UP Election 2022: ନିର୍ବାଚନ ପରେ BJP ସହ ମେଣ୍ଟ କରିବକି BSP? ଜବାବ ରଖିଲେ ମାୟାବତୀ
Advertisement

UP Election 2022: ନିର୍ବାଚନ ପରେ BJP ସହ ମେଣ୍ଟ କରିବକି BSP? ଜବାବ ରଖିଲେ ମାୟାବତୀ

ନିକଟ ଅତୀତରେ ଜଣେ କେନ୍ଦ୍ରମନ୍ତ୍ରୀ ବିଏସପି ଉଦ୍ଦେଶ୍ୟରେ ପ୍ରଶଂସା କରିଥିଲେ। 

UP Election 2022: ନିର୍ବାଚନ ପରେ BJP ସହ ମେଣ୍ଟ କରିବକି BSP? ଜବାବ ରଖିଲେ ମାୟାବତୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପରେ ବିଜେପି ସହ ବିଏସପି ମେଣ୍ଟ କରୁଥିବା ନେଇ ହେଉଥିବା ଆଲୋଚନା ଉପରେ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ। 
ମେଣ୍ଟ ହେବାକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ବିଏସପି ମୁଖ୍ୟ।

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ପରେ ବିଜେପି (BJP) ସହ ବହୁଜନ ସମାଜ ପାର୍ଟି (Bahujan Samaj Party) ମେଣ୍ଟ କରୁଥିବା ନେଇ ହେଉଥିବା ଆଲୋଚନା ଉପରେ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସପି ମୁଖ୍ୟ ମାୟାବତୀ (BSP Chief Mayawati)। ଏନେଇ ହେଉଥିବା ଚର୍ଚ୍ଚାକୁ ଖାରଜ କରିଦେଇଛନ୍ତି ବିଏସପି ମୁଖ୍ୟ। 

Also Read: ଲୋକଙ୍କ ସମସ୍ୟା ଉଠାଉଥିବାରୁ ସହ୍ୟ କରି ପାରୁନାହାଁନ୍ତି ବିରୋଧି: ମାୟାବତୀ

 

ନିକଟ ଅତୀତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଏସପି ଉଦ୍ଦେଶ୍ୟରେ ପ୍ରଶଂସା କରିଥିଲେ। ଏହା ପରେ ଗଣମାଧ୍ୟମରେ ବିଏସପି (BSP) ବିଜେପି ବି ଟିମ୍ (BJP B Team) ଭାବେ ପ୍ରଦର୍ଶିତ ହୋଇଥିଲା।  

ବସ୍ତି ଜିଲ୍ଲାରେ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ଏକ ଜନସଭାକୁ ସମ୍ବୋଧିତ କରିବା ଉଦ୍ଦେଶ୍ୟରେ ମାୟାବତୀ କହିଛନ୍ତି ଯେ ଯଦି ବିଏସପି ବିଜେପି ବି ଟିମ୍ ତାହେଲେ ସମାଜବଦୀ ପାର୍ଟି ଏବଂ କଂଗ୍ରେସ କାହିଁକି ଦଳ ସହ ନିର୍ବାଚନ ଲଢିଥିଲେ? ପଶ୍ଚିମ ଉତ୍ତର ପ୍ରଦେଶରୁ ନିର୍ବାଚନ ଆରମ୍ଭ ହୋଇଛି ଏବଂ ସେବେଠାରୁ କେନ୍ଦ୍ର ଗୃହମନ୍ତ୍ରୀ ଦଳର ଦଳିତ ଏବଂ ମୁସଲମାନଙ୍କ ଅବସ୍ଥା ବାବଦରେ ଯାହା କହିଛନ୍ତି ସେବେଠାରୁ ଗଣମାଧ୍ୟମ ଏବଂ ବିରୋଧୀ ଦଳ ପୁଣିଥରେ ଜପ କରିବା ଆରମ୍ଭ କରିଛନ୍ତି ଯେ ବିଏସପି ହେଉଛି ବିଜେପି ବି ଟିମ୍। ଏଭଳି ଚର୍ଚ୍ଚାର କୌଣସି ସତ୍ୟତା ରହିନାହିଁ।  

ଯଦି ଆମ ଦଳ ବିଜେପି ବି ଟିମ୍ ହୋଇଥାନ୍ତା ତାହେଲେ ସମାଜବଦୀ ପାର୍ଟି କାହିଁକି ବିଏସପି ସହିତ ମିଶି ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଏବଂ ଲୋକସଭା ନିର୍ବାଚନରେ ​ପ୍ରତିଦ୍ୱନ୍ଦ୍ୱିତା କରିଥଲା? କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ସାକ୍ଷାତକାର ଦେବା ଅବସରରେ କହିଥିଲେ ତୃଣମୂଳ ସ୍ତରରେ ମାୟାବତୀଙ୍କ ପ୍ରଭାବ ରହିଛି ହେଲେ ଏହା ଦ୍ୱାରା ବିଏସପି କେତେ ଆସନ ପାଇବ ତାହା ସେ ଜାଣିନାହାଁନ୍ତି। ଜାଟବ ଏବଂ ମୁସଲମାନ ସମ୍ପ୍ରଦାୟର ଏକ ଭୋଟ ବଡ଼ ଅଂଶ ବିଏସପି ଖାତାକୁ ଯିବ।

