Maharashtra Politics: ବୟାନକୁ ନେଇ ମୁହାଁମୁହିଁ ରାଜ ଠାକରେ-ଶରଦ ପାୱର
Advertisement

Maharashtra Politics: ବୟାନକୁ ନେଇ ମୁହାଁମୁହିଁ ରାଜ ଠାକରେ-ଶରଦ ପାୱର

ମହାରାଷ୍ଟ୍ର ରାଜନୀତିରେ ଜାରି ରହିଛି ନେତାଙ୍କ ମଧ୍ୟରେ ବାକ୍ୟଯୁଦ୍ଧ।

 Maharashtra Politics: ବୟାନକୁ ନେଇ ମୁହାଁମୁହିଁ ରାଜ ଠାକରେ-ଶରଦ ପାୱର

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଜାରି ରହିଛି ନେତାଙ୍କ ମଧ୍ୟରେ ବାକ୍ୟଯୁଦ୍ଧ। ଗୋଟିଏ ପଟେ ରାଜ୍ୟରେ କ୍ଷମତାସୀନ ମହାବିକାଶ ଅଘାଡି଼ ମେଣ୍ଟ ସରକାର ରହିଥିବା ବେଳେ ଅନ୍ୟ ପଟେ ବିଜେପି ବିଧାୟକ ତଥା ଏମଏନଏସ ମୁଖ୍ୟ ରାଜ ଠାକରେ ଅଛନ୍ତି। ରାଜ ଠାକରେ ଶାସକ ଦଳର ବିଧାୟକଙ୍କ ଉପରେ ଆକ୍ରମଣ କରିବା ପରିବର୍ତ୍ତେ ଏନସିପି ସଭାପତି ଶରଦ ପାୱାର ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସିଧାସଳଖ ଟାର୍ଗେଟ କରୁଛନ୍ତି। ନିକଟରେ ସେ ଏନସିପି ମୁଖ୍ୟଙ୍କୁ ଜାତିବାଦୀ ରାଜନୀତି କରୁଥିବା ଅଭିଯୋଗ କରି ତାଙ୍କୁ ଜଣେ ନାସ୍ତିକ ବୋଲି କହିଥିଲେ। 

ବର୍ତ୍ତମାନ ଏ ପ୍ରସଙ୍ଗରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ପ୍ରତିକ୍ରିୟା ଆସିଛି। ରାଜ ଠାକେରଙ୍କ ଅଭିଯୋଗ ଉପରେ ଜବାବ ରଖି ସେ କହିଛନ୍ତି ତାଙ୍କୁ ଗମ୍ଭୀରତାର ସହ ନେବା ଆବଶ୍ୟକ ନାହିଁ। ସେ ୫-୬ ମାସରେ କେବଳ ଥରେ କଥା ହୁଅନ୍ତି। ସେ ତାଙ୍କ ଭାଷଣରେ ବିଜେପି ବିରୋଧରେ କୌଣସି ଶବ୍ଦ କୁହନ୍ତି ନାହିଁ। ମୁଁ ଶିବାଜୀ ମହାରାଜଙ୍କ ନାମ ନେଉନାହିଁ। ତାଙ୍କର ଅଭିଯୋଗ ମଧ୍ୟ ଭିତ୍ତିହୀନ। ରାଜ୍ୟରେ ଶାନ୍ତି ଏବଂ ଶୃଙ୍ଖଳାକୁ ଭଣ୍ଡୁର କରିବାକୁ ଚେଷ୍ଟା କରାଯାଉଛି। ସେ ରାଜ୍ୟ ସରକାର କିମ୍ବା ଅନ୍ୟ କର୍ମଚାରୀଙ୍କ ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି ବରଂ ମୋତେ ସିଧାସଳଖ ଟାର୍ଗେଟ କରିଛନ୍ତି। ମୁଁ ଜଣେ ନାସ୍ତିକ ନୁହେଁ ହେଲେ ମୁଁ ଏହାକୁ ଦେଖାଇନଥାଏ। କେତେକ ଲୋକ ଧାର୍ମିକ ଭାବନାକୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ମହାରାଷ୍ଟ୍ର ସରକାର ଏହା ଘଟିବାକୁ ଦେବେ ନାହିଁ।  

