ମୁଖ୍ୟ ଟ୍ୱିଟ କରି କହିଥିଲେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ଦରଦାମ ବୃଦ୍ଧି, ଦାରିଦ୍ର୍ୟ, ବେକାରୀ, ବିଦ୍ୱେଷପୂର୍ଣ୍ଣ ରାଜନୀତି, ଆଇନ ଶୃଙ୍ଖଳା ପରିସ୍ଥିତି, ରୋଜଗାର ଅଭାବରୁ ପଳାୟନ ରାଜ୍ୟର ମୁଖ୍ୟ ସମସ୍ୟା ପାଲଟିଛି। ଏହାକୁ ଦଳ ଦଳ ଉଠାଇଥିବାରୁ ବିରୋଧି ସହ୍ୟ କରିପାରୁନାହାଁନ୍ତି। ବିଏସପି ଜନ କଲ୍ୟାଣ ପ୍ରସଙ୍ଗରେ ନିର୍ବାଚନ ​​ଲଢୁଛି। ଯାହା ଦ୍ୱାରା ସଠିକ୍ ଉଦ୍ଦେଶ୍ୟ ଏବଂ ନୀତି ସହ କାର୍ଯ୍ୟ କରି ୨୦୦୭-୨୦୧୨ ପର୍ଯ୍ୟନ୍ତ ରାଜ୍ୟରେ ରହିଥିବା ବିକାଶର ଦିନକୁ ପୁନର୍ବାର ଅଣାଯାଇପାରିବ। ବିଏସପି ଉପରେ ଲୋକଙ୍କ ବିଶ୍ୱାସ ରହିଛି।

କିଛି ଦିନ ପୂର୍ବେ ପ୍ରତିଦ୍ୱନ୍ଦ୍ୱୀ ସମାଜବାଦୀ ପାର୍ଟି (Samajwadi Party) ଉଦ୍ଦେଶ୍ୟରେ ବର୍ଷିଥିଲେ ସେ। ଏନେଇ ସେ କହିଥିଲେ ବିଏସପି ହେଉଛି ଏକ ମାତ୍ର ଦଳ ଯାହାକୁ ସମସ୍ତ ବର୍ଗର ଭୋଟ ମିଳୁଛି। ଉଭୟ ବିଜେପି ଏବଂ ସମାଜବାଦୀ ପାର୍ଟି ବିଧାନସଭା ନିର୍ବାଚନରେ ସେମାନଙ୍କର ଦଳୀୟ ବିଜୟ ବାବଦରେ ଦାବି କରୁଛନ୍ତି। ହେଲେ  ଯେତେବେଳେ ଫଳାଫଳ ଆସିବ ସେତେବେଳେ ବିଏସପି ୨୦୦୭ ନିର୍ବାଚନ ଭଳି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବ। 

Also Read: UP Election 2022: Silent Mode ଜରିଆରେ କାମ କରୁଛି BSP

ସମାଜବାଦୀ ପାର୍ଟି କାର୍ଯ୍ୟଶୈଳୀରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଅସନ୍ତୁଷ୍ଟ ଅଛନ୍ତି। ସରକାର ଗଠନ କରିବାକୁ ସମାଜବାଦୀ ପାର୍ଟି ଯେଉଁ ସ୍ୱପ୍ନ ଦେଖୁଛି ସେମାନଙ୍କର ସେହି ସ୍ୱପ୍ନ ଧ୍ୱଂସ ହୋଇଯିବ। ଯେତେବେଳେ ରାଜ୍ୟରେ ସମାଜବାଦୀ ପାର୍ଟି କ୍ଷମତାରେ ରହିଥାଏ ସେତେବେଳେ ଦଳିତ ତଥା ପଛୁଆବର୍ଗ ଅଧିକ ନିର୍ଯାତନା ଶୀକାର ହୋଇଥାନ୍ତି।

Also Read: CM ଯୋଗୀ, ଅଖିଲେଶ ଯାଦବ ନୁହେଁ ମାୟାବତୀଙ୍କ ଟାର୍ଗେଟରେ ଏହି ଦଳର ନେତ୍ରୀ

ମୁସଲମାନ ସମ୍ପ୍ରଦାୟ ସମାଜବାଦୀ ପାର୍ଟି ଉପରେ ଖୁସି ନୁହଁନ୍ତି। ସେମାନେ ସେମାନଙ୍କୁ ଭୋଟ୍ ଦେବେ ନାହିଁ। ରାଜ୍ୟବାସୀ ଭୋଟ୍ ଦେବା ପୂର୍ବରୁ ସମାଜବାଦୀ ପାର୍ଟି ଭଳି ଦଳକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କାରଣ ଏଭଳି ଦଳକୁ ଭୋଟ୍ ଦେବାର ଅର୍ଥ ହେଉଛି ଗୁଣ୍ଡା ରାଜ୍ ଏବଂ ମାଫିଆ ରାଜ୍। ସମାଜବାଦୀ ସରକାର ଅମଳରେ ଘଟିଥିବା ଦଙ୍ଗା ଏହା ଦର୍ଶାଉଛି ଯେ ସେମାନେ କ୍ଷମତାକୁ ଫେରୁନାହାଁନ୍ତି।