Maharashtra Politics: ମହାପୁରୁଷଙ୍କୁ ପୁଣି ଅପମାନ! ସମ୍ଭାଜୀ ମହାରାଜ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ବିଜେପି-ଏନସିପି
Advertisement

Maharashtra Politics: ମହାପୁରୁଷଙ୍କୁ ପୁଣି ଅପମାନ! ସମ୍ଭାଜୀ ମହାରାଜ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ବିଜେପି-ଏନସିପି

NCP Targets BJP:  ଛତ୍ରପତି ସମ୍ଭାଜୀ ମହାରାଜଙ୍କୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ଏନସିପି। ଯାହାକୁ ନେଇ ସରଗରମ ହୋଇଉଠିଛି ମହାରାଷ୍ଟ୍ର ରାଜନୀତି। 

Maharashtra Politics: ମହାପୁରୁଷଙ୍କୁ ପୁଣି ଅପମାନ! ସମ୍ଭାଜୀ ମହାରାଜ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ବିଜେପି-ଏନସିପି

Chhatrapati Sambhaji Maharaj: ଛତ୍ରପତି ସମ୍ଭାଜୀ ମହାରାଜ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ଏନସିପି। ଯାହାକୁ ନେଇ ସରଗରମ ହୋଇଉଠିଛି ମହାରାଷ୍ଟ୍ର ରାଜନୀତି। ଗୋଟିଏ ପୁସ୍ତକରେ ରହିଥିବା କଥିତ ତଥ୍ୟକୁ ନେଇ ଏହି ବିବାଦ ଆରମ୍ଭ ହୋଇଥିବା କୁହାଯାଉଛି। ଏହି ପ୍ରସଙ୍ଗରେ ବିରୋଧି ଏନସିପି ଶାସକ ବିଜେପି ବିରୋଧରେ ବର୍ଷିଛି।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର (Rashtriya Swayamsevak Sangh) ଦ୍ୱିତୀୟ  ସରସଂଘଚାଳକ (Sarsanghchalaks) ମାଧବ ସଦାଶିବ ରାଓ ଗୋଲୱାଲିକରଙ୍କ (Madhav Sadashivrao Golwalkar) ଦ୍ୱାରା ଲିଖିତ "ବଞ୍ଚ ଅଫ୍ ଥଟସ୍" (Bunch of Thoughts) ନାମକ ପୁସ୍ତକରେ ଛତ୍ରପତି ସମ୍ଭାଜୀ ମହାରାଜଙ୍କ (Chhatrapati Sambhaji Maharaj) ବିରୋଧରେ ବିବାଦୀୟ ତଥ୍ୟ ରହିଥିବା ନେଇ ବିରୋଧୀ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଅଭିଯୋଗ କରିଛି। ଛତ୍ରପତି ଶିବାଜୀ ମହାରାଜଙ୍କ ପରେ ତାଙ୍କ ପୁଅ ସମ୍ଭାଜୀ ମହାରାଜଙ୍କୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ଏନସିପି (BJP-NCP)।  

ଏହି ପ୍ରସଙ୍ଗରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ନେତା ଟ୍ୱିଟ୍ କରି ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି। ଏନସିପି ନେତା ରବିକାନ୍ତ ଭର୍ପେ ଏବଂ ଜିତେନ୍ଦ୍ର ଆହ୍ୱାଡ ଟ୍ୱିଟ୍ ମାଧ୍ୟମରେ ସମ୍ଭାଜୀ ମହାରାଜଙ୍କ ଉପରେ ମାଧବ ସଦାଶିବ ରାଓ ଗୋଲୱାଲକରଙ୍କ ଦ୍ୱାରା ଲିଖିତ ପୁସ୍ତକରେ ବିବାଦୀୟ ତଥ୍ୟ ରହିଥିବା ପ୍ରସଙ୍ଗ ଉଠାଇଛନ୍ତି। ମହାରାଷ୍ଟ୍ର ବିଧାନ ମଣ୍ଡଳର ଶୀତ ଅଧିବେଶନର ଶେଷ ଦିନରେ ବିରୋଧୀ ଦଳ ଅଜିତ ପାୱାର କହିଥିଲେ ଯେ ଛତ୍ରପତି ସମ୍ଭାଜୀ ମହାରାଜ ଧର୍ମବୀର ନୁହଁନ୍ତି ବରଂ ସ୍ୱରାଜ୍ୟ ରକ୍ଷକ। ଏହାକୁ ନେଇ ଶାସକ ବିଜେପି ଏନସିପି ଅଜିତ ପାୱାରଙ୍କ ବିରୋଧରେ ମଇଦାନକୁ ଓହ୍ଲାଇଛି।