Also Read: '୩ ତାରିଖ ସୁଦ୍ଧ ମସଜିଦ ପରିସରରୁ ହଟାଯାଉ ଲାଉଡ଼ ସ୍ପୀକର'

କ୍ରମାଗତ ଭାବେ ମହାରାଷ୍ଟ୍ର ସରକାରଙ୍କୁ କ୍ରମାଗତ ଭାବେ ଟାର୍ଗେଟ କରୁଥିବା ରାଜ ଠାକରେଙ୍କ ବିରୋଧରେ ଆର୍ମସ୍ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ରାଜ୍ୟର ଠାଣେ ସ୍ଥିତ ନୌପାଡା ପୋଲିସ ଥାନାରେ ତାଙ୍କ ସମେତ ଏମଏନଏସ ନେତା ଅବିନାଶ ଜାଧବ ଏବଂ ରବୀନ୍ଦର ମୋରେଙ୍କ ବିରୋଧରେ ମଧ୍ୟ ମାମଲା ଦାଏର କରାଯାଇଛି। ଗତ ମଙ୍ଗଳବାର ଆୟୋଜିତ ହୋଇଥିବା ଏତ ଜନସଭାରେ ଖଣ୍ଡା ବୁଲାଇଥିଲେ ରାଜ ଠାକରେ। ଅସ୍ତ୍ରଶସ୍ତ୍ର ଅଧିନିୟମ ଅଧୀନରେ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଅସଲାମ ଶେଖ, ମୋହିତ କାମ୍ବୋଜ ଏବଂ ବର୍ଷା ଗାଏକୱାର୍ଡଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇସାରିଛି। 

ରାଜ ଠାକରେ ମହାରାଷ୍ଟ୍ର ସରକାରଙ୍କୁ ମସଜିଦ ପରିସରରୁ ଲାଉଡ ସ୍ପିକର ହଟାଇବାକୁ କହିଛନ୍ତି। ଏମଏନଏସ ସମର୍ଥକଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଯଦି ଲାଉଡ ସ୍ପୀକର ହଟାଯାଏ ନାହିଁ ତାହେଲେ ତାଙ୍କ ଦଳର ସମସ୍ତ କର୍ମକର୍ତ୍ତା ମସଜିଦ ସମ୍ମୁଖରେ ଲାଉଡ ସ୍ପୀକର ଯୋଗେ ହନୁମାନ ଚାଳିଶା ପାଠ କରିବେ। ଯଦି ରାଜ୍ୟ ସରକାର ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତାହେଲେ ମୋତେ କିମ୍ବା ଆମ ଦଳକୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଦାୟୀ କରାଯାଇ ପାରିବ ନାହିଁ।

Also Read: Ram Navami: ଶିବ ସେନା ଭବନ ଆଗରେ ହନୁମାନ ଚାଳିସା ବଜାଇଲେ MNS

ମସଜିଦ ପରିସରରୁ ଲାଉଡ ସ୍ପୀକର ହଟାଇବା ଲାଗି ରାଜ ଠାକରେ କ୍ରମାଗତ ଭାବେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାରକୁ ଟାର୍ଗେଟ କରିବାରେ ଲାଗିଛନ୍ତି। ଏପରିକି ସେ ହିନ୍ଦୁତ୍ୱ ପ୍ରସଙ୍ଗରେ ଶିବସେନାକୁ ଘେରିଛନ୍ତି। ଏହାର ଜବାବ ରଖି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ହିନ୍ଦୁତ୍ୱ ପ୍ରସଙ୍ଗରେ ଆମକୁ ଜ୍ଞାନ ଦେବା ଆବଶ୍ୟକ ନାହିଁ। ହିନ୍ଦୁତ୍ୱ ଶିବସେନା ରକ୍ତରେ ଅଛି। ଏହା ଆମ ଦଳର ଶିରାରେ ପ୍ରବାହିତ ହେଉଛି। ଯେତେବେଳେ ହିନ୍ଦୁତ୍ୱ ଉପରେ ଆକ୍ରମଣ ହୋଇଛି ସେତେବେଳେ ବିଜେପି ନୁହେଁ ବରଂ ଆମେ ଆଗକୁ ଆସିଛୁ।