ମନ୍ତ୍ରୀ ପଦ ନ ମିଳିବା ପରେ ପ୍ରତିକ୍ରିୟା ରଖିଲେ ମୋହସିନ ରାଜା
Advertisement

ମନ୍ତ୍ରୀ ପଦ ନ ମିଳିବା ପରେ ପ୍ରତିକ୍ରିୟା ରଖିଲେ ମୋହସିନ ରାଜା

ମନ୍ତ୍ରୀ ପଦ ନ ମିଳିବା ପ୍ରସଙ୍ଗରେ ପ୍ରତିକ୍ରିୟା ବିଜେପି ସରକାରର ପୂର୍ବତନ ମନ୍ତ୍ରୀ ମୋହସିନ ରାଜା। 

ମନ୍ତ୍ରୀ ପଦ ନ ମିଳିବା ପରେ ପ୍ରତିକ୍ରିୟା ରଖିଲେ ମୋହସିନ ରାଜା

ଲକ୍ଷ୍ନୌ: ପ୍ରଥମ ପାଳି ଭଳି ଦ୍ୱିତୀୟ ପାଳି ଯୋଗୀ ସରକାରରେ କେବଳ ଜଣେ ମାତ୍ର ମୁସଲିମ ଚେହେରାଙ୍କୁ ମନ୍ତ୍ରୀ କରାଯାଇଛି। ପ୍ରଥମ ପାଳିରେ ମନ୍ତ୍ରୀ ଦାୟିତ୍ୱରେ ରହିଥିବା ମୋହସିନ ରାଜାଙ୍କୁ ଦ୍ୱିତୀୟ ଥର ସୁଯୋଗ ମିଳିନାହିଁ। ତାଙ୍କ ସ୍ଥାନରେ ଦାନିଶ ଆଜାଦ ଅଂସାରୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱିତୀୟ ପାଳି ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ପଦ ମିଳିଛି।

ମନ୍ତ୍ରୀ ପଦ ନ ମିଳିବା ପ୍ରସଙ୍ଗରେ ପ୍ରତିକ୍ରିୟା ବିଜେପି ସରକାରର ପୂର୍ବତନ ମନ୍ତ୍ରୀ  ମୋହସିନ ରାଜା। ଏନେଇ ସେ କହିଛନ୍ତି ଦଳରେ ଅନେକ ବିଚାର ବିମର୍ଶ ପରେ କ୍ୟାବିନେଟ ଗଠନ କରାଯାଇଛି। ବିଜେପି ସମସ୍ତଙ୍କୁ ସୁଯୋଗ ପ୍ରଦାନ କରିଥାଏ। ଦଳର ସମସ୍ତ ନେତା ଦଳୀୟ ସଙ୍ଗଠନ ପାଇଁ କାମ କରିଥାନ୍ତି। 

କେବଳ ମୋହସିନ ରାଜା ନୁହଁନ୍ତି ପ୍ରଥମ ପାଳିରେ ମନ୍ତ୍ରୀ ପଦ ସମ୍ଭାଳିଥିବା ଅନେକ ମନ୍ତ୍ରୀଙ୍କୁ ଦ୍ୱିତୀୟ ପାଳି ସରକାରର ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇନାହିଁ ବିଜେପି। ଏଥର ମନ୍ତ୍ରୀ ପଦ ପାଇନଥିବା ବିଜେପି ନେତା ହେଉଛନ୍ତି ଅଶୁତୋଷ ଟଣ୍ଡନ୍, ମହେନ୍ଦ୍ର ସିଂହ, ସତୀଶ ମହାନା, ଶ୍ରୀକାନ୍ତ ଶର୍ମା, ସିଦ୍ଧାର୍ଥ ନାଥ ସିଂହ, ଉପେନ୍ଦ୍ର ତିୱାରୀ, ଅଶୋକ କଟାରିୟା, ରାମ ନରେଶ ଅଗ୍ନିହୋତ୍ରୀ, ନୀଳକଣ୍ଠ ତିୱାରୀ, ରାଜେନ୍ଦ୍ର ପ୍ରତାପ ସିଂହ ଓର୍ଫ ମୋତି ସିଂହ। 