ଏନସିପି ନେତା ରବିକାନ୍ତ ଭର୍ପେ ମରାଠୀ ଭାଷାରେ ଏକ ଟ୍ୱିଟ କରି କହିଛନ୍ତି, ଅଜିତ ପାୱାରଙ୍କୁ ବିରୋଧ କରିବା ପରିବର୍ତ୍ତେ ବିଜେପି ଆରଏସଏସ ମୁଖ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା କରି ମାଧବ ସଦାଶିବ ରାଓ ଗୋଲୱାଲକରଙ୍କ ଦ୍ୱାରା ଲିଖିତ ପୁସ୍ତକରେ ବିରୋଧରେ ବିରୋଧ ପ୍ରଦର୍ଶନ କରିବା ଆବଶ୍ୟକ। "ବଞ୍ଚ ଅଫ୍ ଥଟସ୍" ପୁସ୍ତକରେ ସମ୍ଭାଜୀ ମହାରାଜଙ୍କୁ ଅପମାନିତ କରାଯାଇଥିବା ଏନସିପି କହିଛନ୍ତି। ଅନ୍ୟତମ ଏନସିପି ନେତା ଜିତେନ୍ଦ୍ର ଆହ୍ୱାଡ କହିଛନ୍ତି ଯେ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ବିଷୟରେ ହିନ୍ଦୁତ୍ୱ ବିଚାରକ ବିନାୟକ ଦାମୋଦର ସାବରକର ଏବଂ ମାଧବ ସଦାଶିବ ରାଓ ଗୋଲୱାଲକର କ'ଣ ଲେଖିଛନ୍ତି? ବର୍ତ୍ତମାନ ଏହା ଉପରେ କେହି କ'ଣ କହିବେ? 

ଏହି ପ୍ରସଙ୍ଗ ଆସିବା ପୂର୍ବରୁ ଛତ୍ରପତି ଶିବାଜୀ ମହାରାଜଙ୍କ ବାବଦରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୌଶିୟାରୀ ଯେଉଁ ବୟାନ ଦେଇଥିଲେ ତାହାକୁ ନେଇ ହୋଇଥିଲା ତୁମ୍ଭିତୋଫାନ। ରାଜ୍ୟପାଳଙ୍କ ଏହି ବୟାନକୁ ନେଇ ସରଗରମ ହୋଇଉଠିଥିଲା ମହାରାଷ୍ଟ୍ର ରାଜନୀତି। ବିରୋଧୀ ଦଳ ଏ ପ୍ରସଙ୍ଗରେ ରାଜ୍ୟପାଳଙ୍କ ବିରୋଧରେ ବର୍ଷିବା ସହ ତାଙ୍କୁ ଟାର୍ଗେଟ କରିବାରେ ଲାଗିଥିଲେ। 

ଗତ ନଭେମ୍ବରେ ରାଜ୍ୟର ମରାଠାୱାଡ଼ା ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୌଶିୟାରୀ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ଏନସିପି ସୁପ୍ରିମୋ ଶରଦ ପାୱାର ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ରାଜ୍ୟପାଳ ଛତ୍ରପତି ଶିବାଜୀ ମହାରାଜଙ୍କୁ ପୁରୁଣା ନାୟକ କହି ଦେଇଥିଲେ।  ତାଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ନୂଆ ନାୟକ ଭାବେ ଗ୍ରହଣ କରିବା ଆବଶ୍ୟକ ବୋଲି କହିଥିଲେ। ଏପରିକି ରାଜ୍ୟପାଳ ଏନସିପି ସୁପ୍ରିମୋ ଏହଂ କେନ୍ଦ୍ରମନ୍ତ୍ରୀଙ୍କ ତୁଳନା ଛତ୍ରପତିଙ୍କ ସହ କରି ଦେଇଥିଲେ। ତାଙ୍କର ଏହି ବୟାନକୁ ନେଇ ସେତେବେଳେ ମହରାଷ୍ଟ୍ର ରାଜନୀତିରେ ବହୁ ତୁମ୍ଭିତୋଫାନ ହୋଇଥିଲା।