Mainpuri Bypoll 2022: ନେତାଜୀଙ୍କ ସହାୟତାରେ ଅଖିଳେଶ ଯାଦବଙ୍କୁ ମାତ୍ ଦେବ ବିଜେପି
Advertisement

Mainpuri Bypoll 2022: ନେତାଜୀଙ୍କ ସହାୟତାରେ ଅଖିଳେଶ ଯାଦବଙ୍କୁ ମାତ୍ ଦେବ ବିଜେପି

Mainpuri Byelection 2022: ଉତ୍ତର ପ୍ରଦେଶ ରାଜନୀତିରେ ନେତାଜୀ ଭାବେ ଜଣାଶୁଣା ମୁଲାୟମ ସିଂହ ଯାଦବଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ନିଜକୁ ଦର୍ଶାଇବା ବିଜେପି ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରୟାସ। ଏନେଇ ଦଳ ନେତାଜୀଙ୍କ ପୁରୁଣା ଘନିଷ୍ଠ ସହଯୋଗୀଙ୍କ ମାଧ୍ୟମରେ ଅଖିଳେଶ ଯାଦବଙ୍କୁ ପରାସ୍ତ କରିବାକୁ ଚାହୁଁଛି। 

Mainpuri Bypoll 2022: ନେତାଜୀଙ୍କ ସହାୟତାରେ ଅଖିଳେଶ ଯାଦବଙ୍କୁ ମାତ୍ ଦେବ ବିଜେପି

Mainpuri Lok Sabha: ମୈନପୂରୀ ଲୋକସଭା ଆସନରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ଏହି ସମୟରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ରାଜନୈତିକ ଉତ୍ତରାଧିକାରୀ ଦାବି କରି ବିଜେପି ଏକ ବଡ଼ ଚାଲ ଖେଳିଛି। ଉତ୍ତର ପ୍ରଦେଶ ରାଜନୀତିରେ ନେତାଜୀ ଭାବେ ଜଣାଶୁଣା ମୁଲାୟମ ସିଂହ ଯାଦବଙ୍କ ନିଧନ ପରେ ମୈନପୂରୀ ଲୋକସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। 

ମୈନପୁରୀ ଉପନିର୍ବାଚନରେ (Mainpuri Bypoll 2022) ଏହି ଜିଲ୍ଲାର (Mainpuri District) ଜସୱନ୍ତ ନଗରରୁ ରଘୁରାଜ ସିଂହ ଶାକ୍ୟଙ୍କୁ (Raghuraj Singh Shakya) ପ୍ରାର୍ଥୀ କରିଛି ବିଜେପି (BJP)। ଯିଏ ସମାଜବାଦୀ ପାର୍ଟିର (Samajwadi Party) ଜଣେ ପୁରୁଣା ନେତା। ରଘୁରାଜ ସିଂହ ଶାକ୍ୟଙ୍କୁ ମୁଲାୟମ ସିଂହ ଯାଦବଙ୍କ (Mulayam Singh Yadav) ଭାଇ ଶିବପାଲ ଯାଦବଙ୍କ (Shivpal Yadav) ନିକଟତର ବୋଲି ବିବେଚନା କରାଯାଏ। ଏହି ପରି ଭାବେ ନେତାଜୀଙ୍କ ଉତ୍ତରାଧିକାରୀ ମାଧ୍ୟମରେ ବିଜେପି ମୈନପୂରୀ ଲଢେଇରେ (Mainpuri Byelection 2022) ସମାଜବାଦୀ ପାର୍ଟି ଅଧ୍ୟକ୍ଷ (Samajwadi Party President) ଅଖିଳେଶ ଯାଦବଙ୍କୁ (Akhilesh Yadav) ପରାସ୍ତ କରିବାକୁ ଚାହୁଁଛି।

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (Uttar Pradesh Assembly Election 2022) ରାଜ୍ୟର ମୈନପୁରୀ ଜିଲ୍ଲାରେ ଅବସ୍ଥିତ କରହଲ ବିଧାନସଭା ଆସନରୁ (Karhal Assembly Constituency) ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଅଖିଳେଶ ଯାଦବ। ବିଜେପି ଏହି ଆସନରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷଙ୍କ ବିରୋଧରେ ବିଜେପି କେନ୍ଦ୍ରମନ୍ତ୍ରୀ ଏସ.ପି ସିଂହ ବଘେଲଙ୍କୁ (Union Minister SP Singh Baghel) ପ୍ରାର୍ଥୀ କରିଥିଲା। କେନ୍ଦ୍ରମନ୍ତ୍ରୀ ବଘେଲ ଏକଦା ମୁଲାୟମ ସିଂହ ଯାଦବଙ୍କ ଅତି ନିକଟତମ ସହଯୋଗୀ ଭାବେ ଜଣାଶୁଣା ଥିଲେ। ସେତେବେଳେ କୁହାଯାଇଥିଲା ଯେ ବିଜେପି ମୁଲାୟମ ସିଂହ ଯାଦବଙ୍କ ପୁରୁଣା ଘନିଷ୍ଠ ସହଯୋଗୀ ଏସପି ସିଂହ ବଘେଲଙ୍କ ମାଧ୍ୟମରେ ଅଖିଳେଶ ଯାଦବଙ୍କୁ ପରାସ୍ତ କରିବାକୁ ଚାହୁଁଛି। 