Also Read: କିଏ ଏହି ଦାନିଶ ଆଜାଦ: ଯିଏ ନେଲେ ଯୋଗୀ କ୍ୟାବିନେଟରେ ମୋହସିନ ରଜାଙ୍କ ସ୍ଥାନ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱିତୀୟ ପାଳି ମନ୍ତ୍ରୀମଣ୍ଡଳରେ ଜଣେ ମାତ୍ର ମୁସଲିମ୍ ଚେହେରା ମଧ୍ୟ ସ୍ଥାନ ପାଇଛି। ଯୋଗୀ ସରକାରରେ ଅଖିଳ ଭାରତ ବିଦ୍ୟା ପରିଷଦ ସହିତ ଜଡିତ ଥିବା ଦାନିଶ ଆଜାଦ ଅଂସାରୀ ମନ୍ତ୍ରୀ ପଦର ଶପଥ ନେଇଛନ୍ତି। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ସେ ଦଳ ପାଇଁ କଠିନ ପରିଶ୍ରମ କରଛିନ୍ତି। 

ଗତ ୨୦୧୭ ବର୍ଷରେ ସେ ଉର୍ଦ୍ଦୁ ଭାଷା କମିଟି ସଦସ୍ୟ ପଦ ଗ୍ରହଣ କରିଥିଲେ। ଏହା ପରେ ୨୦୧୮ ବର୍ଷରେ ଦାନିଶ ଆଜାଦଙ୍କୁ ଫଖରୁଦ୍ଦିନ ଅଲି ଅହମ୍ମଦ ମେମୋରିଆଲ କମିଟି ସଦସ୍ୟ କରାଯାଇଥିଲା। ଏହା ଏକ ପ୍ରକାରେ ଏକ ମନ୍ତ୍ରୀଙ୍କ ପଦବୀ ହୋଇ ରହିଛି। ଅଦ୍ୟାବଧି ସଙ୍ଗଠନର ଏକ ଅଂଶ ରହିଥିବା ଦାନିଶ ଆଜାଦ ଏବେ ସରକାରରେ ମନ୍ତ୍ରୀ ହୋଇଛନ୍ତି।  

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଦାନିଶ ଆଜାଦଙ୍କୁ ଉତ୍ତର ପ୍ରଦେଶ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ସାଧାରଣ ସମ୍ପାଦକ ନିଯୁକ୍ତ କରାଯାଇଥିଲା। ରାଜ୍ୟର ବଲିୟା ଜିଲ୍ଲାର ବାସିନ୍ଦା ଦାନିଶ ଲକ୍ଷ୍ନୌ ଠାରେ ତାଙ୍କର ଅଧ୍ୟୟନ କରିଛନ୍ତି। ୩୨ ବର୍ଷୀୟ ଦାନିଶ୍ ୨୦୦୬ ମସିହାରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ତାଙ୍କର B.Com ସମାପ୍ତ କରିଥିଲେ। ଏହା ପରେ ସେ Master of Quality Management & Master of Public Administration କ୍ଷେତ୍ରରେ ଅଧ୍ୟୟନ କରିଥିଲେ।

ଗତ ୨୦୧୧ ମସିହାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ Akhil Bharatiya Vidyarthi Parishad) ଏବିଭିପି (ABVP) ସହ ଯୋଡି଼ ହୋଇଥିଲେ ସେ। ବିଶେଷକରି ମୁସଲମାନ ଯୁବପିଢିଙ୍କ ମଧ୍ୟରେ ଦାନିଶ ସାହସର ସହିତ ବିଜେପି ଆଦର୍ଶ ଏବଂ ନୀତି ପହଞ୍ଚାଇବା ଲାଗି ସକାରତ୍ମକ ମାହୋଲ ନିର୍ମାଣ କରିଥାନ୍ତି।

ପ୍ରଥମ ପାଳି ଯୋଗୀ ସରକାରରେ ମୋହସିନ୍ ରଜା ପୂର୍ବ ଏକମାତ୍ର ମୁସଲମାନ ଚେହେରା ଥିବାବେଳେ ଏଥର ତାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିନାହିଁ। ମୋହସିନ୍ ରଜା ପୂର୍ବ ସରକାରରେ ସଂଖ୍ୟାଲଘୁ କଲ୍ୟାଣ, ମୁସଲିମ ୱାକଫ ଏବଂ ହଜ୍ ବିଭାଗ ମନ୍ତ୍ରୀ ଥିଲେ। ଏହା କୁହାଯାଉଛି ଯେ ଦାନିଶ ଆଜାଦ ଏହି ସବୁ ବିଭାଗ ମିଳିପାରେ।