Also Read: BSP Chief Mayawati: BJP ଲାଗି ନରମ, Samajwadi Party ପାଇଁ ଗରମ

 

କେନ୍ଦ୍ରମନ୍ତ୍ରୀ ଶାହାଙ୍କ ଏହି ସାକ୍ଷାତକାର ଆସିବା ପରେ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଏନେଇ କୁହାଯାଇଥିଲା ଯେ ଯଦି ଆବଶ୍ୟକ ହୁଏ ତାହେଲେ ବିଏସପି ବିଜେପି ସହ ମେଣ୍ଟ କରିପାରେ। ବିଏସପି ଏହାର ପ୍ରାସଙ୍ଗିକତା ଜାରି ରଖିବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀଙ୍କ ବିବୃତ୍ତି ଉପରେ ଜବାବ ରଖି ମାୟାବତୀ କହିଥିଲ ସେ ସତ୍ୟକୁ ଗ୍ରହଣ କରୁଛନ୍ତି। ଆଉ ସେ ତାଙ୍କୁ ମଧ୍ୟ କହିବାକୁ ଚାହୁଁଛନ୍ତି ଉତ୍ତର ପ୍ରଦେଶରେ ବିଏସପି କେବଳ ଦଳିତ ଏବଂ ମୁସଲମାନ ନୁହେଁ ବରଂ ପଛୁଆ ବର୍ଗ ଏବଂ ଉଚ୍ଚ ଜାତିର ଲୋକଙ୍କ ଭୋଟ୍ ପାଉଛି। 

ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ, ବିଜେପି ସହାୟକ ବୋଲି ଦଳୀୟ ଜନସଭାକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ବିଏସପି ମୁଖ୍ୟ ମାୟାବତୀ। ଏନେଇ ଅଭିଯୋଗ ଆଣି ସେ କହିଛନ୍ତି ଯେତେବେଳେ ଗତ ୨୦୦୩ ବର୍ଷରେ ବିଏସପି ସରକାର ଗାଦିଚ୍ୟୁତ ହୋଇଥିଲା ସେତେବେଳେ ମୁଲାୟମ ସିଂହ ଯାଦବ ବିଜେପି ସମର୍ଥନରେ କ୍ଷମତାକୁ ଆସିଥିଲେ। ସେ କଲ୍ୟାଣ ସିଂହଙ୍କୁ ଆଲିଙ୍ଗନ କରିବାକୁ ଭୁଲିନଥିଲେ। ଲୋକେ କିପରି ଏହାକୁ ଭୁଲି ପାରିବେ। କଂଗ୍ରେସ ଉଦ୍ଦେଶ୍ୟରେ ଟାର୍ଗେଟ କରି କହିଛନ୍ତି ସେମାନେ ଥରେ ବିଏସପି ସହିତ ମେଣ୍ଟ କରି ​​କାହିଁକି ବିଧାନସଭା ନିର୍ବାଚନ ଲଢିଥିଲେ? କେନ୍ଦ୍ରରେ ସରକାର ଗଠନ କରିବା ପାଇଁ କଂଗ୍ରେସ କାହିଁକି ବିଏସପି ପକ୍ଷରୁ ସମର୍ଥନ ଚାହୁଁଥିଲା। ଗଣମାଧ୍ୟମ ଏବଂ କଂଗ୍ରେସ ଏ ବାବଦରେ ଜନସାଧାରଣଙ୍କୁ ଅବଗତ କରାଇବା ଆବଶ୍ୟକ। 

Also Read: CM ଯୋଗୀ, ଅଖିଲେଶ ଯାଦବ ନୁହେଁ ମାୟାବତୀଙ୍କ ଟାର୍ଗେଟରେ ଏହି ଦଳର ନେତ୍ରୀ

 

ଦଳକୁ ବିଜେପି ବି ଟିମ୍ ଭାବେ ଦର୍ଶାଇବା ଘୃଣ୍ୟ ରାଜନୀତିକୁ ଦର୍ଶାଉଛି ବୋଲି କହିଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ। ସମାଜବାଦୀ ସରକାର ଅମଳରେ କେବଳ ଗୁଣ୍ଡା, ମାଫିଆ, ଡକାୟତି, ଅପରାଧୀ ଶାସନ କରିବା କାରଣରୁ ରାଜ୍ୟ ସବୁବେଳେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ରହିଆସିଛି। ସମାଜବାଦୀ ସରକାର ଅମଳରେ ବିକାଶ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ର ତଥା ଏକ ନିର୍ଦ୍ଦିଷ୍ଟ ବର୍ଗ ପାଇଁ କରାଯାଇଛି।