ବାସ୍ତବରେ ମୁଲାୟମ ସିଂହ ଯାଦବଙ୍କ ଉତ୍ତରାଧିକାରୀଙ୍କ ଉପରେ ଦାବି ଉପସ୍ଥାପନ କରିବାର ଏହା ଏକ ଆରମ୍ଭ ଥିଲା। ସେହି ସମୟ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଏସପି ସିଂହ ବଘେଲ ମଧ୍ୟ ଦାବି କରିଥିଲେ ଯେ ଅଖିଳେଶ ଯାଦବଙ୍କ ନୁହେଁ ବରଂ ବିଜେପି ମୁଲାୟମ ସିଂହ ଯାଦବଙ୍କ ରାଜନୈତିକ ପରମ୍ପରାକୁ ଆଗକୁ ବଢାଇବା ପାଇଁ କାର୍ଯ୍ୟ କରୁଛି। ଯଦିଓ କେନ୍ଦ୍ରମନ୍ତ୍ରୀ କରହଲ ଆସନରେ ପରାସ୍ତ ହୋଇଥିଲେ, ହେଲେ ଏହାର କିଛି ମାସ ପରେ ମୁଲାୟମ ସିଂହ ଯାଦବ ନିଜେ କେନ୍ଦ୍ରମନ୍ତ୍ରୀ ବଘେଲଙ୍କୁ ସଂସଦ ଗୃହରେ ଅଭିନନ୍ଦନ ଜଣାଇଥିଲେ।

ସମାଜବାଦୀ ପାର୍ଟି ଗଡ କୁହାଯାଉଥିବା ମୈନପୁରୀ (Samajwadi Party Stronghold Mainpuri) ଆସନରେ ଅଖିଲେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ (Dimple Yadav) ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ତାଙ୍କୁ ଏହି ନିର୍ବାଚନରେ ପରାସ୍ତ କରିବା ପାଇଁ ବିଜେପି ମୁଲାୟମ ମନ୍ତ୍ର (Mulayam Mantra of BJP) ଆଣୁଛି। ବିଜେପି ପ୍ରାର୍ଥୀ ରଘୁରାଜ ସିଂହ ଶାକ୍ୟ ନେତାଜୀ ମୁଲାୟମ ସିଂହ ଯାଦବଙ୍କ ନାମରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତାଙ୍କ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ରଘୁରାଜ ଶାକ୍ୟ ସୈଫେଇସ୍ଥିତ ମୁଲାୟମ ସିଂହଙ୍କ ସମାଧି ନିକଟକୁ ଯାଇ ମୁଣ୍ଡ ନୁଆଁଇ ନେତାଜୀଙ୍କ ନାମରେ ଆଶୀର୍ବାଦ ନେଇଛନ୍ତି।

ଏଥିରୁ ସ୍ପଷ୍ଟ ଯେ ଏଥର ବିଜେପି ମୁଲାୟମ ମନ୍ତ୍ର ସାହାଯ୍ୟରେ ମୈନପୁରୀ ଉପନିର୍ବାଚନରେ ଅଖିଳେଶ ଯାଦବଙ୍କୁ ପରାସ୍ତ କରିବାକୁ ଚାହୁଁଛି। ଏହି ନିର୍ବାଚନ ଫଳାଫଳ ଯାହା ମଧ୍ୟ ଆସୁ, ହେଲେ ଗୋଟିଏ କଥା ସ୍ପଷ୍ଟ ଯେ ଆଗାମୀ ଦିନରେ ବିଜେପି ମୁଲାୟମ ସିଂହ ଯାଦବଙ୍କ ଉତ୍ତରାଧିକାରୀ ଭାବେ ନିଜକୁ ଉପସ୍ଥାପିତ କରୁଥିବାର କରୁଥିବା ଦେଖିବାକୁ ମିଳିବ।